ନୂଆଦିଲ୍ଲୀ,୦୭/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ  ଯେସାକୁ ତେସା ଟାରିଫ ଯୋଗୁ ସେଠାକାର ଶେୟାର ବଜାର ଗତ  ୨ ଦିନରେ ୫ ଟ୍ରିଲିୟନ ଡଲାର ଖସିଗଲାଣି । ଏଭଳି ସ୍ଥିତିରେ ଆମେରିକା ବଜାରକୁ ନେଇ ନୂଆ ଭବିଷ୍ୟବାଣୀ କରିଛନ୍ତି ଆର୍ଥିକ  ଭାଷ୍ୟକାର ଏବଂ ସିଏନ୍‌ବିସି ଟିଭିର ମେଡ୍‌ ମନି ସୋ ବିଶେଷଜ୍ଞ  ଜିମ କ୍ରେମର । 

କ୍ରେମର କହିଛନ୍ତି, ୧୯୮୭ ଭଳି ସୋମବାର ଆମେରିକା ବଜାର ଲାଗି କ୍ଷତିକାରକ ସାବ୍ୟସ୍ତ  ହେବ । ବଜାର ୨୨% ଖସିବା ଆଶଙ୍କା କରିବା ସହ ଏହା ବ୍ଲାକ ମଣ୍ଡେ ହେବା ନେଇ ସେ ଭବିଷ୍ୟବାଣୀ  କରିଛନ୍ତି । ଟ୍ରମ୍ପ ସାରା ବିଶ୍ୱରେ ଲାଗୁ କରିଥିବା ପାଲଟା ଟିକସକୁ ଏଥିଲାଗି ଦାୟୀ କରିଛନ୍ତି କ୍ରେମର । ଟ୍ରମ୍ପ ଯଦି ତ୍ୱରିତ ଭିତ୍ତିରେ  ଦେଶ ଗୁଡ଼ିକୁ ଟାରିଫ ଜନୀତ ଆଶ୍ୱସ୍ତି ନ ଦିଅନ୍ତି ତେବେ ଷ୍ଟକ ବଜାର ଉପରେ ତ୍ୱରିତ ଭାବେ ଏହାର ବଡ ପ୍ରଭାବ ପଡିବ ।  ଏଥିଲାଗି ବେଶି ଦିନ ଅପେକ୍ଷା କରିବାକୁ ପଡ଼ିବନି । ସୋମବାର ଏ ସମ୍ପର୍କରେ ଜଣାପଡିଯିବ । ସୂଚନା ଯୋଗ୍ୟ, ଏବେ ସୁଦ୍ଧା ଜିମ୍‌ କ୍ରେମର ଦେଇଥିବା ୩ ଭବିଷ୍ୟବାଣୀ ସତ ହୋଇଛି ।