ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅବ୍ୟବସ୍ଥାରେ ଜାର୍ଗୀପଡ଼ା ପ୍ରାଥମିକ ବିଦ୍ୟାଳୟ, ଛାତ ସିଲିଂ ପଲସ୍ତରା ଖସୁଛି

Published By : Gurupada Nath | February 16, 2025 10:12 PM

ଫିରିଙ୍ଗିଆ,୧୬/୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁପଦର ପଞ୍ଚାୟତ ଜାର୍ଗୀପଦର ଗାଁରେ ଥିବା ପୁରାତନ ପ୍ରାଥମିକ ବିଦ୍ୟାଳୟ ଏବେ ଅବ୍ୟବସ୍ଥା ସହ ବିଭିନ୍ନ ସମସ୍ୟାରେ ଶିକ୍ଷା ଦାନ ଚାଲିଛି l  ସରକାରଙ୍କ ତରଫରୁ ଛାତ୍ର ଛାତ୍ରୀଙ୍କ ଉନ୍ନତ ମାନର ଶିକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଁ ସ୍ମାର୍ଟ ଶିକ୍ଷା ଦାନ, ସ୍ମାର୍ଟ ସ୍କୁଲ, କମ୍ପ୍ୟୁଟର ଦ୍ୱାରା ଉନ୍ନତ ଶିକ୍ଷା ବ୍ୟବସ୍ଥା କରାଯାଉଥିବାବେଳେ ଆଜି ପର୍ଯ୍ୟନ୍ତ ଉନ୍ନତ ମାନର ଶିକ୍ଷା ଦୂରର କଥା ଏହି ଜାର୍ଗୀପଦର ପ୍ରାଥମିକ ବିଦ୍ୟାଳୟରେ ସାଧାରଣ ଭାବେ ପିଇବା ପାଣି ଟିକିଏ ମଧ୍ୟ ମିଳି ପାରୁନାହିଁ l 

ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦାନର ବ୍ୟବସ୍ଥା ରହିଥିବାବେଳେ ବିଦ୍ୟାଳୟରେ ୨ ଜଣ ଶିକ୍ଷକ ମଧ୍ୟ ଅଛନ୍ତି ଅରବିନ୍ଦ ବେହେରା ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉଥିବାବେଳେ ରସାନନ୍ଦ ଦିଗାଲ ସହକାରୀ ଶିକ୍ଷକ ଭାବରେ ବିଦ୍ୟାଳୟରେ ଅଛନ୍ତି । ୨ ଶିକ୍ଷକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩0ଜଣ ଛାତ୍ରଛାତ୍ରୀ ମଧ୍ୟ ବିଦ୍ୟାଳୟରେ ପାଠ ପଢୁଛନ୍ତି l ବର୍ତ୍ତମାନ ବିଦ୍ୟାଳୟରେ ଥିବା ନଳକୂପ ଅଚଳ ହୋଇ ପଡ଼ିଥିବାବେଳେ ନଳକୂପରୁ ଗୋଳିଆ ପାଣି ବାହାରୁଥିବାବେଳେ ଦୀର୍ଘ ସମୟ ପରେ ମାତ୍ର ଅଧା ବାଲଟିରୁ କମ ପାଣି ବାହାରୁଛି l ବର୍ଷା ଦିନରେ ଯେଉଁ ତିନୋଟି କୋଠରୀ ଅଛି ସେଥି ମଧ୍ୟରୁ ଛାତ ଘରଟି ପାଣି ଗଳୁଥିବାରୁ ଛାତ୍ରଛାତ୍ରୀ ପାଠ ପଢିବା ଅସମ୍ଭବ ହୋଇ ପଡ଼ିଥିବାବେଳେ ବିଦ୍ୟାଳୟ ବର୍ଷା ହେଲେ ବନ୍ଦ ରହୁଥିବା କହିଛନ୍ତି ଜାର୍ଗୀ ପଡା ୱାର୍ଡ ମେମ୍ବର ସାମନ୍ତ ମଲିକ l ବର୍ତ୍ତମାନ ବିଦ୍ୟାଳୟ ଛାତରୁ କଂକ୍ରିଟ ଖଣ୍ଡ ଖସି ପଡୁଥିବାରୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ ଅସମ୍ଭବ ହୋଇ ପଡୁଥିବାବେଳେ ଜୀବନ ପ୍ରତି ମଧ୍ୟ ବିପଦ ରହିଛି l 

ବିଦ୍ୟାଳୟ ସମସ୍ୟା ନେଇଁ ବାରମ୍ବାର ଅଭିଭାବକ ଏବଂ ସମୂହ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନାହିଁ ଯାହାକୁ ନେଇଁ ଅସନ୍ତୋଷ ଦେଖାଦେଇଛି l ବର୍ତ୍ତମାନ ଖରା ଦିନ ଆସୁଥିବାରୁ ଗୁରୁତର ପାଣି ସମସ୍ୟା ରହିଛି ତେଣୁ ତୁରନ୍ତ ବିଦ୍ୟାଳୟରେ ପାଣି ବ୍ୟବସ୍ଥା କରିବା ସହ ବିଦ୍ୟାଳୟର ଛାତ ଘରର ମରାମତି ବ୍ୟବସ୍ଥା କରିବାକୁ ଗ୍ରାମର ଜରା ସିଂ ମଲିକ, ଯୁଧିଷ୍ଠିର ମଲିକ, ଅମୀୟ ମଲିକ, ବିମଳ ମଲିକ ରାହୁଲ ମଲିକ, ସୁଗ୍ରୀବ ମଲିକ, ସତ୍ୟଭାମା ମଲିକ ଙ୍କ ସହ ଗ୍ରାମ ବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ ଦାବୀ କରିଛନ୍ତି l ଅନ୍ୟ ପଟେ ଏହି ଘଟଣା କୁ ନେଇଁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଥିବାରୁ ବିଭିନ୍ନ ସମସ୍ୟା ର ସମାଧାନ ହୋଇ ପାରୁନଥିବାରୁ ଫିରିଙ୍ଗିଆ ବ୍ଲକ ଅଧୀନ ଶିକ୍ଷା ବିଭାଗ ରେ ଅଧିକାଂଶ ବିଦ୍ୟାଳୟ ରେ ସମସ୍ୟା ଲାଗି ରହିଥିବା ବେଳେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.