ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆଇସିସି ଟେଷ୍ଟ ମାନ୍ୟତା: ବୋଲିଂରେ ନଂ-୧ ଯଶପ୍ରୀତ ବୁମରା, ବ୍ୟାଟିଂରେ ଜୈସ୍ୱାଲ୍‌ ଚତୁର୍ଥ ସ୍ଥାନରେ

Published By : Prameya | January 23, 2025 10:33 AM

ଦୁବାଇ,୨୩/୦୧: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତା ତାଲିକାରେ ଭାରତର ଯଶପ୍ରୀତ ବୁମରା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ବ୍ୟାଟିଂ ବିଭାଗରେ ପ୍ରଥମ ୭ଟି ସ୍ଥାନ ଅପରିବର୍ତ୍ତିତ ରହିଛି । ଭାରତର ଯଶସ୍ୱୀ ଜୈସ୍ୱାଲ୍‌ ପୂର୍ବଭଳି ଚତୁର୍ଥ ସ୍ଥାନରେ ରହିଛନ୍ତି । 

ବୁମରା ମୋଟ୍‌ ୯୦୮ ପଏଣ୍ଟ ହାସଲ କରିଥିବାରୁ ଅନ୍ୟ  କେହି ତାଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି । ୮୪୧ ପଏଣ୍ଟ  ସହ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍ସ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଉଭୟଙ୍କ ମଧ୍ୟରେ ୬୭ ପଏଣ୍ଟର ବ୍ୟବଧାନ ରହିଛି । ସେହିପରି  ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ୮୩୭ ପଏଣ୍ଟ ସହ  ତୃତୀୟ ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ ୧୦ରେ ପାକିସ୍ତାନର  ନୋମାନ ଅଲି ପ୍ରଥମ କରି ସ୍ଥାନ ହାସଲ କରିଛନ୍ତି । ସେ  ନବମ ସ୍ଥାନ ଦଖଲ କରିଛନ୍ତି । ଫଳରେ ଏହି ସ୍ଥାନରେ ଥିବା  ରବିନ୍ଦ୍ର ଜାଡ଼େଜା ଦଶମକୁ ଖସିଛନ୍ତି ।  

ବ୍ୟାଟିଂ ବିଭାଗରେ ପାକିସ୍ତାନର ସାଉଦ ସକିଲଙ୍କ  ମାନ୍ୟତାରେ ୩ଟି ସ୍ଥାନ ଉନ୍ନତି ହୋଇଛି ଓ ସେ ଅଷ୍ଟମ ସ୍ଥାନ  ଦଖଲ କରିଛନ୍ତି । ଫଳରେ ଷ୍ଟିଭେନ ସ୍ମିଥ୍‌ ନବମ ଓ ରିଷଭ  ପନ୍ତ ଦଶକକୁ ଖସିଛନ୍ତି । ଗତ ସପ୍ତାହରେ ପନ୍ତ ନବମ ସ୍ଥାନରେ  ରହିଥିଲେ । 

ସୂଚନାଯୋଗ୍ୟ, ଭାରତ ଆସନ୍ତା ଜୁନ୍‌/ଜୁଲାଇରେ  ଟେଷ୍ଟ ଖେଳିବ । ଅନ୍ୟ କେବଳ ପାକିସ୍ତାନ-ୱେଷ୍ଟ ଇଣ୍ଡିଜ୍‌ ଓ  ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମଧ୍ୟରେ ୨ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.