ଭୁବନେଶ୍ୱର,୧୦/୧୧: ଟୋକିଓରେ ଆୟୋଜିତ ଜାପାନ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ଓଡ଼ିଶାର ପ୍ରମୋଦ ଭଗତ ୩ଟି ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି । ସେ ଏସ୍ଏଲ୍ ୩ରେ ସିଙ୍ଗଲ୍ସ, ଡବଲ୍ସ ଏବଂ ମିକ୍ସଡ ଡବଲ୍ସରେ ଏହି ପଦକ ହାସଲ କରିଛନ୍ତି । ସିଙ୍ଗଲ୍ସରେ ପ୍ରମୋଦ ୧୭, ୨୧, ୨୧- ୧୯, ୨୧-୧୦ରେ ଘରୋଇ ଖେଳାଳି ଡାଇସୁକେ ଫୁଜିହାରାକୁ ପରାଜିତ କରିଥିଲେ । ସେହିପରି ମିକ୍ସଡ ଡବଲ୍ସରେ ମନୀଷା ରାମଦାସଙ୍କୁ ସାଥି କରି ୨୧-୧୯, ୨୧- ୧୯ରେ ଭାରତର ନୀତେଶ କୁମାର ଓ ଟି. ମୁରୁଜେସାନଙ୍କୁ ପରାଜିତ କରିଥିଲେ । ଡବଲ୍ସରେ ପ୍ରମୋଦ ଓ ସୁକାନ୍ତ ମଦମ ଯୋଡ଼ି ୨୧-୧୭,୧୮-୨୧, ୨୧- ୧୬ରେ ଜଗଦୀଶ ଓ ନବୀନ ଶିବକୁମାରଙ୍କୁ ହରାଇଥିଲେ।