ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଏନ୍‌ସିଏରେ ପହଞ୍ଚିଲେ ଭାରତର ଷ୍ଟାର୍‌ ପେସ୍‌ ବୋଲର ଯଶପ୍ରୀତ ବୁମରା, ଫିଟ୍‌ନେସ ଟେଷ୍ଟର ସାମ୍ନା କରିବେ

Published By : Prameya | March 21, 2025 9:48 AM

ବେଙ୍ଗାଲୁରୁ,୨୧/୦୩: ଗତ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଆହତ ହୋଇଥିବା ଭାରତର ଷ୍ଟାର୍‌ ପେସ୍‌ ବୋଲର ଯଶପ୍ରୀତ ବୁମରା ଫିଟ୍‌ନେସ୍‌ ପରୀକ୍ଷା ଦେବା ପାଇଁ ଜାତୀୟ କ୍ରିକେଟ୍‌ ଏକାଡେମୀ  (ଏନ୍‌ସିଏ)ରେ ପହଞ୍ଚିଛନ୍ତି । ସେଠାରେ ସେ କିଛି ଦିନ ଅବସ୍ଥାନ କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଫିଟ୍‌ନେସ ଟେଷ୍ଟର ସାମ୍ନା କରିବେ ।  ସିଡନୀରେ ଅନୁଷ୍ଠିତ ପଞ୍ଚମ ଟେଷ୍ଟରେ ବୁମରା ଆହତ ହୋଇଥିଲେ ।  ସେବେଠୁ ତାଙ୍କୁ କ୍ରିକେଟ୍‌ରୁ ଦୂରେଇ ରଖାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ବିସିସିଆଇ ପକ୍ଷରୁ ବୁମରାଙ୍କ  ଫିଟ୍‌ନେସ୍‌ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ । ତଥାପି  ଏପ୍ରିଲ୍‌ ଦ୍ୱିତୀୟ ସପ୍ତାହ ସୁଦ୍ଧା ସେ ଫିଟ୍‌ ହେବେ ବୋଲି ଅନୁମାନ  କରାଯାଉଛି । ଚଳିତ ମାସରେ ମୁମ୍ବାଇ ଇଣ୍ଡିଆନ୍ସ ୩ଟି ମ୍ୟାଚ୍‌  ଖେଳିବ । ୨୩ ତାରିଖରେ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଭେଟିବ  ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ୨୯ ତାରିଖରେ ଘରୋଇ ଗୁଜରାଟ  ଟାଇଟନ୍ସକୁ ଅହମ୍ମଦାବାଦରେ ସାମ୍ନା କରିବ । ୩୧ ତାରିଖରେ ଦଳ  ପ୍ରଥମ ଘରୋଇ ମ୍ୟାଚ୍‌ ଖେଳିବ । ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା  ନାଇଟ୍‌ ରାଇଡର୍ସ ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ।  ଏପ୍ରିଲ ପ୍ରଥମ ସପ୍ତାହରେ ମୁମ୍ବାଇ ଇଣ୍ଡିଆନ୍ସ ୨ଟି ମ୍ୟାଚ୍‌ ଖେଳିବାର  କାର୍ଯ୍ୟକ୍ରମ ରହିଛି । ୪ ତାରିଖରେ ଏକାନ୍ନା ଷ୍ଟାଡିୟମ୍‌ରେ ଘରୋଇ  ଲକ୍ଷେ୍ନø ସୁପରଜାଏଣ୍ଟସକୁ ଭେଟିବ । ସେହିପରି ୭ ତାରିଖରେ  ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ଘରୋଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ  ସାମ୍ନା କରିବ । ବୁମରା ଏହି ୫ଟି ମ୍ୟାଚ୍‌ ଖେଳିବା ସମ୍ଭାବନା କ୍ଷୀଣ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.