ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଝାଡ଼ଖଣ୍ଡ ଅନୁପ୍ରବେଶକାରୀଙ୍କ ଚରାଭୂଇଁ ପାଲଟିଗଲାଣି, ଜିତିଲେ ସବୁ ବିତାଡ଼ିତ ହେବେ: ଯୋଗୀ ଆଦିତ୍ୟନାଥ

Image Courtesy: indiatvnews

ନୂଆଦିଲ୍ଲୀ : ଝାଡ଼ଖଣ୍ଡରେ ଜାରି ରହିଛି ନିର୍ବାଚନ ଲହରୀ। ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାକୁ ଫେରିବା ପାଇଁ କୌଣସି ପ୍ରକାରର ସୁଯୋଗ ହାତଛଡ଼ା କରିବାକୁ ଚାହୁଁନି । ନିଜର ଷ୍ଟାର ପ୍ରଚାରକ ମାନଙ୍କୁ ନେଇ ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର ଜାରି ରଖିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ନଭେମ୍ବର ୨୦ ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଝାଡ଼ଖଣ୍ଡରେ ହେଭିଓ୍ବେଟ ନେତା ମାନଙ୍କ ଭିଡ ଦେଖିବାକୁ ମିଳିଛି । 

ଏହି କ୍ରମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଆଜି ଝାଡ଼ଖଣ୍ଡରେ ଏକ ନିର୍ବାଚନି ରାଲିରେ ଯୋଗଦେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)କୁ ଘେରିବା ସହ କଡା ଶବ୍ଦରେ ସମାଲୋଚନା କରିଛନ୍ତି। କହିଛନ୍ତି ଯେ, ଜେଏମଏମ ଶାସନରେ ଝାଡ଼ଖଣ୍ଡ ରୋହିଙ୍ଗ୍ୟା ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚରାଭୂଇଁ ପାଲଟିଗଲାଣି । ନଭେମ୍ବର ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ବାହାର କରାଯିବ ଓ ଜେଏମଏମର ଯେଉଁ ନେତାମାନେ ଲୋକଙ୍କ ପାଣ୍ଠିକୁ ଆତ୍ମସାତ କରିଛନ୍ତି ସେମାନଙ୍କୁ ମଧ୍ୟ ବିଚାରକୁ ନିଆଯିବ” ବୋଲି ସେ କହିଛନ୍ତି । 

ଏକ ଖଣିଜ ସମ୍ପଦ ଭରା ରାଜ୍ୟର ଲୋକମାନେ କିଭଳି ଭାବେ ଏତେ ଗରିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।ଏନଡିଏ ସରକାର କ୍ଷମତାକୁ ଆସିଲେ ରାଜ୍ୟର ୧.୫ ଲକ୍ଷ ଯୁବକଙ୍କୁ ରୋଜଗାର ମିଳିବ ବୋଲି ଯୋଗୀ କହିଛନ୍ତି। ଭାରତରେ ହୋଇଥିବା ଐତିହାସିକ ବିଭାଜନକୁ ମନେ ପକାଇ ଯୋଗୀ କହିଛନ୍ତି, “ଯେତେବେଳେ ହିନ୍ଦୁମାନେ ବିଭାଜିତ ହୋଇଥିଲେ, ସେମାନେ କାଶୀ, ମଥୁରା ଓ ଅଯୋଦ୍ଧା ଭଳି ସ୍ଥାନରେ ଦାସତ୍ବ ଓ ଅପମାନର ସାମ୍ନା କରିଥିଲେ। ତେଣୁ ବର୍ତ୍ତମାନ ସମୟ ଆସିଛି ‘ଏକ ରହେଙ୍ଗେ, ସେଫ ରହେଙ୍ଗେ, ନା ବଟେଙ୍ଗେ, ନା କଟେଙ୍ଗେ’(ଏକତା ହିଁ ଆମର ସୁରକ୍ଷା, ନା ଅଲଗା ହେବା, ନା ଅସୁବିଧାରେ ପଡିବା)” ନାରା ଦେଇଛନ୍ତି । ଏନଡିଏ ସରକାର ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହିତ ଝାଡ଼ଖଣ୍ଡରେ ସରକାର ଗଢିବ ବୋଲି ମଧ୍ୟ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.