ପ୍ରମୂଖ ଖବର
  • ରିଆମାଳ: ଧରାପଡିଲେ କେନ୍ଦୁପତ୍ର ଚୋର:୧୩ ଜଣ ଲୁଟେରା ଗିରଫ, ୪୫ ବଣ୍ଡଲ କେନ୍ଦୁପତ୍ର ଜବତ
  • ||
  • ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ନବବର୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ୍‌ କାର୍ଡ
  • ||
  • ଆସିକା : ଜମି ବିବାଦରୁ ଗଡ଼ିଲା ମୁଣ୍ଡ, ଗଳା କାଟି ଯୁବକଙ୍କୁ ହତ୍ୟା
  • ||
  • କେନ୍ଦୁଝର : ଚୋରି କରିବାକୁ ଆସି ପେଟପୂଜା, ଦୋକାନ ତାଲା ଭାଙ୍ଗି ଖାଇଦେଲେ ରାବିଡ଼ି ଲସି
  • ||
  • ମାଲକାନଗିରି : ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ରୋଗୀଣା ମା'କୁ ଭାରରେ ବୋହିଲା ପୁଅ
  • ||
  • ବୌଦ୍ଧ : ୨୨ କେଜି ଗଞ୍ଜେଇ ସହ ୪୦ ହଜାର ଟଙ୍କା ଜବତ, ଜଣେ ଗିରଫ
  • ||
  • ଭଦ୍ରକ : ନାଳରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ
  • ||
  • କାମାକ୍ଷାନଗର : ୪ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ସହ ୧୭ ଟନ କୋଇଲା ଜବତ, ୨ ଗିରଫ
  • ||
  • ଆଜି ରାଜ୍ୟ କ୍ୟାବିନେଟ୍‌, ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତିର ଲାଗିପାରେ ମୋହର
  • ||
  • ଆସିଲା ଶୀତ : ୨୦ ଡିଗ୍ରୀ ତଳେ ୧୫ ସହର
  • ||
  • ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
  • ||
  • ବଡଓଷାରେ ଧବଳେଶ୍ଵର ପୀଠ ଲୋକାରଣ୍ୟ, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା
  • ||
  • କୋରାପୁଟ : ଆର୍ମି ଡ୍ରେସ୍ ପିନ୍ଧି ଗଞ୍ଜେଇ ଚାଲାଣ, ଜଣେ ଗିରଫ
  • ||

ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ: କଂଗ୍ରେସ-ଏନ୍‌ସି ମେଣ୍ଟରେ ସାମିଲ ହେବ ପିଡିପି

ଶ୍ରୀନଗର,୦୭/୧୦: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନର ସମ୍ଭାବ୍ୟ ଫଳାଫଳ ନେଇ ଏକ୍‌ଜିଟ ପୋଲ ପ୍ରକାଶ ପାଇବା ପରେ  କଂଗ୍ରେସ ସହ ମିଶି ତାଙ୍କ ଦଳ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଏନ୍‌ସି (ନ୍ୟାସନାଲ କନ୍‌ଫରେନ୍ସ) ମୁଖ୍ୟ ଫାରୁକ୍‌ ଅବଦୁଲ୍ଲା । ସେ କହିଛନ୍ତି ତାଙ୍କ ମେଣ୍ଟରେ ପିଡିପି ମଧ୍ୟ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛି ।  

 ପିଡିପି ନେତା ଜୁବୈଦ ୟୁସୁଫ ମିର  କହିଥିଲେ କି ବିଜେପିକୁ କ୍ଷମତାରୁ ଦୂରେଇ  ରଖିବାକୁ ହେଲେ ତାଙ୍କ ଦଳ କଂଗ୍ରେସ ଓ ଏନ୍‌ସି  ମେଣ୍ଟକୁ ସମର୍ଥନ କରିବ । ଏହା ଉପରେ ରବିବାର ପ୍ରତିକ୍ରିୟା ପ୍ରକାଶ କରି ଫାରୁକ୍‌ କହିଛନ୍ତି ମିରଙ୍କ  ବୟାନକୁ ସେ ସ୍ୱାଗତ କରୁଛନ୍ତି । ମିରଙ୍କ ଚିନ୍ତାଧାରା  ଓ ବିଚାର ମଧ୍ୟ ଭଲ । ସେମାନେ ସମସ୍ତେ ଗୋଟିଏ  ପଥର ଯାତ୍ରୀ । ଘୃଣାର ଅନ୍ତ ଘଟାଇ ଜମ୍ମୁ-କାଶ୍ମୀର  ଓ ଏଠାକାର ଲୋକଙ୍କୁ ଏକାଠି କରିବାକୁ ହେବ ।  

ଶନିବାର ୫ଟି ସଂସ୍ଥା ପ୍ରକାଶ କରିଥିବା ଏକଜିଟ୍‌  ପୋଲ ଫଳାଫଳ ଅନୁସାରେ ଜମ୍ମୁ-କାଶ୍ମୀରରେ  କଂଗ୍ରେସ-ଏନ୍‌ସି ମେଣ୍ଟ ସରକାର ଗଠନ କରିବ । ଏହି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ  ୯୦ ବିଧାନସଭା ଆସନରୁ ମେଣ୍ଟକୁ ୪୦-୫୦  ଆସନ ମିଳିବ । ବିଜେପିକୁ ୨୫-୩୦ ଆସନ ମିଳିବାକୁ ଥିଲା ବେଳେ ପିଡିପିକୁ ୮-୧୨ ଆସନ  ମିଳିବ । ଅନ୍ୟପକ୍ଷରେ ଆଉ ୫ଟି ସଂସ୍ଥାର  ଆକଳନ ଅନୁସାରେ ଏଠାରେ ଝୁଲା ସରକାର ହେବ । ଅର୍ଥାତ କଂଗ୍ରେସ-ଏନ୍‌ସି ମେଣ୍ଟ ପାଇଁ  କିଛି ସହଯୋଗୀଙ୍କ ଆବଶ୍ୟକ ପଡିବ । ଏହି  ପରିପ୍ରେକ୍ଷୀରେ ପିଡିପି ସମର୍ଥନ କରିବ ବୋଲି  ମିର ବୟାନ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.