ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଅପହୃତ ଯବାନଙ୍କ ମୃତଦେହ ଉଦ୍ଧାର, ଦେହରେ ଏକାଧିକ ଗୁଳିମାଡ଼ ସହ କ୍ଷତଚିହ୍ନ

Published By : Anindita Ratha | October 9, 2024 12:51 PM

ନୂଆଦିଲ୍ଲୀ,୦୯/୧୦: ମିଳିଲା ଅପହୃତ ଯବନାଙ୍କ ମୃତଦେହ। ଜମ୍ମୁ କଶ୍ମୀରର ଅନ୍ତନାଗର ଜଙ୍ଗଲରୁ ଗତକାଲି ଆତଙ୍କବାଦୀମାନେ ଦୁଇ ଜଣ ଯବାନଙ୍କୁ ଅପହରଣ କରି ନେଇଥିଲେ। ତେବେ ଜଣେ ଯବାନ ଆତଙ୍କୀଙ୍କୁ ଚକ୍‌ମା ଦେଇ ଖସି ପଳାଇ ଆସିଥିବା ବେଳେ ଆଜି ପଥରୀବଲ ଜଙ୍ଗଲରୁ ଅପହୃତ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଏନେଇ ଭାରତୀୟ ସେନାର ବରିଷ୍ଠ କର୍ତ୍ତୃପକ୍ଷ  ସୂଚନା ଦେଇଛନ୍ତି। ମୃତ ଯବାନ ଜଣଙ୍କ ହେଲେ ହିଲାଲ ଅହମ୍ମଦ।

ତେବେ ସୂଚନା ମୁତାବକ, ମୃତ ଯବାନଙ୍କ ଶରୀରରେ ଏକାଧିକ ଗୁଳିମାଡ଼ ସହ କ୍ଷତଚିହ୍ନ ରହିଛି। ଆତଙ୍କବାଦୀମାନେ ତାଙ୍କ ନୃଶଂସ ଭାବେ ହତ୍ୟା କରିଥିବା କୁହାଯାଉଛି। ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଗତକାଲି ଅନନ୍ତନାଗର ଜଙ୍ଗଲରୁ ଟେରିଟୋରିଆଲ ଆର୍ମିର ୧୬୧ ବଟାଲିଅନ୍‌ର ୨ଜଣ ଯବାନଙ୍କୁ ଅପହରଣ କରି ନେଇଥିଲେ ଆତଙ୍କବାଦୀ। ତେବେ ଆତଙ୍କବାଦୀଙ୍କ କବଳରୁ ଜଣେ ଯବାନ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ। ଖସିଆସିଥିବା ଯବାନଙ୍କ ଦେହରେ ଦୁଇଟି ଗୁଳି ବାଜିଥିଲେ ବି ସେ ବର୍ତ୍ତି ଯାଇଥିଲେ। ତାଙ୍କୁ ତୁରନ୍ତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ଥିବା ସୂଚନା ମିଳିଛି। ପରେ ଅନ୍ଯ ଜଣେ ନିଖୋଜ ଯବାନଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ ଜାରି ରହିଥିଲା। ଏହି ଅପରେସନରେ ସେନା ଓ ଜମ୍ମୁ ଓ କାଶ୍ମୀର ପୋଲିସ ସାମିଲ ଥିଲେ। ଅନନ୍ତନାଗର ପଥ୍ରୀବାଲ ଅଞ୍ଚଳରୁ ତାଙ୍କ ଗୁଳିବଦ୍ଧ ଶରୀର ମିଳିଥିଲା। ଗତ ଅଗଷ୍ଟରେ ଅନନ୍ତନାଗରେ ସମଧରଣର ଘଟଣାରେ ୨ ଜଣ ଯବାନ ପ୍ରାଣ ହରାଇଥିବାବେଳେ ୩ ଜଣ ଆହତ ହୋଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.