ଭୁବନେଶ୍ବର,୧୧।୨  ପ୍ରକାଶ ପାଇଲା ଜେଇଇ ପରୀକ୍ଷା ଫଳ।  ଜେଇଇ  ମେନ୍ ସେସନ-୧ ପରୀକ୍ଷା ଫଳ  ଏନଟିଏ  ପକ୍ଷରୁ ପ୍ରକାଶ ପାଇଛି । ଏଥିରେ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି  ୧୪ ପରୀକ୍ଷାର୍ଥୀ । ଓଡିଶାର ନବନୀତ  ପ୍ରୀୟଦର୍ଶୀ ୨୬ ତମ ରାଙ୍କରେ ରହିଛନ୍ତି।  ସେ ୯୯.୯୮ ପ୍ରତିଶତ ମାର୍କ ରଖିଛନ୍ତି।

ଚଳିତ ବର୍ଷ ଜାନୁୟାରୀ ମାସରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୨,୨୩,୨୪, ୨୮ ଓ ୨୯ ତାରିଖରେ ପରୀକ୍ଷା  ହୋଇଥିଲା। ୧୨, ୫୮ ,୧୩୬ ଜଣ ପରୀକ୍ଷାର୍ଥ ପରୀକ୍ଷା ଦେଇଥିଲେ। ୩୦୪ଟି ସହରରେ ୬୧୮ କେନ୍ଦ୍ରରେ ପରୀକ୍ଷାର୍ଥୀ   ପରୀକ୍ଷା ଦେଇଥିଲେ।  ଭାରତ ସହ ଅନ୍ୟ ଦେଶର ୧୫ଟି ସହରରେ ମଧ୍ୟ ପରୀକ୍ଷା କେନ୍ଦ୍ର  ହୋଇଥିଲା।