ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡିଲେ ଯଶପ୍ରୀତ ବୁମରା; ହର୍ଷିତଙ୍କୁ ସୁଯୋଗ, ଜାଣନ୍ତୁ କିଏ ରିଜର୍ଭ ପ୍ଲେୟାର

Published By : Ankita S | February 12, 2025 7:41 AM

ମୁମ୍ବାଇ,୧୨ /୦୨: କ୍ରିକେଟ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର । ବିଶେଷ କରି ଯଶପ୍ରୀତ ବୁମରାଙ୍କ ଫ୍ୟାନ୍ସଙ୍କ ପାଇଁ ନିରାଶ କରିବା ପରି ଖବର ଆସିଛି । ଭାରତୀୟ ଦଳର ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମରା ଆଗାମୀ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡିଛନ୍ତି । ବିସିଆଇ ପକ୍ଷରୁ ଚୂଡାନ୍ତ ଦଳ ଘୋଷଣା କରାଯାଇଛି । ବୁମରାଙ୍କୁ ଏହି ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଦଳରେ ସ୍ଥାନ ମିଳିଛି । ଯଶସ୍ୱୀ ଜୈସ୍ୱାଲ୍‌, ମହମ୍ମଦ ସିରାଜ, ଶିବମ ଦୁବେ ରିଜର୍ଭ ପ୍ଲେୟାର ଭାବେ ଦଳରେ ସ୍ଥାନ ମିଳିଛି ।

ବୁମରା ବାଦ୍ ହର୍ଷିତଙ୍କୁ ସୁଯୋଗ- ଭାରତୀୟ ଦଳର ଷ୍ଟାର ପେସ୍‌ ବୋଲର ଯଶପ୍ରୀତ ବୁମରା ଆହତ ଥିଲେ । ସୁସ୍ଥ ହୋଇନଥିବାରୁ  ଆଗାମୀ ଚାମ୍ପିଅନ୍ସ ଟ୍ରଫିରୁ ସେ ବାଦ ପଡ଼ିଛନ୍ତି । ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଛି ଓ ବୁମରାଙ୍କୁ ଏହି ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଯୁବ ପେସ୍‌ ବୋଲର ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିବା ଓପନର ଯଶସ୍ୱୀ ଜୈସ୍ୱାଲଙ୍କୁ ବାଦ ଦିଆଯାଇ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଡାକରା ମିଳିଛି । ୧୫ ତାରିଖରେ ଭାରତୀୟ ଦଳ ଦୁବାଇ ଅଭିମୁଖେ ଯାତ୍ରା କରିବ । ଜୈସ୍ୱାଲ ୩ ଜଣିଆ ରିଜର୍ଭ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି । ପେସ୍‌ ବୋଲର ମହମ୍ମଦ ସିରାଜ ଓ ଅଲ୍‌ରାଉଣ୍ଡର ଶିବମ ଦୁବେ ଅନ୍ୟ ୨ ରିଜର୍ଭ ଖେଳାଳି ଭାବେ ରହିଛନ୍ତି । ଏମାନେ ଦଳ ସହ ଦୁବାଇ ଯାତ୍ରା କରିବେ ନାହିଁ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଦୁବାଇ ପଠାଯିବ ।

ଯଶପ୍ରୀତ ବୁମରା ସମ୍ପ୍ରତି ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ଚିକିତ୍ସିତ ହେଉଛନ୍ତି । ଗତ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଅନ୍ତିମ ଟେଷ୍ଟରେ ସେ ଆହତ ହୋଇଥିଲେ । ବୋଲିଂ ବେଳେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଗତ ମାସରେ ଘୋଷଣା କରାଯାଇଥିବା ସମ୍ଭାବ୍ୟ ଦଳରେ ବୁମରାଙ୍କୁ ସ୍ଥାନ ମିଳିଥିଲା । ସଠିକ୍‌ ସମୟରେ ସେ ଫିଟ୍‌ ହେବେ ବୋଲି ଆଶା କରାଯାଉଥିଲା । ମାତ୍ର ସେ ଏପର୍ଯ୍ୟନ୍ତ ବୋଲିଂ ଅଭ୍ୟାସ ଆରମ୍ଭ କରିପାରିନାହାନ୍ତି । ଚାମ୍ପିଆନ୍ସ ଟ୍ରଫିକୁ ଆଉ ୭ ଦିନ ରହିଛି । ବୁମରା ସୁସ୍ଥ ହୋଇ ନାହାନ୍ତି । ତାଙ୍କୁ ଫିଟ୍ ହେବାକୁ ଆଉ କେତେ ଦିନ ଲାଗିବ ତାହା ସ୍ପଷ୍ଟ ହୋଇନାହିଁ । ଏନସିଏ ମେଡିକାଲ୍‌ ଟିମ୍‌ ମଧ୍ୟ ବୁମରାଙ୍କ ଆଘାତ ସ୍ଥାନର ଚିକିତ୍ସା ଚଳାଇଛି । ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବାରୁ ଚାମ୍ପିଆନ୍ସ ଟ୍ରଫିରୁ ତାଙ୍କୁ ଭାରତୀୟ ଦଳରୁ ବାଦ୍ ଦିଆଯାଇଛି। 

ଏହା ବି ପଢନ୍ତୁ...କେଉଁ ଦେଶର କ୍ରିକେଟ ଟିମର ଜର୍ସି ସବୁଠାରୁ ଶସ୍ତା, ଜାଣନ୍ତୁ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ୮ଦେଶର ଜର୍ସି ଦାମ୍ କେତେ

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସାମି, ଅର୍ଶଦୀପ ସିଂହ, ରବିନ୍ଦ୍ର ଜାଡ଼େଜା, ବରୁଣ ଚକ୍ରବର୍ତ୍ତୀ ।

ରିଜର୍ଭ ପ୍ଲେୟାର : ଯଶସ୍ୱୀ ଜୈସ୍ୱାଲ୍‌, ମହମ୍ମଦ ସିରାଜ, ଶିବମ ଦୁବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.