ମୁମ୍ବାଇ,୩୦/୧୧: ଭାରତୀୟ ଦଳ ଆଗାମୀ  ଦିନିକିଆ ସିରିଜରେ ନୂଆ ଜର୍ସି ପରିଧାନ କରିବ । ବିସିସିଆଇ  ସମ୍ପାଦକ ଜୟ ଶାହ ଏବଂ ମହିଳା ଦଳର ଅଧିନାୟିକା ହର୍ମନପ୍ରୀତ କୌର ମୁମ୍ବାଇରେ ଜର୍ସି ଉନ୍ମୋଚନ କରିଛନ୍ତି । ଜର୍ସିର କାନ୍ଧରେ ୩ଟି ରଙ୍ଗ ଧଳା, କମଳା ଓ ସବୁଜ ରହିଛି । କୌର ନୂଆ ଜର୍ସିକୁ ନେଇ ଖୁସି ରହିଛନ୍ତି ।  

ସେ କହିଛନ୍ତି, ‘ଆମେ ୱେଷ୍ଟଇଣ୍ଡିଜ ବିପକ୍ଷରେ  ପ୍ରଥମେ ଏହି ଜର୍ସି ପରିଧାନ କରିବାକୁ ଯାଉଥିବାରୁ  ବହୁତ ଖୁସି ରହିଛୁ ।’ ମହିଳା ଦଳ ୱେଷ୍ଟଇଣ୍ଡିଜ ଓ  ଆୟର୍ଲାଣ୍ଡ ବିପକ୍ଷରେ ସୀମିତ ଓଭର ସିରିଜ୍‌ ଖେଳିବ ।  ଡିସେମ୍ବର ୧୫, ୧୭ ଓ ୧୯ରେ ୩ଟି ଟି-ଟ୍ୱେଣ୍ଟି  ଭାରତ ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ ।  ଏହାପରେ ୨୨, ୨୪ ଓ ୨୭ରେ ୩ଟି ଦିନିକିଆ  ଖେଳାଯାଇ ସିରିଜ୍‌ ଶେଷ ହେବ । ପୁଣି ଆୟର୍ଲାଣ୍ଡ  ବିପକ୍ଷରେ ଦିନିକିଆ ସିରିଜ ଜାନୁଆରୀ ୧୦, ୧୨  ଓ ୧୫ ତାରିଖରେ ରାଜକୋଟରେ ଖେଳାଯିବ ।