ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଝାଡ଼ଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷ୍ଟାର ପ୍ରଚାରକ

Published By : Tapas Panda | October 25, 2024 5:52 PM

ନୂଆଦିଲ୍ଲୀ/ଭୁବନେଶ୍ବର: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏହି ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସାମିଲ ରହିଛି । ଝାଡ଼ଖଣ୍ଡରେ ଶାସକ ଜେଏମଏମକୁ ମାତ ଦେଇ ସରକାର ଗଢ଼ିବାକୁ ବିଜେପି ସବୁ ବଳ ଖଟାଇ ଦେଇଛି । ଦୀର୍ଘ ବର୍ଷ ପରେ ଓଡ଼ିଶାରେ ବିଜେପି ସରକାର ଗଢ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ । 




 ଓଡ଼ିଶାରେ ସଫଳତା ପରେ ଝାଡ଼ଖଣ୍ଡ ନିର୍ବାଚନରେ ମୋହନ ମାଝୀଙ୍କୁ ପ୍ରଚାର ଦାୟିତ୍ବ ଦିଆଯାଇଛି ।  ସେହିଭଳି ୨୦୨୪ ନିର୍ବାଚନରେ ବଡ଼ ବିଜୟ ହାସଲ କରିଥିବା ସମ୍ବଲପୁରର ସାଂସଦ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଗୁରୁଦାୟିତ୍ବ ମିଳିଛି । ଏହି ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡକରୀ, ଏବଂ ଶିବାରାଜ ସିଂ ଚୌହାନ ପ୍ରମୁଖଙ୍କ ନାଁ ସାମିଲ ରହିଛି ।  

ଝାଡ଼ଖଣ୍ଡ ନିର୍ବାଚନ ଲାଗି ବିଜେପି ନେତୃତ୍ବାଧୀନ ଏନଡିଏରେ ଆସନ ବୁଝାମଣା ସରିବା ପରେ ପ୍ରଥମ ପର୍ଯ୍ୟାୟରେ ୬୬ ଆସନରେ ପ୍ରାର୍ଥୀ ଦେଇଛି ବିଜେପି । ଅକ୍ଟୋବର ୧୯ରେ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା । ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି ଧନଓ୍ବାରରୁ ନିର୍ବାଚନ ଲଢ଼ିବାକୁ ଥିବା ବେଳେ ହେମନ୍ତ ସୋରେନଙ୍କ ଶାଳୀ ସୀତା ସୋରେନଙ୍କୁ ଜମତାରା ଆସନରୁ ପ୍ରାର୍ଥୀ କରିଛି ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସରାଇକେଳାରୁ ପ୍ରାର୍ଥୀ ହୋଇଛନ୍ତି । 

ଝାଡ଼ଖଣ୍ଡର ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟ ନଭେମ୍ବର ୧୩ ଓ ୨୦ରେ ଅନୁଷ୍ଠିତ ହେବ । ନଭେମ୍ବର ୨୩ରେ ଭୋଟ ଗଣତି ହେବା ସହ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ । ୮୧ ବିଧାନସଭା ଆସନ ଥିବା ଝାଡ଼ଖଣ୍ଡରେ ବିଜେପି ୬୮ଟି ଆସନରେ ନିର୍ବାଚନ ଲଢ଼ିବାକୁ ଥିବା ବେଳେ ବାକି ଆସନରେ ଏନଡିଏର ସହଯୋଗୀ ଦଳ ନିର୍ବାଚନ ଲଢ଼ିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.