ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜମ୍ମୁ-କଶ୍ମୀରରେ ଖାଇକୁ ଖସିଲା ସେନା ଗାଡ଼ି; ଜଣେ ଯବାନ ମୃତ ,୧୩ ଗୁରୁତର

Published By : Anindita Ratha | October 27, 2024 8:57 AM

ନୂଆଦିଲ୍ଲୀ,୨୭/୧୦: ଜମ୍ମୁ-କଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଖାଇକୁ ଖସିଲା ସେନା ଗାଡ଼ି। ଫଳରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ସୈନିକଙ୍କ ସମେତ ୧୩ ଜଣ ଗୁରୁତର ହୋଇଛନ୍ତି। ତେବେ ଜମ୍ମୁ-କଶ୍ମୀରର କୁଲଗାମରେ ଘଟିଛି ଏଭଳି କିଛି ଦୁର୍ଘଟଣା।

ତେବେ ଜଣେ ଅଧିକାରୀଙ୍କ କହିବା ମୁତାବକ, ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଛି।ଦୁର୍ଘଟଣାଗ୍ରସ୍ତ ହେବା ପରେ ଗାଡିଟି ରାସ୍ତାରେ ଓଲଟିବା ପରେ ଖାଇକୁ ଖସି ପଡିଥିଲା। ତେବେ ଗୁରୁତରଙ୍କ ମଧ୍ୟରେ ୪ ଜଣ ସ୍ଥାନୀୟ ନାଗରିକ ମଧ୍ୟ ସାମିଲ ଅଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ସେନାର ଶ୍ରୀନଗର ସ୍ଥିତ ୧୫ ତମ କୋର୍‌ ଯାହା ଚିନାର କୋର୍‌ ନାମରେ ମଧ୍ୟ ଜଣାଶୁଣା ସେ କହିଛି ଯେ, କୁଲଗାମ ଡିଏଚ୍‌ ପୋରା ଅଞ୍ଚଳରେ ଶନିବାର ରାତିରେ ଏକ ଅପରେସନ୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁଃଖର ବିଷୟ ଯେ ଏହି ଦୁର୍ଘଟଣାରେ ଜଣେ ଯବାନ ପ୍ରାଣ ହରାଇଥିବା ବେଳେ କିଛି ସୈନିକ ଆହତ ହୋଇଥିଲେ ଯାହାକୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା। ସମସ୍ତ ସୈନିକଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଚିନାର କୋର୍‌ କହିଛି।












Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.