ପ୍ରମୂଖ ଖବର
  • ମୃତ୍ୟୁ ସହ ରାଇଘର ନର୍ସିଂ ଛାତ୍ରୀଙ୍କ ସଂଘର୍ଷ, ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର, ମୁଖ୍ୟ ଅଭିଯୁକ୍ତ ଦଶପଲ୍ଲାରୁ ଗିରଫ
  • ||
  • ପାକିସ୍ତାନରେ ଭୟଙ୍କର ବନ୍ୟା ସ୍ଥିତି, ମୌସୁମୀ ଜନିତ ବର୍ଷା ମୃତ୍ୟୁ ସଂଖ୍ୟା ୨୩୪କୁ ବୃଦ୍ଧି, ପଞ୍ଜାବ ପ୍ରଦେଶ ସର୍ବାଧିକ ପ୍ରଭାବିତ
  • ||
  • ବ୍ରିଟେନରେ ପିଏମ୍ ମୋଦି, ଭାରତ-UK ଏଫ୍‌ଟିଏରେ ବାଜିବ ମୋହର, ଦ୍ୱିପାକ୍ଷିକ କାରବାର ୨.୯୭ ଲକ୍ଷ କୋଟି ଛୁଇଁବା ଆଶା
  • ||
  • ଓଡ଼ିଶା ଇତିହାସରେ ପ୍ରଥମ: ଡାର୍କୱେବ୍‌ରେ ୟୁରୋପରୁ ମଗାଇଥିଲା ଡ୍ରଗ୍ସ, ମୈତ୍ରୀବିହାରରୁ ଇଂଜିନିୟରିଂ ଛାତ୍ର ଗିରଫ
  • ||
  • ଚିତାଲାଗି ଅମାବାସ୍ୟା: ଆଜି ଶ୍ରୀବିଗ୍ରହଙ୍କୁ ଲାଗି ହେବ ରତ୍ନଚିତା, ଅପରାହ୍ଣ ସାଢ଼େ ୨ଟାରୁ ଦର୍ଶନ କଟକଣା
  • ||
  • ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ, ୩ ଦିନ ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଲାଲଗଡ଼ରେ ଦେବଦୂତ ସାଜିଲେ ଯବାନ ; ଦୁର୍ଗମ ଅଞ୍ଚଳରୁ ରୋଗୀକୁ ଖଟିଆରେ ବୋହି ହସ୍ପିଟାଲରେ ପହଞ୍ଚାଇଲେ

Published By : Suraj Kumar | July 23, 2025 9:56 PM

ମାଲକାନଗିରି,୨୩।୭ (ଆପ୍ର): ଲାଲଗଡ଼ରେ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଯବାନ` ଦୁର୍ଗମ ଅଞ୍ଚଳରୁ ଗୁରୁତର ରୋଗୀକୁ ଖଟିଆରେ ବୋହି ହସ୍ପିଟାଲରେ ପହଞ୍ଚାଇ ଜୀବନ ବଞ୍ଚାଇଛନ୍ତି ।  ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇ ସାଧାରଣରେ ବେସ ପ୍ରଶଂସାର ପାତ୍ର ହୋଇଛନ୍ତି ଯବାନମାନେ ଏହି ଘଟଣା ଦେଖିବକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ  ଛତିଶଗଡ ରାଜ୍ୟ ବିଜାପୁର  ଜିଲ୍ଲାର ଅତି ଦୁର୍ଗମ ତଥା ମାଓପ୍ରବଣ ପଟେଲପାରା ଗାଁରେ। 

ସେହି ଗାଁର ୪୮ ବର୍ଷୀୟ କବାସୀ ଆଡମା ଅନେକ ଦିନ ଧରି ବାତ ରୋଗରେ ପିଡିତ ଥିଲେ। ତେବେ ହଠାତ ବୁଧବାର ତାଙ୍କୁ ବାତ ମାରିବା ପରେ ସମ୍ପୁର୍ଣ୍ଣ ଅସୁସ୍ଥ ହୋଇ ପଡି ଥିଲେ। ରକ୍ତଚାପ ସାଙ୍ଗକୁ ସୁଗାର ଲେବୁଲ ମଧ୍ୟ ଖସି ଯାଇ ଥିଲା।  ରୋଗୀଟି ଜୀବନ ମରଣ ସହ ସଂଗ୍ରାମ କରୁ ଥିବା ବେଳେ ଏହି ଖବର ମାଓ ଦମନ ଅପରେସନରେ ନିଯୋଜିତ ଥିବା କୋରାଗୁଟ୍ଟା ସ୍ଥିତ ୧୫୧ ସିଆରପିଏଫ ବାଟାଲିୟନର ଯବାନମାନେ ଜାଣିବା  ପରେ ଯବାନଙ୍କ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଥିଲେ। ତୁରନ୍ତ କବାସୀ ଆଡମାଙ୍କୁ ପ୍ରାଥମିକ ଚିକିତ୍ସା କରା ଯାଇଥିଲା। ରାସ୍ତା ଖରାପ ଥିବାରୁ ଗାଁ କୁ ଆମ୍ବୁଲାନ୍ସ ଯାଇପାରି ନଥିଲା। ଯବାନ ମାନେ ଆଡମାଙ୍କୁ ଖଟରେ ବୋହି ନେଇ ଟ୍ରାକ୍ଟର ଯୋଗେ ପାମେଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଛନ୍ତି। ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସେ ସୁସ୍ଥ ଥିବା ଜଣା ପଡିଛି। ଯବାନ ମାନଙ୍କ ଏହି ସେବା କାର୍ଯ୍ୟ କୁ ଉକ୍ତ ଗ୍ରାମ ବାସୀ ଓ ଆଡ଼ମା ପରିବାର ଧନ୍ୟବାଦ ଜଣାଇ ପ୍ରଶଂସା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.