ନୂଆଦିଲ୍ଲୀ, ୧୪/୨ : ପାକିସ୍ତାନ କ୍ରିକେଟ ଟିମ୍ ଟି-୨୦ ବିଶ୍ବକପ ପରେ ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ କିଭଳି ପ୍ରଦର୍ଶନ କରିଛି ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । କିନ୍ତୁ ନିଜ କଥା ନ ବିଚାର କରି ସବୁବେଳେ ଭାରତୀୟ ଖେଳାଳିଙ୍କ ସମାଲୋଚନା କରିଥାନ୍ତି ପାକିସ୍ତାନୀ । ପାକିସ୍ତାନୀ ବୋଲରଙ୍କୁ ରକ୍ଷା କରିବାକୁ ଯାଇ ଚୟନକର୍ତ୍ତା ଆକିଭ୍ ଜାଭେଦ କହିଛନ୍ତି କି, ବୁମରା ଏକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ।
Jasprit Bumrah is the Usman Tariq of fast bowlers, both of them chucks.
— 𝐀. (@was_abdd) March 14, 2026
- Aqib Javed pic.twitter.com/Xl1NsmzbcB
କିଛିଦିନ ପୂର୍ବେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ରୁତ ବୋଲରଙ୍କ ସମ୍ପର୍କରେ ଏକ ପ୍ରଶ୍ନ କରାଯାଇଥିଲା । ଯେଉଁଥିରେ ସେ କହିଥିଲେ କି, ନସିମ ଶାହ, ସଲମାନ ମିର୍ଜା ଏବଂ ସାହିନଙ୍କ ଭଳି ଦ୍ରୁତ ବୋଲରମାନେ ନୈରାଶ୍ୟଜନକ ପ୍ରଦର୍ଶନ କାହିଁକି କରୁଛନ୍ତି । ସେ ନିଜ ବୋଲରଙ୍କୁ ବଞ୍ଚାଇବା ପାଇଁ ବୁମରାଙ୍କ ନାଁ ନେଇଥିଲେ । ଆକିବ ଜାଭେଦ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଆଉ ୱାସିମ ଆକ୍ରମ ଏବଂ ୱାକାର ୟୁନିସଙ୍କ ପରି ଘାତକ ବୋଲର ସୃଷ୍ଟି କରୁନାହିଁ । ତଥାପି, ସେ ଆହୁରି କହିଛନ୍ତି ଯେ ଯେଉଁ ବୋଲର ଅଛନ୍ତି ସେମାନେ ଜସପ୍ରିତ ବୁମରାହଙ୍କ ପରି, ଏବଂ ସେମାନେ ମଧ୍ୟ କଷ୍ଟ ପାଉଛନ୍ତି । ପାକିସ୍ତାନୀ ଚୟନକର୍ତ୍ତା କହିଛନ୍ତି, "ଜସପ୍ରିତ ବୁମରାହ ଟି-୨୦ ବିଶ୍ୱକପରେ ଏକମାତ୍ର ଷ୍ଟାଣ୍ଡଆଉଟ୍ ବୋଲର ଥିଲେ, ଏବଂ ଏବେ ସେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ।
ଏହାସହ ସେ ବୁମରାଙ୍କ ବୋଲିଂ ଷ୍ଟାଇଲକୁ ନେଇ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ କି, ସେ ଏକ ଭିନ୍ନ ଷ୍ଟାଇଲର ବୋଲିଂ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ମୁଁ କହିବି ଯେ ସେ ଦ୍ରୁତ ବୋଲିଂର ଉସମାନ ତାରିକ। ତାଙ୍କର ଆକ୍ସନ ସେତେ ଦ୍ରୁତ ନୁହେଁ ଯେତେ ସେ ବୋଲିଂ କରନ୍ତି, ଏବଂ ବ୍ୟାଟସମ୍ୟାନ କୌଣସି ପ୍ରବାହ ବଜାୟ ରଖନ୍ତି ନାହିଁ।" ତେବେ ୯ ମ୍ୟାଚରେ ବୁମରା ୭ ଓ୍ବିକେଟ ଟି-୨୦ ବିଶ୍ବକପରେ ହାତେଇଥିଲେ । ଏହାସହ ତାଙ୍କ ଘାତକ ବୋଲିଂ ଦଳକୁ ମଧ୍ୟ ବିଜୟୀ କରାଇଛି । କିଛି ପାକିସ୍ତାନୀ ସିଲେକ୍ଟରଙ୍କ ଏଭଳି ପ୍ରତିକ୍ରିୟାକୁ ସୋସିଆଲ ମିଡିଆରେ କମେଣ୍ଟ କରାଯାଉଛି ।
ଏହାସହ ପଢ଼ନ୍ତୁ : RCBର ମଜାକ୍ ଉଡ଼ାଇଲା କି KKR ? ଭାଇରାଲ ହେଉଛି ଭିଡିଓ