ରାଞ୍ଚି,୦୩/୧୧: ଝାଡ଼ଖଣ୍ଡ ବିଧାନସଭା  ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ରବିବାର ନିଜ ସଙ୍କଳ୍ପପତ୍ର ଜାରି  କରିପାରେ । ବିଜେପିର ନିର୍ବାଚନ ପ୍ରଭାରୀ  ତଥା କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ  ଚୌହାନ ଶନିବାର ଏହି ସୂଚନା ଦେଇଛନ୍ତି । ତେବେ ସଙ୍କଳ୍ପପତ୍ରରେ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ  ମାଗଣା ବିଜୁଳି ଏବଂ ୧.୨୫ କୋଟି ଘରକୁ  ସୌର ଶକ୍ତି ସହ ଯୋଡ଼ିବା ପାଇଁ ଘୋଷଣା  ହୋଇପାରେ । 

ଖବର ମୁତାବକ, ସ୍ୱରାଷ୍ଟ୍ର ମନ୍ତ୍ରୀ  ଅମିତ ଶାହ ଶନିବାର ରାଞ୍ଚିରେ ପହଞ୍ଚିଛନ୍ତି । କୁହାଯାଉଛି ଯେ ସେ ପ୍ରଦେଶ କାର୍ଯ୍ୟାଳୟରେ  ଦୁଇଟି ବୈଠକ କରିବେ । ପ୍ରଥମ ବୈଠକରେ ପ୍ରଦେଶ ସ୍ତରୀୟ ନେତାମାନେ ସାମିଲ  ହେବେ । ଏହାପରେ ସମସ୍ତ ବିଧାନସଭା  ପ୍ରଭାରୀଙ୍କ ସହ ଦ୍ୱିତୀୟ ବୈଠକ ବସିବ । ଏଥିରେ ନିର୍ବାଚନ ପ୍ରଚାର ଅଭିଯାନକୁ ନେଇ  ଚର୍ଚ୍ଚା ହେବ । ଅମିତ ଶାହ ରବିବାର ଏକାଧିକ  ଜନସଭାକୁ ସମ୍ବୋଧନ କରିବେ । ଏହି  ଅବସରରେ ଶାହ ଦଳର ବିଦ୍ରୋହୀ ନେତାଙ୍କ  ସହ ମଧ୍ୟ ବୈଠକ କରିବା ସମ୍ଭାବନା ଅଛି।