ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବୁମରାହ ଜିତିଲେ ସର୍ ଗାରଫିଲ୍ଡ ସୋଭର୍ସ ଆଓ୍ବାର୍ଡ,ଆଇସିସି କ୍ରିକେଟ ଅଫ୍ ଦ ଇୟର ହୋଇ ରଚିଲେ କୀର୍ତ୍ତିମାନ

Published By : Harapriya Biswal | January 28, 2025 8:47 PM

ନୂଆଦିଲ୍ଲୀ,୨୮।୧:  ଇତିହାସ ରଚିଲେ ଜସପ୍ରୀତ ବୁମହାର। କ୍ରିକେଟ ଅଫ୍ ଦ ଇୟର ଭାବରେ ଚୟନ ହୋଇଛନ୍ତି ଭାରତର ଦ୍ରୁତ ବୋଲର ବୁମରାହ। ଏହା ସହ ଜସି ‘ସର ଗାରଫିଲ୍ଡ ସୋବର୍ସ ଟ୍ରଫି’ ପାଇଥିବା ଭାରତର ପ୍ରଥମ ବୋଲର ପାଲଟିଛନ୍ତି। ବୁମରାହଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବର୍ଷର ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବରେ ଚୟନ କରିଛି। 

ବୁମରାହ ବର୍ତ୍ତମାନ କ୍ରିକେଟ ଫିଲ୍ଡଠାରୁ ଦୂରରେ ଅଛନ୍ତି। ପିଠିରେ ଆଘାତ ଯୋଗୁଁ ନେଉଛନ୍ତି ରେଷ୍ଟ। ଅଷ୍ଟେ୍ରଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ସମୟରେ ତାଙ୍କ ପିଠିରେ ଆଘାତ ଲାଗିଥିଲା। ଏହି ମ୍ୟାଚ୍ ପରେ ସେ କ୍ରିକେଟ୍‌ ମୈଦାନରୁ ଦୂରରେ ଅଛନ୍ତି। ୩୧ ବର୍ଷୀୟ ବୁମରାହ ହ୍ୟାରି ବ୍ରୁକ(ଇଂଲଣ୍ଡ), ଟ୍ରେଭିସ୍ ହେଡ୍( ଅଷ୍ଟେ୍ରଲିଆ) ଓ ଜୋ ରୁଟ୍(ଇଂଲଣ୍ଡ) ଭଳି ଷ୍ଟାର ଖେଳାଳିଙ୍କୁ ପଛରେ ପକାଇ ପୁରୁଷ କ୍ରିକେଟରଙ୍କ ଶୀର୍ଷ ଖେଳାଳିଙ୍କୁ ପଛରେ ପକାଇ ଏହି ପୁରସ୍କାର ପାଇଛନ୍ତି।

୨୦୨୪ ବୁମରାହଙ୍କ ପାଇଁ କୌଣସି ଏକ ସ୍ବପ୍ନ ଭଳି ଥିଲ। କ୍ରିକେଟର ଯେ କୌଣସି ଫର୍ମାଟରେ ସେ ଥିଲେ ଏକ ନମ୍ବର। ଟି-୨୦ ଓ୍ବାର୍ଲ୍ଡକପ୍‌ କିମ୍ବା ବର୍ଡର ଗାଭାସ୍କର ସିରିଜ। ବୁମରାହ ନିକଟରେ ଟେଷ୍ଟରେ ୨୦୦ ଓ୍ବିକେଟ ପୁରା କରିଥିଲେ। ୨୦୨୪ ରେ ଟେଷ୍ଟ କ୍ରିକେଟରେ ସର୍ବଶ୍ରେଷ୍ଠ ବୋଲର ରହିଛନ୍ତି। ତାଙ୍କୁ ୧୩ ମ୍ୟାଚ୍‌ରେ ୧୪.୯୨ ଆଭରେଜ୍‌ ଓ ୩୦.୧୬ ଷ୍ଟ୍ରାଇକ୍ ରେଟ୍‌ରେ ୭୧ ଓ୍ବିକେଟ ନେଇଛନ୍ତି। ଯାହାକି ପାରମ୍ପରିକ ରୂପରେ ଯେ କୌଣସି ବୋଲରଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.