ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଅଡୁଆରେ ଧୋନୀ, ନୋଟିସ ଜାରି କଲେ ହାଇକୋର୍ଟ

Published By : Ankita S | November 13, 2024 12:37 PM

ରାଞ୍ଚି,୧୩/୧୧: ଆଇପିଏଲ ପୂର୍ବରୁ ଅଡୁଆରେ ପଡିଛନ୍ତି ଏମଏସଡି । ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଝାଡଖଣ୍ଡ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । କୋର୍ଟରେ ହାଜର ହୋଇ ନିଜ ପକ୍ଷ  ରଖିବାକୁ ନୋଟିସରେ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୁରୁଣା ବ୍ୟବସାୟିକ ସମସ୍ୟା ନେଇ ଝାଡଖଣ୍ଡ କୋର୍ଟ ତାଙ୍କୁ ନୋଟିସ କରିଛନ୍ତି ।

ଧୋନୀଙ୍କ ପୂର୍ବ ବିଜନେସ ପାର୍ଟନର ମିହିର ଦିବାକର ଏବଂ ତାଙ୍କ ପତ୍ନୀ ସୌମ୍ୟା ଦାସଙ୍କ ଅଭିଯୋଗ ପରେ ତାଙ୍କୁ ଏହି ନୋଟିସ ହୋଇଛି। ଦିବାକର ଓ ସୌମ୍ୟା ମିଶି  ଆରକା ସ୍ପୋଟ୍ସ କମ୍ପାନୀ ଚଳାଉଥିଲେ । ତାଙ୍କ ନାମରେ କ୍ରିକେଟ ଏକାଡେମୀ ଖୋଲିବା ପାଇଁ ଧୋନୀଙ୍କ ସହ ଚୁକ୍ତି କରିଥିଲେ । ଏହାର କିଛି ଦିନ ପରେ ଧୋନୀ ଦିବାକର ଓ ସୌମ୍ୟାଙ୍କ ନାମରେ ଠକେଇ ଅଭିଯୋଗ ଆଣିଥିଲେ । ଜାନୁଆରୀ ୫ ତାରିଖରେ ଦୁହିଁଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ ହୋଇଥିଲା ।

ସୌମ୍ୟା ଓ ମିହିର ତାଙ୍କଠୁ ୧୫କୋଟି ଟଙ୍କାର  ଠକେଇ କରିଥିବା ଧୋନୀ  ଅଭିଯୋଗ କରିଥିଲେ। ୨୦୨୧ରେ ଧୋନୀଙ୍କୁ  ଉକ୍ତ ଚୁକ୍ତିନାମା ଅଧିକାରରୁ ବାତିଲ କରି ଦିଆଯାଇଥିବା କହିଛନ୍ତି । ଏହା ପରେ ମିହିର ଓ ସୌମ୍ୟାଙ୍କ ନାମରେ ଏହା କାର୍ଯ୍ୟକାରୀ ହେଉଥିଲା। ପରେ  ଉଭୟଙ୍କ ନାମରେ ରାଞ୍ଚିରେ ଜଣେ ନ୍ୟାୟିକ ମାଜିଷ୍ଟ୍ରେଟ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା । ବର୍ତ୍ତମାନ ହାଇକୋର୍ଟ ଏହି ମାମଲାରେ ଧୋନୀଙ୍କୁ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.