ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଭାରତୀୟ ପାରମ୍ପରିକ ପୋଷାକରେ ଆମେରିକାର ଉପରାଷ୍ଟ୍ରପତିଙ୍କ ପରିବାର ,ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ

Published By : Prameya | April 21, 2025 8:58 PM

ନୂଆଦିଲ୍ଲୀ : ଦେଶୀ ଲୁକ୍‌ରେ ବିଦେଶୀ । ଫଟୋ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। ଆମେ କହୁଛୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କ ଭାରତ ଗସ୍ତ କଥା। ଭେନ୍ସଙ୍କ ସହ ଭାରତ ଯାତ୍ରାରେ ଆସିଥିବା ତାଙ୍କର ତିନି ଜଣ ପିଲା ସ୍ୱତନ୍ତ୍ର ରୂପେ ଭାରତୀୟ ପୋଷାକ ପିନ୍ଧିଥିଲେ , ଯାହାକି ଲୋକଙ୍କ ହୃଦୟ ଜିତି ନେଇଛି। ସୋମବାର ଦିଲ୍ଲୀରେ ପହଞ୍ଚିବାର ତୁରନ୍ତ ପରେ ତାଙ୍କର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭେନ୍ସଙ୍କ ୮ବର୍ଷିୟ ପୁଅ ଇଭାନ ଓ ୫ବର୍ଷିୟ ପୁଅ ବିବେକ ଧଳା କୁର୍ତ୍ତା ସହ ହଳଦିଆ ଓ ମାଟିଆ କୁର୍ତ୍ତା ପିନ୍ଧିଥିବା ବେଳେ ତାଙ୍କର ୩ବର୍ଷିୟା ଝିଅ ମିରାବେଲ ସବୁଜ ରଙ୍ଗର ଅନାରକଲି ସୁଟ୍‌ ଓ ଜ୍ୟାକେଟ୍‌ ପିନ୍ଧି ଥିଲେ। 

ବିମାନରୁ ଓହ୍ଲାଇବା କ୍ଷଣି ତାଙ୍କର ତିନି ଜଣ ପିଲା ଏହି ଯାତ୍ରାକୁ କଭର କରୁଥିବା ଫଟୋଗ୍ରାଫରଙ୍କ ମଧ୍ୟରେ ଖୁବ୍‌ଲୋକପ୍ରିୟ ପାଲଟି ଯାଇଥିଲେ ଏବଂ ଏହାପରେ ତାଙ୍କର ଫଟୋ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। ଭେନ୍ସ ଓ ତାଙ୍କର ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ସୋମବାର ସକାଳେ ଦିଲ୍ଲୀରେ ପହଞ୍ଚି ଥିଲେ। ତାଙ୍କୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। 

ଭେନ୍ସ ଧଳା ସାର୍ଟ ଓ ନାଲି ରଙ୍ଗର ଟାଇ ସହ ନେଭି ବ୍ଲୁ ବିଜନେସ୍‌ ସୁଟ୍ ପିନ୍ଧି ଥିଲେ, ଅନ୍ୟପଟେ ତାଙ୍କର ପତ୍ନୀ ଧଳ ବ୍ଲେଜର ସହ ନାଲି ରଙ୍ଗର ଲମ୍ୱା ପୋଷାକ ପିନ୍ଧି ଥିଲେ। ଭେନ୍ସ ପରିବାର ସହ ଅକ୍ଷରଧାମ ମନ୍ଦିରରେ ପହଞ୍ଚି ଥିଲେ , ସେଠାରେ ସେ ମନ୍ଦିରର ଭବ୍ୟ ମୁଖଶାଳାର ବାହାରେ ଫଟୋ ପାଇଁ ପୋଜ୍‌ ଦେଇଥିଲେ। ଭେନ୍ସ ଓ ତାଙ୍କର ପରିବାର ନିଜର ୪ଦିବସୀୟ ଗସ୍ତ ବେଳେ ଜୟପୁର ଓ ଆଗ୍ରା ଯାତ୍ରା କରିବେ। 

ସୋମବାର ଆମେରିକୀୟ ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେନ୍ସଙ୍କ ପାଇଁ ରାତ୍ରିଭୋଜନର ଆୟୋଜନ କରିବେ। ଭେନ୍ସଙ୍କ ସହ ବରିଷ୍ଠ ଆମେରିକୀୟ ସରକାରୀ ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଆସିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.