ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଡିସେମ୍ବରରେ ଜିଓ ଯୋଡ଼ିଛି ୧.୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ : ଟ୍ରାଇ ତଥ୍ୟ

Published By : Gurupada Nath | April 9, 2025 5:42 PM

ଭୁବନେଶ୍ୱର,୯/୪ : ରାଜ୍ୟରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଏହାର ଜୟଯାତ୍ରା ଜାରି ରଖି, ରିଲାଏନ୍ସ ଜିଓ ଡିସେମ୍ବର ୨୦୨୪ରେ ଓଡ଼ିଶାରେ ଦେଢ଼ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ୱାୟାରଲାଇନ୍ ଗ୍ରାହକ ଯୋଡ଼ିଛି । ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଡିସେମ୍ବର ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୧.୩୪ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଏବଂ ୧୬୬୦୦ ରୁ ଅଧିକ ନୂତନ ଜିଓଫାଇବର / ଜିଓ ଏୟାରଫାଇବର ଗ୍ରାହକ ଯୋଡିଛି । 

ଏଥିସହ, ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୧.୫୬କୋଟି ଅତିକ୍ରମ କରିଛି । ଜିଓ ବ୍ୟତୀତ, ଡିସେମ୍ବରରେ ଏୟାରଟେଲ୍ ଓଡ଼ିଶାରେ କେବଳ ୧୮୦୦୦ମୋବାଇଲ୍ ଗ୍ରାହକ ଯୋଡ଼ିଥିବାବେଳେ ବିଏସଏନଏଲ ଏହି ମାସରେ ୯୦୦୦ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି । ଭୋଡାଫୋନ ଆଇଡ଼ିଆ ଏହି ମାସରେ ହଜାର ହଜାର ମୋବାଇଲ୍ ଗ୍ରାହକ ହରାଇଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଡିସେମ୍ବରରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୧.୫୮ ଲକ୍ଷ ବୃଦ୍ଧି ପାଇ ୩.୪୩ କୋଟିରେ ପହଞ୍ଚିଛି। ଜାତୀୟ ସ୍ତରରେ ମଧ୍ୟ, ଜିଓ ଡିସେମ୍ବରରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଯୋଡ଼ିଛି ଏବଂ ଏହି ମାସରେ ୩୯ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଜିଓ ନେଟୱାର୍କରେ ଯୋଗ ଦେଇଛନ୍ତି।

ରିଲାଏନ୍ସ ଜିଓ ରାଜ୍ୟରେ ୪ ଲକ୍ଷ ୱାୟାରଲାଇନ୍ ବା ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ହାସଲ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହାର ଗ୍ରାହକ ସଂଖ୍ୟା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ତିନି ଗୁଣ ଅଧିକ ରହିଛି। ଏହା ସହିତ, ଜିଓ ଏବେ ଓଡ଼ିଶାରେ ୬୫% ୱାୟାରଲାଇନ୍ ଗ୍ରାହକ ବଜାର ଅଂଶ ହାସଲ କରିଛି ଏବଂ ୪ ଲକ୍ଷରୁ ଅଧିକ ଜିଓଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ସର୍ବାଧୁନିକ ବିଶ୍ୱସ୍ତରୀୟ ଘରୋଇ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ), ଅସୀମିତ ୱାଇଫାଇ ଏବଂ ନିରବଚ୍ଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଉପଭୋଗ କରୁଛନ୍ତି । ଏହାର ବିସ୍ତୃତ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ବଳରେ ଜିଓ ଓଡ଼ିଶାର ସବୁଠାରୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇଛି ଏବଂ ୪୫%ରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ଏବଂ ୫୨% ରାଜସ୍ୱ ବଜାର ଅଂଶ ହାସଲ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଓକଲା ସ୍ପିଡଟେଷ୍ଟ ଇଣ୍ଟେଲିଜେନ୍ସ ତଥ୍ୟ ଅନୁଯାୟୀ ଜିଓ ଭାରତରେ ସବୁଠାରୁ ଦ୍ରୁତତମ ୫ଜି ସେବା ପ୍ରଦାନକାରୀ ରହିଛି ଏବଂ ଜୁଲାଇ-ଡିସେମ୍ବର ୨୦୨୪ ମଧ୍ୟରେ ଛଅ ମାସରେ ରିଲାଏନ୍ସ ଜିଓର ମେଡିଆନ ୫ଜି ଡାଉନଲୋଡ୍ ସ୍ପିଡ୍ ୨୫୮.୫୪ ଏମବିପିଏସ ରେକର୍ଡ କରାଯାଇଛି। ସ୍ପିଡଟେଷ୍ଟ ଇଣ୍ଟେଲିଜେନ୍ସ ତଥ୍ୟ ଅନୁଯାୟୀ ଜିଓ ସାରା ଦେଶରେ ସର୍ବାଧିକ ୫ଜି ଉପଲବ୍ଧତା ରେକର୍ଡ କରିଛି। ଜିଓର ୭୩.୭% ଉପଭୋକ୍ତା ଅଧିକାଂଶ ସମୟ ଜିଓର ୫ଜି ନେଟୱାର୍କ ବ୍ୟବହାର କରୁଛନ୍ତି, ଯାହା ଅନ୍ୟ ଯେକୌଣସି ଅପରେଟର ଅପେକ୍ଷା ବେଶ ଅଧିକ।

କ୍ରିକେଟ ସିଜିନ୍ ପାଇଁ ନିକଟରେ ଆରମ୍ଭ ହୋଇଥିବା ଅସୀମିତ ଅଫର ସହିତ, ଜିଓ ନୂତନ ଏବଂ ବର୍ତ୍ତମାନର ଜିଓ ସିମ୍ ବ୍ୟବହାରକାରୀଙ୍କ ପାଇଁ ଏକ ଅତୁଳନୀୟ ଅନୁଭୂତି ପ୍ରଦାନ କରୁଛି, ଯାହା ଦ୍ୱାରା ୪କେ ଗୁଣବତ୍ତାରେ ଟିଭି / ମୋବାଇଲରେ ୯୦ ଦିନର ମାଗଣା ଜିଓ ହଟଷ୍ଟାର ଉପଭୋଗ କରାଯାଇପାରିବ। ଏହି ଅଫରର ଅଂଶ ଭାବରେ ଜିଓ ଘରେ ୫୦ ଦିନର ମାଗଣା ଜିଓଫାଇବର / ଏୟାର ଫାଇବର ଟ୍ରାଏଲ୍ ସଂଯୋଗ ମଧ୍ୟ ପ୍ରଦାନ କରୁଛି, ଯେଉଁଥିରେ ଗ୍ରାହକମାନେ ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ କିଛି ଅନାୟାସରେ ଉପଭୋଗ କରିପାରିବେ। କେବଳ ଏକ ଜିଓ ସିମ ଏବଂ ୧୫ ଏପ୍ରିଲ ୨୦୨୫ ପୂର୍ବରୁ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ରିଚାର୍ଜ ସହିତ ଗ୍ରାହକମାନେ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ପ୍ରତ୍ୟେକ ମ୍ୟାଚର ନିରନ୍ତର ଉଚ୍ଚ-ଗୁଣବତ୍ତା ଷ୍ଟ୍ରିମିଂର ମଜା ନେଇପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.