ବେଙ୍ଗାଲୁରୁ,୨୧/୦୩: ଗତ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଆହତ ହୋଇଥିବା ଭାରତର ଷ୍ଟାର୍‌ ପେସ୍‌ ବୋଲର ଯଶପ୍ରୀତ ବୁମରା ଫିଟ୍‌ନେସ୍‌ ପରୀକ୍ଷା ଦେବା ପାଇଁ ଜାତୀୟ କ୍ରିକେଟ୍‌ ଏକାଡେମୀ  (ଏନ୍‌ସିଏ)ରେ ପହଞ୍ଚିଛନ୍ତି । ସେଠାରେ ସେ କିଛି ଦିନ ଅବସ୍ଥାନ କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଫିଟ୍‌ନେସ ଟେଷ୍ଟର ସାମ୍ନା କରିବେ ।  ସିଡନୀରେ ଅନୁଷ୍ଠିତ ପଞ୍ଚମ ଟେଷ୍ଟରେ ବୁମରା ଆହତ ହୋଇଥିଲେ ।  ସେବେଠୁ ତାଙ୍କୁ କ୍ରିକେଟ୍‌ରୁ ଦୂରେଇ ରଖାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ବିସିସିଆଇ ପକ୍ଷରୁ ବୁମରାଙ୍କ  ଫିଟ୍‌ନେସ୍‌ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ । ତଥାପି  ଏପ୍ରିଲ୍‌ ଦ୍ୱିତୀୟ ସପ୍ତାହ ସୁଦ୍ଧା ସେ ଫିଟ୍‌ ହେବେ ବୋଲି ଅନୁମାନ  କରାଯାଉଛି । ଚଳିତ ମାସରେ ମୁମ୍ବାଇ ଇଣ୍ଡିଆନ୍ସ ୩ଟି ମ୍ୟାଚ୍‌  ଖେଳିବ । ୨୩ ତାରିଖରେ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଭେଟିବ  ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ୨୯ ତାରିଖରେ ଘରୋଇ ଗୁଜରାଟ  ଟାଇଟନ୍ସକୁ ଅହମ୍ମଦାବାଦରେ ସାମ୍ନା କରିବ । ୩୧ ତାରିଖରେ ଦଳ  ପ୍ରଥମ ଘରୋଇ ମ୍ୟାଚ୍‌ ଖେଳିବ । ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା  ନାଇଟ୍‌ ରାଇଡର୍ସ ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ।  ଏପ୍ରିଲ ପ୍ରଥମ ସପ୍ତାହରେ ମୁମ୍ବାଇ ଇଣ୍ଡିଆନ୍ସ ୨ଟି ମ୍ୟାଚ୍‌ ଖେଳିବାର  କାର୍ଯ୍ୟକ୍ରମ ରହିଛି । ୪ ତାରିଖରେ ଏକାନ୍ନା ଷ୍ଟାଡିୟମ୍‌ରେ ଘରୋଇ  ଲକ୍ଷେ୍ନø ସୁପରଜାଏଣ୍ଟସକୁ ଭେଟିବ । ସେହିପରି ୭ ତାରିଖରେ  ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ଘରୋଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ  ସାମ୍ନା କରିବ । ବୁମରା ଏହି ୫ଟି ମ୍ୟାଚ୍‌ ଖେଳିବା ସମ୍ଭାବନା କ୍ଷୀଣ ।