ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ମଧ୍ୟରେ ଅନେକ ଥରର କଥାବାର୍ତ୍ତାକୁ ନେଇ, ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଚିନ୍ତା ବଢି ଯାଇଛି। ଜିନପିଙ୍ଗ ସୋମବାର ପୁଟିନଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି ଏବଂ କହିଛନ୍ତି ଯେ, , ଆମର ବନ୍ଧୁତା ସୀମାହୀନ। ଜିନପିଙ୍ଗଙ୍କର ଏହି ଟିପ୍ପଣୀ ଆମେରିକାର ଚୀନ ଉପରେ କଡ଼ା ଆଭିମୁଖ୍ୟ ମଧ୍ୟରେ ଆସିଛି। ଚୀନ୍‌କୁ ଆଶଙ୍କା ଯେ, ୱାଶିଂଟନ ରୁଷ୍‌ ଓ ଚୀନ ମଧ୍ୟରେ ବନ୍ଧୁତାରେ ଫାଟ ସୃଷ୍ଟି କରି ପାରେ।

ସୋମବାର ୟୁକ୍ରେନ୍‌ ଉପରେ ରୁଷ୍‌ର ପୂର୍ଣ୍ଣ ସ୍ତରରେ ଆକ୍ରମଣର ୩ୟ ବର୍ଷପୂର୍ତ୍ତି ଅବସରରେ, ଜିନପିଙ୍ଗ ଓ ପୁଟିନଙ୍କ ମଧ୍ୟରେ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲା। ପୁଟିନ ,ଜିନପିଙ୍ଗଙ୍କୁ ଟ୍ରମ୍ପଙ୍କ ସହ ହୋଇଥିବା କଥାବାର୍ତ୍ତା ବିଷୟରେ ମଧ୍ୟ ବିସ୍ତୃତ ଭାବେ କହିଛନ୍ତି। ଚୀନର ସରକାରୀ ମିଡ଼ିଆ ଅନୁସାରେ , ଉଭୟ ନେତାଙ୍କ ଏହି କଥାବାର୍ତ୍ତା ଏମିତି ସମୟରେ ହୋଇଛି, ଯେବେ ଟ୍ରମ୍ପ ୟୁକ୍ରେନ୍‌ ଯୁଦ୍ଧକୁ ଖୁବ୍‌ ଶୀଘ୍ର ଶେଷ କରିବାକୁ ଏକ ଚୁକ୍ତି ବିଷୟରେ କହୁଛନ୍ତି। ଏଥିରେ ଏହି ସମ୍ଭାବନା କରାଯାଉଛି ଯେ, ଟ୍ରମ୍ପ ରୁଷ୍‌ ଓ ଚୀନ୍‌ରେ ଫାଟ ସୃଷ୍ଟି କରିବାକୁ ପ୍ରୟାସ କରି ପାରନ୍ତି ଏବଂ ଦୁନିଆର ଦ୍ୱିତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥାରେ ମୁକାବିଲା କରି ପାରନ୍ତି।

ଚୀନୀୟ ମିଡ଼ିଆ ଜିନପିଙ୍ଗ୍‌ଙ୍କ ଅନୁସାରେ କହିଛି ଯେ , ଉଭୟ ନେତାମାନେ ନିଜର ପାର୍ଟନରସିପ୍‌ର ସ୍ଥିରତା ଓ ଦୀର୍ଘକାଳୀନ ପ୍ରକୃତିକୁ ରେଖାଙ୍କିତ କରିଛି, ଯେଉଁଥିରେ , ‘ଆଭ୍ୟନ୍ତରୀଣ ଗତିଶୀଳତା’ ରହିଛି , ଯାହା କୌଣସି ବି ୩ୟ ପକ୍ଷ ଦ୍ୱାରା ପ୍ରଭାବିତ ହେବ ନାହିଁ। ଜିନପିଙ୍ଗ କହିଛନ୍ତି, ଚୀନ୍‌-ରୁଷ୍‌ ସମ୍ୱନ୍ଧରେ ମଜବୁତ ଆଭ୍ୟନ୍ତରୀଣ ପ୍ରେରକ ଶକ୍ତି ଓ ଅଦ୍ୱିତୀୟ ରଣନୀତିକ ମୂଲ୍ୟ ରହିଛି ଏବଂ ଏହା କୌଣସି ବି ୩ୟ ପକ୍ଷ ପାଇଁ ଟାର୍ଗେଟ୍‌ ନୁହେଁ, ନା ହିଁ ଏହା ଉପରେ କୌଣସି ୩ୟ ପକ୍ଷର ପ୍ରଭାବ ପଡ଼ି ଥାଏ। ସେ କହିଛନ୍ତି, ଚୀନ୍‌ ଓ ରୁଷ୍‌ର ବିକାଶ ରଣନୀତି ଗୁଡ଼ିକ ଓ ବିଦେଶ ନୀତି ଗୁଡ଼ିକ ଦୀର୍ଘକାଳୀନ। ସେ ଏହା ମଧ୍ୟ କହିଛନ୍ତି ଯେ, ଉଭୟ ଦେଶ “ ଭଲ ପଡ଼ୋଶୀ , ଯାହାଙ୍କୁ ପରସ୍ପର ଠାରୁ ଅଲଗା କରାଯାଇ ପାରିବ ନାହିଁ। ”

ୟୁକ୍ରେନ ସହ ଯୁଦ୍ଧର ୩ବର୍ଷ ପୂରା ହେବାକୁ ନେଇ ଶି ଜିନପିଙ୍ଗ କହିଛନ୍ତି କି, ଚୀନ “ ରୁଷ୍ ଓ ସବୁ ସମ୍ୱନ୍ଧିତ ପକ୍ଷ ଦ୍ୱାରା ସଙ୍କଟକୁ ଶାନ୍ତ କରିବା ପାଇଁ କରାଯାଇ ଥିବା ସକରାତ୍ମକ ପ୍ରୟାସ”କୁ ଦେଖି ଖୁସି। ରନମିନ ବିଶ୍ୱବିଦ୍ୟାଳୟର ପ୍ରଫେସର ଶି ୟେନହୋଙ୍ଗ କହିଛନ୍ତି , ସବୁ କିଛି ସାଧାରଣ ଲାଗୁଛି ଏବଂ ଏମିତି ଲାଗୁଛି କି ଚୀନ-ରୁଷ୍‌ ପାର୍ଟନରସିପ୍‌ ଉପରେ କୌଣସି ପ୍ରଭାବ ପଡେ ନାହିଁ , କିନ୍ତୁ ଉଭୟ ପକ୍ଷଙ୍କୁ ଏହା ଜାଣିବା ଆବଶ୍ୟକ ଯେ , ଟ୍ରମ୍ପ-ପୁଟିନ ଦ୍ୱିପାକ୍ଷୀୟ କୂଟନୀତିକ ପରେ ଅନେକ ଜିନିଷ ବଦଳି ପାରେ, ହେଲେ ଏହା ସ୍ୱୟଂ ଅତ୍ୟଧିକ ଭ୍ରମିତ ଓ ଅନିଶ୍ଚିତ। 

ଚଳିତ ବର୍ଷ ଉଭୟ ନେତାଙ୍କ ମଧ୍ୟରେ ଏହା ଦ୍ୱିତୀୟ କଲ୍‌ ଥିଲା, ଏହା ପୂର୍ବରୁ ଜାନୁଆରୀରେ ସେ ଟ୍ରମ୍ପଙ୍କ ସହ ସମ୍ୱନ୍ଧକୁ ମଜବୁତ୍‌ କରିବା ଉପରେ ଆଲୋଚନ କରିଥିଲେ। 

ଉଲ୍ଲେଖନୀୟ ଯେ, ଚୀନ ଓ ରୁଷ୍‌ ଫେବ୍ରୁଆରୀ ୨୦୨୨ରେ ୟୁକ୍ରେନରେ ରୁଷୀୟ ସୈନିକଙ୍କ ମୁତୟନରେ ,କିଛି ଦିନ ପୂର୍ବେ ଏକ “ନୋ ଲିମିଟ୍ସ” ରଣନୀତିକ ପାର୍ଟନରସିପ୍‌ର ଘୋଷଣା କରି ଥିଲେ। ଶି ଜିନପିଙ୍ଗ ଗତ ଏକ ଦଶକରେ ପୁଟିନଙ୍କ ସହ ୪୦ରୁ ଅଧିକ ଥର ସାକ୍ଷାତ୍‌ କରିଛନ୍ତି ଏବଂ ନିକଟରେ ପୁଟିନ ଚୀନକୁ ଏକ ମିତ୍ର ଭାବେ କହିଛନ୍ତି। ବେଜିଂ ଯୁଦ୍ଧରେ ରୁଷ୍‌ର ଭୂମିକାର ନିନ୍ଦା କରିବାକୁ ମନା କରିଛନ୍ତି। ଉଭୟ ପକ୍ଷ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ସୋଭିଏତ ସଂଘର ବିଜୟର ସ୍ମୃତିକୁ ପାଳନ କରିବାକୁ ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା କରିଛନ୍ତି। ଏହି ମାସର ଆରମ୍ଭରେ, ଜିନପିଙ୍ଗ ରୁଷ୍‌ର ନିମନ୍ତ୍ରଣକୁ ସ୍ୱୀକାର କରି ଏହି ଆୟୋଜନରେ ଭାଗ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।