ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଜୟଦେବ ବିହାର ଛକରେ ଭଙ୍ଗା ହେବ ଏନ୍‌ଏଚ୍‌ ଓଭରବ୍ରିଜ: ଭୂତଳ ରାସ୍ତାରେ ଗଡ଼ିବ ଗାଡ଼ି, ଫ୍ଲାଏଓଭର ଉପରେ ଦୌଡିବ ମେଟ୍ରୋ

Published By : Prameya | February 7, 2025 3:01 PM

ଭୁବନେଶ୍ୱର,୦୭/୦୨: ମାଟି ତଳେ ଭୂତଳ  ରାସ୍ତା । ଉପରେ ଚକାଚକ୍‌ ସଡ଼କ । ପୁଣି ଛିଡ଼ା ହେବ ଫ୍ଲାଏଓଭର । ଏସବୁ ଉପରେ ଦୌଡ଼ିବ ମେଟ୍ରୋ । ଜୟଦେବବିହାର ଛକକୁ ନେଇ ଏମିତି  ମେଗା ଯୋଜନା କରିଛି ପୂର୍ତ୍ତ ବିଭାଗ । 

ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ  ନିର୍ମାଣ ହେବ ଫ୍ଲାଏଓଭର । ଏହା ପୂର୍ବରୁ  ବଦଳିଯିବ ଜୟଦେବ ବିହାର ଛକ ଓ ରାସ୍ତାର ଚେହେରା । ପ୍ରଥମେ ଜୟଦେବ ବିହାର  ଓଭରବ୍ରିଜ୍‌ ଭଙ୍ଗା ହେବ । କଳିଙ୍ଗ ଷ୍ଟାଡିୟମ  ପଟୁ ଆସୁଥିବା ରାସ୍ତା ତଳେ ଖୋଲିବ ଭୂତଳ  ରାସ୍ତା । ଏହି ଭୂତଳ ରାସ୍ତା ଲମ୍ବିବ ପାଲ୍‌ ହାଇଟ୍ସ  ପର୍ଯ୍ୟନ୍ତ । ସେଠି ଥିବା ଫୁଟଓଭର ବ୍ରିଜ୍‌ ହଟିବ । 

ଜୟଦେବ ବିହାର ରାସ୍ତାକୁ ନୂଆ ରୂପ ଦିଆଯିବ । ଗୋଲେଇ ଛକ ନିର୍ମାଣ ହେବ । କଳିଙ୍ଗ ଷ୍ଟାଡିୟମ ପଟୁ ଆସୁଥିବା ହାଲୁକା ଯାନ  (କାର୍‌, ଦୁଇ ଚକିଆ, ଅଟୋ ଆଦି ଗାଡ଼ିମୋଟର)  ଭୂତଳ ରାସ୍ତା ଦେଇ ପାଲ ହାଇଟ୍ସ ପର୍ଯ୍ୟନ୍ତ ଯିବେ ।  ସେହିପରି ବସ୍‌, ଟ୍ରକ ଓ ଅନ୍ୟାନ୍ୟ ଭାରୀଯାନ  ଭୂତଳ ରାସ୍ତା ଉପରେ ଥିବା ସଡ଼କ ଦେଇ ଆଗକୁ  ଆସିବେ । ପାଲହାଇଟ୍ସ ପାଖରୁ ସମସ୍ତ ଗାଡ଼ିମୋଟର  ସିଧା ଫ୍ଲାଏଓଭର ଚଢ଼ିବେ । ଏହି ଫ୍ଲାଏଓଭର ପୂରା  ନନ୍ଦନକାନନ ଛକ ପର୍ଯ୍ୟନ୍ତ ନିର୍ମାଣ ହେବ । ମଝିରେ  ଥିବା ନାଲ୍‌କୋ ଛକ, ଚନ୍ଦ୍ରଶେଖରପୁର ଡମଣା ଛକ, ପଟିଆ ଛକ, କିଟ୍‌ ଛକ,  ରଘୁନାଥପୁର ଛକ ରାସ୍ତା ଫ୍ଲାଏଓଭର ସହ  ସଂଯୋଗ ହେବ । ଏଭଳି ହେଲେ ଯେ କେହି ଆରାମରେ ଫ୍ଲାଏଓଭରକୁ ଚଢ଼ିପାରିବେ ।  ଏହାସହ ଫ୍ଲାଏଓଭରର ଗାଡ଼ିମୋଟର ତଳେ  ଥିବା ବିଭିନ୍ନ ସର୍ଭିସ ରାସ୍ତାକୁ ଆସିପାରିବେ ।  ଏହି ଯୋଜନାକୁ ସାକାର କରିବା ପାଇଁ ପୂର୍ତ୍ତ  ବିଭାଗ ପ୍ରାୟ ୩୫୦୦ କୋଟି ଟଙ୍କାର ଖର୍ଚ୍ଚ  ଆକଳନ କରାଯାଇଛି । ଏହାର ବିସ୍ତୃତ ପ୍ରକଳ୍ପ  ଯୋଜନା (ଡିପିଆର୍‌) ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀଙ୍କ  ଅନୁମୋଦନ ମିଳିସାରିଛି । ଖୁବଶୀଘ୍ର ଡିପିଆର୍‌  ପ୍ରସ୍ତୁତ କରାଯିବ । 

ବଡ଼ କଥା ହେଲା, ଏହି ଫ୍ଲାଏଓଭର ଉପରେ  ଯିବ ମେଟ୍ରୋ ରେଳ । ପୂରା ଏଲିଭେଟେଡେ୍‌  କରିଡରରେ ନିର୍ମାଣ ହେବ ମେଟ୍ରୋ ରେଳ ପଥ ଓ ଫ୍ଲାଏଓଭର । ଏ ନେଇ ଭୁବନେଶ୍ୱର ମେଟ୍ରୋ  ରେଳ କର୍ପୋରେସନ (ବିଏମ୍‌ଆର୍‌ସିଏଲ୍‌) ଏବଂ  ପୂର୍ତ୍ତ ବିଭାଗ ସମନ୍ୱିତ ଭାବେ କାର୍ଯ୍ୟ କରିବେ ।  ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର ପାଇଁ  ଜୟଦେବବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଭଳି  ବିସ୍ତୃତ ଯୋଜନା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ଏ ନେଇ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଏହାକୁ ତ୍ୱରିତ ବେଗରେ ଆଗେଇବା ପାଇଁ  ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.