କଟକରୋଡ,୦୧/୦୯: ଆସୁଛି ଶାରଦୀୟ ମହୋତ୍ସବ । ଏ ନେଇ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲାଣି ପୂଜା ପ୍ରସ୍ତୁତି । କିନ୍ତୁ ଏଭଳି ସମୟରେ ରାଜଧାନୀ ଝାରପଡାରେ ୧୪ ବର୍ଷ ଧରି ଶାରଦୀୟ ପୂଜୋତ୍ସବ ପାଳନ କରି ଆସୁଥିବା ‘ଝାରପଡା ଦୁର୍ଗାପୂଜା ସମିତି’ ଏଥର ବିବାଦରେ ଛନ୍ଦି ହୋଇଛି । ଗୋଟିଏ ପୂଜା ସମିତି ନାଁରେ କର୍ମକର୍ତ୍ତା ଗଠନ ପରେ ବିବାଦ କ୍ରମେ ତେଜୁଛି । ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ରବିବାର ପୂର୍ବରୁ ମହୋତ୍ସବରେ ସାମିଲ ଥିବା ଝାରପଡା ଦୁର୍ଗାପୂଜା ସମିତି କର୍ମକର୍ତ୍ତା, ବରିଷ୍ଠ ଉପଦେଷ୍ଟା ଓ ଝାରପଡା ଗ୍ରାମର ବହୁସଂଖ୍ୟକ ଗ୍ରାମବାସୀ ସ୍ଥାନୀୟ ବିଡିଏ କଲୋନୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କ ଅସନ୍ତୋଷ ଜୋରଦାର୍ ଝାଡିଛନ୍ତି।
ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୧ ମସିହାରୁ ଆରମ୍ଭ ଏହି ପୂଜାଉତ୍ସବ ୧୪ ବର୍ଷ ଧୁମଧାମ ସହକାରେ ପାଳନ କରିସାରିଛି । ଓଡ଼ିଶା ତଥା ବାହାରେ ଏହା ଆଦୃତ ଲାଭ କରିଥିବା ବେଳେ ଶୃଙ୍ଖଳିତ ପୂଜା ସମ୍ପାଦନ ପାଇ ପୁରସ୍କୃତ ହୋଇଛି । କିନ୍ତୁ ପୂଜା ସମିତି ବିରୋଧରେ ପ୍ରଶାସନିକ ସ୍ତରରେ ହଠାତ କେତେକ ଅଭିଯୋଗ ନେଇ ଏବର୍ଷ ପୂଜାମଣ୍ଡପରେ ଦେବୀଙ୍କ ଆବାହନ ବନ୍ଦ ହେବା କର୍ମକର୍ତ୍ତାଙ୍କ ପାଇଁ ଅସନ୍ତୋଷ ସୃଷ୍ଟି କରିଛି ।

କର୍ମକର୍ତ୍ତାଙ୍କ କହିବାନୁଯାୟୀ, ୨୦୨୫ ଜୁନ ୨୩ରେ ଝାରପଡା ଦୁର୍ଗାପୂଜା ସମିତି ସଭାପତି ଓ ସଂପାଦକଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲାପାଳଙ୍କ ନିକଟରେ ହାଜର ପାଇଁ କୁହାଯାଇଥିଲା । ପୂଜା ସମିତିରେ ଆର୍ଥିକ ଓ ନିର୍ବାଚନ ଅନିୟମିତା ଏବଂ ସଭାପତିଙ୍କ ବ୍ୟକ୍ତିଗତ ଚରିତ୍ର ସଂହାର ଭଳି କେତେକ ଅଭିଯୋଗ ଉପଜିଲାପାଳଙ୍କ ନିକଟରେ ହୋଇଥିଲା । ଯାହାର କି ଉତ୍ତର କର୍ମକର୍ତ୍ତା ରଖିଥିଲେ । ଅନ୍ୟପକ୍ଷରେ ୨୦୨୫ ଅଗଷ୍ଟ ୧୨ରେ ଅତିରିକ୍ତ ଜିଲାପାଳ କେତେକ ପ୍ରସଙ୍ଗରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ା କାର୍ଯ୍ୟକାରିଣୀ ବୈଠକରେ ଏହି ସୂଚନା ସଦସ୍ୟଙ୍କୁ ଜଣାଯାଇଥିଲା ।
୨୦୧୪ ମସିହାରେ ପୂଜା ସମିତି ସଦସ୍ୟତା ପଦରୁ ଜଗନ୍ନାଥ ପ୍ରଧାନ ଇସ୍ତଫା ଦେଇଥିଲେ । ପରେ ତାଙ୍କୁ ସମିତିର କେତେକ ବୈଠକରେ ଡକାଯାଇଥିଲେ ମଧ୍ୟ ସେ ରାଜନୖତିକ ବ୍ୟସ୍ତତା ଦର୍ଶାଇ ସେଥିରେ ଯୋଗ ଦେଇନଥିଲେ । ଫଳରେ ୨୦୧୮ରେ ଜଗନ୍ନାଥଙ୍କୁ ପୂଜା ସମିତିରୁ ବହିଷ୍କାର କରାଯାଇଥିଲା । ତେବେ ଏ ବର୍ଷ ମାଟି ଅନୁକୁଳ ପାଇଁ କର୍ମକର୍ତ୍ତା ପ୍ରସ୍ତୁତ ହେବା ସହ ପୂଜାସ୍ଥଳ ସଫେଇ ପରେ ଲକ୍ଷ୍ମୀସାଗର ଥାନାଧିକାରୀ ଉକ୍ତ ପଡିଆକୁ ନିଷିଦ୍ଧାଚଂଳ ଘୋଷଣା କରାଇବା ସହିତ ସେଠାରେ ପୁଲିସ ମୃତୟନ କରାଇଥିଲେ । ଏ ନେଇ ସମିତି ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବା ପରେ ଘଟଣାର ଏକ ଉପଯୁକ୍ତ ସମାଧାନ ପାଇଁ ଭୁନନେଶ୍ୱର ଅତିରିକ୍ତ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ଚୁଡାନ୍ତ ରିପୋର୍ଟ ନ୍ୟାୟାଳୟକୁ ପ୍ରଦାନ ପାଇଁ ଜଣାଯାଇଥିଲା । ତେବେ ଏଥିରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା । ରିପୋର୍ଟରେ ବର୍ତ୍ତମାନ ଅବସ୍ଥିତ ଥିବା ପୂଜାସମିତିକୁ ଥାନାଧିକରୀ ପୂର୍ବତନ ଦର୍ଶାଇ ସମିତି ବଦଳରେ ଏହାକୁ ପୂଜା କମିଟି ଲେଖିଥିଲେ ଏବଂ ଦୁଇଜଣଙ୍କୁ ସମିତି ସଂପାଦକ ଓ ସଭାପତି ଭାବେ ଥିବା ତାଙ୍କ୍ ଚିଠିରେ ଜଣାଇଥିଲେ । ଏହାକୁ ଡିସିପିଙ୍କ କୋର୍ଟରେ ଉପସ୍ଥାପନ କରିଥିଲେ ।
ତେବେ ଗତ ୨୯ ତାରିଖରେ ଝାରପଡା ଦୁର୍ଗାପୂଜା ସମିତି ବ୍ୟାନରରେ ନୁତନ ସଭାପତି ଓ ସଂପାଦକ ମାଟି ଅନୁକୁଳ କାର୍ଯ୍ୟକ୍ରମ କରିବା ପରେ ପୂର୍ବରୁ ରହିଆସିଥିବା ସମିତି କର୍ମକର୍ତ୍ତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାଦ୍ୱାରା ଝାରପଡା ପୂଜା ସମିତିର ସମ୍ମାନ କ୍ଷୂର୍ଣ୍ଣ ହେବା ସହ ଡିସିପିଙ୍କ କୋର୍ଟ ଆଦେଶକୁ ଅବମାନା କରାଯାଇଥିବା ସେମାନେ କହିଛନ୍ତି । ଏ ନେଇ ପୂଜା ସଦସ୍ୟ ଥାନାରେ ଅଭିଯୋଗ କରିବା ସହ ପୁଲିସ ମହାନିର୍ଦ୍ଦେଶକ,ପୁଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କୁ ଅବଗତ କରାଇଛନ୍ତି ।
ତେବେ ଚଳିତ ବର୍ଷ ପୂଜା ଆୟୋଜନ ଉପରେ ଗୁରୁତ୍ୱ ଦେଇଛି ସମିତି । ଏଥର ଝାରପଡାର ଅନ୍ୟ ଏକ ସ୍ଥାନରେ ଏହି ଉତ୍ସବ ପାଳନ ହେବା ସହ ଖୁବ ଶୀଘ୍ର ଏହାର ସ୍ଥାନ ଓ ମାଟି ଅନୁକୁଳ ତାରିଖ ଘୋଷଣା କରାଯିବ ବୋଲି ସମିତି ସଭାପତି ଶିଖର ଚନ୍ଦ୍ର ଜେନା, ସଂପାଦକ ଧରଣୀଧର ଜେନା ଓ ଆବାହକ ଶ୍ରୀଧର ଜେନାଙ୍କ ସହ ବହୁ ଗ୍ରାମବାସୀ ଏହି ସମ୍ମିଳନୀରେ ସୂଚନା ଦେଇଛନ୍ତି । ଘଟଣା ସଂକ୍ରାନ୍ତରେ ନୂଆ ଭାବେ ଗଠିତ ହୋଇଥିବା ଝାରପଡା ଦୁର୍ଗାପୂଜା ସମତି ଉପଦେଷ୍ଟା ଜଗନ୍ନାଥ ପ୍ରଧାନ କୁହନ୍ତି ମୋତେ ବହିଷ୍କାର କରାଯିବା ତଥ୍ୟ ସତ୍ୟ ନୁହେଁ । ୨୦୧୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ମୁଁ ମୋ ପଦବୀରୁ କେବଳ ଇସ୍ତଫା ଦେଇଛି ।
ଅନ୍ୟପକ୍ଷରେ ସମିତିର କେତେକ ଅନିୟମିତତା ଓ ୧୭୨ ପ୍ରତିଷ୍ଠାତା ସଦସ୍ୟଙ୍କୁ ବହିଷ୍କାର ନେଇ ଝାରପଡା ୱେଲଫେୟାର ଆସୋସିଏସନ ଅତିରିକ୍ତ ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲା । ଉଭୟପକ୍ଷ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଥିଲା । କିନ୍ତୁ ଏଥିରେ ବ୍ୟତିକ୍ରମ ଘଟିବାରେ ଗ୍ରାମ୍ୟ କମିଟି ସଭାରେ ଦୁଇ ତୃତୀୟାଂଶ ସମ୍ମତି କ୍ରମେ ଝାରପଡା ଦୁର୍ଗାପୁଜା ସମିତି ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା।