ପ୍ରମୂଖ ଖବର
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଝାଡଖଣ୍ଡରେ ବଡ ଟ୍ବିଷ୍ଟ, NDAକୁ ପଛରେ ପକାଇ ଦୌଡିଲା ଜେଏମଏମ୍

Published By : Ankita S | November 23, 2024 11:30 AM

ରାଞ୍ଚି,୨୩/୧୧: କାହା ସପକ୍ଷରେ ଯିବ ଝାଡଖଣ୍ଡ ଜନାଦେଶ । କିଏ ମାରିବ ବାଜି । ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏହାରି ଭିତରେ ଏକ ବଡ ଟ୍ବିଷ୍ଟ ଦେଖିବାକୁ ମିଳିଛି । ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ପଛରେ ପକାଇ ଆଗେଇ ଯାଇଛି ଇଣ୍ଡି ମେଣ୍ଟ । ଜେଏମଏମ ୫୦ଟି ଆସନରେ ଆଗୁଆ ରହିଛି ।

ପୂର୍ବାହ୍ନ ୧୧ଟା ସୁଦ୍ଧା ଆସିଥିବା ଗଣତି ରିପୋର୍ଟ ଅନୁସାରେ ଇଣ୍ଡିଆ ବ୍ଲକରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ ଆଗରେ ରହିଛନ୍ତି । ମୋଟ ୮୧ ଟି ଆସନରେ ଇଣ୍ଡି ମେଣ୍ଟ ୫୦ଟି ଆସନରେ ଲିଡ୍ କରୁଛି । ଏନଡିଏ ୨୮ଟି ଆସନରେ ଆଗୁଆ ଚାଲିଛି ।

ଝାଡଖଣ୍ଡ ଗାଦି ପାଇଁ ଦଳକୁ ସଂଖ୍ୟାଗରିଷ୍ଠତା ବା ମ୍ୟାଜିକ ନମ୍ବର ୪୧ଟି ଆସନ ହାତେଇବାକୁ ହେବ । ଜେଏମଏମ ନେତା ମହୁଆ ମାଝୀ ରାଞ୍ଚି ଆସନରେ ଆଗରେ ରହିଛନ୍ତି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଗୁଆ ରହିଛନ୍ତି । ମାତ୍ର ପତ୍ନୀ କଳ୍ପନା  ସୋରେନ ଗାଣ୍ଡେ ଆସନରେ ୩୧୨୮ ଭୋଟରେ ପଛୁଆ ରହିଛନ୍ତି । ରାଜ୍ୟରେ ଜେଏମଏମ ସଂଖ୍ୟାଗରିଷ୍ଠତା ହାତେଇବା ଆଶା ଉଜ୍ବଳ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.