ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଜମ୍ମୁ-କଶ୍ମୀରରେ ସେନାର ଆକ୍ସନ: ମାଟିରେ ମିଶିଲା ଆତଙ୍କୀ ଆଡ୍ଡା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

Published By : Harapriya Biswal | April 26, 2025 5:27 PM

ନୂଆଦିଲ୍ଲୀ,୨୬।୪:  ଜମ୍ମୁ-କଶ୍ମୀରର କୁପଓ୍ବାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଶନିବାର ଆତଙ୍କୀ ଆଡ୍ଡାକୁ କରିଛନ୍ତି ଧ୍ବଂସ। ଏହା ସହ ବହୁ ପରିମାଣରେ ହତିଆର ଓ ଗୋଳା-ବାରୁଦ ଜବତ କରିଛନ୍ତି। ପହଲଗାମ୍‌ରେ ୨୬ ଜଣଙ୍କୁ ହତ୍ୟା କରିବାର କିଛି ଦିନ ପରେ ଏହି ପଦକ୍ଷେପ ନିଆଯାଇଛି। ପୋଲିସ ଅଧିକାରୀ କହିଛନ୍ତି, ଗୁଇନ୍ଦା ଏଜେନ୍ସିର ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ଉତ୍ତର କାଶ୍ମୀର ଜିଲ୍ଲାର ସୈନ୍ଦୋରି ନାଲା, ମୁସ୍ତକାବାଦ ମାଛିଲର ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବଳ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସେ କହିଥିଲେ, ଅପରେସନ୍ ବେଳେ ଆତଙ୍କୀ ଆଡ୍ଡା ବିଷୟରେ ଜଣାପଡିଥିଲା, ତାକୁ ଧ୍ବଂସ କରି ଦିଆଯାଇଛି।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଘଟଣାସ୍ଥଳରେ ବହୁ ପରିମାଣରେ ହତିଆର ଓ ଗୋଳାବାରୁଦ ଜବତ କରାଯାଇଛି। ଏଥିରେ ୫ ଏକେ-୪୭ ରାଇଫଲ, ୮ଟି ଏକେ-୪୭ ମାଗାଜିନ୍, ଗୋଟିଏ ପିସ୍ତଲ ମାଗାଜିନ୍, ୬୬୦ ରାଉଣ୍ଡ ଏକେ-୪୭ ଗୋଳାବାରୁଦ, ଗୋଟିଏ  ପିସ୍ତଲ ରାଉଣ୍ଡ, ୫୦ ରାଉଣ୍ଡ ଏମ୍‌୪ ଗୋଳା-ବାରୁଦ ରହିଛି।  ସେ କହିଛନ୍ତି, ଏହା ଏକ ବଡ଼ ସଫଳତା। ଆତଙ୍କବାଦୀ ଏହି ଅଞ୍ଚଳରେ ଶାନ୍ତି ଓ ବ୍ୟବସ୍ଥାକୁ ଭଙ୍ଗ କରୁଥିବା ଗତିବିଧିର ଯୋଜନା ତିଆରି କରୁଛନ୍ତି, ଯାହାକୁ ବିଫଳ କରି ଦିଆଯାଇଛି। ସୁରକ୍ଷାବଳ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଆତଙ୍କୀଙ୍କୁ ଲାଗିଛି ବଡ଼ ଝଟକା।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.