ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଜିଓ ନଭେମ୍ବର ମାସରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ନୂଆ ଗ୍ରାହକ ଯୋଡ଼ିଛି

Published By : Prameya | January 23, 2025 9:30 PM

ଭୁବନେଶ୍ୱର,୨୩/୧ : ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ସ୍ଥିତି ସୁଦୃଢ କରି ରିଲାଏନ୍ସ ଜିଓ । ନଭେମ୍ବର ମାସରେ ରାଜ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ନୂଆ ମୋବାଇଲ ଓ ଓୟାରଲାଇନ ଗ୍ରାହକ ଯୋଡ଼ିଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଏହି ମାସରେ ଜିଓ ୯୧୦୦୦ରୁ ଊର୍ଦ୍ଧ୍ୱ ନୂଆ ମୋବାଇଲ ଉପଭୋକ୍ତା ଏବଂ ୧୩୮୦୦ରୁ ଅଧିକ ନୂଆ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଯୋଡିଥିବା ଟ୍ରାଇ ପ୍ରକାଶିତ ତଥ୍ୟରୁ ସୂଚନା ମିଳିଛି । ଏଥିସହିତ ଓଡ଼ିଶାରେ ଜିଓ ନେଟୱାର୍କରେ ମୋବାଇଲ ଉପଭୋକ୍ତା ସଂଖ୍ୟା ୧.୫୫ କୋଟି ଅତିକ୍ରମ କରିଛି । 

ଟ୍ରାଇ ତଥ୍ୟ ଅନୁସାରେ ନଭେମ୍ବର ମାସରେ ଓଡ଼ିଶାରେ କେବଳ ଜିଓ ଓ ବିଏସଏନଏଲ ମୋବାଇଲ ଗ୍ରାହକ ଯୋଡିଥିବା ବେଳେ ଅନ୍ୟ ଦୁଇ ଅପରେଟର ଏୟାରଟେଲ ଓ ଭୋଡାଫୋନ ଆଇଡିଆ ହଜାର ହଜାର ଗ୍ରାହକ ହରାଇଛନ୍ତି । ବିଏସଏନଏଲ ଏହି ମାସରେ ପ୍ରାୟ ୧୫୦୦୦ ନୂଆ ମୋବାଇଲ ଗ୍ରାହକ ଯୋଡିଥିବା ବେଳେ ଏୟାରଟେଲ ୨୬୦୦୦ ରୁ ଅଧିକ ମୋବାଇଲ ଗ୍ରାହକ ହରାଇଛି ଏବଂ ଭୋଡାଫୋନ ଆଇଡ଼ିଆ ୬୦୦୦ରୁ ଅଧିକ ଗ୍ରାହକ ହରାଇଥିବା ଟ୍ରାଇ ପ୍ରକାଶିତ ତଥ୍ୟରୁ ଜଣାପଡିଛି । ନଭେମ୍ବର ମାସରେ ଓଡିଶାର ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୭୪ ହଜାର ବୃଦ୍ଧି ପାଇ ପାଖାପାଖି ୩.୪୨ କୋଟିରେ ପହଞ୍ଚିଛି । ଜାତୀୟ ସ୍ତରରେ ମଧ୍ୟ ଜିଓ ଏହି ମାସରେ ସର୍ବାଧିକ ୧୨ ଲକ୍ଷ ମୋବାଇଲ ଉପଭୋକ୍ତା ଯୋଡ଼ିଥିବାବେଳେ ଅନ୍ୟ ସମସ୍ତ ସେବା ପ୍ରଦାନକାରୀ କମ୍ପାନୀ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି । 

ମୋବାଇଲ ଭଳି ଓୟାରଲାଇନ କ୍ଷେତ୍ରରେ ମଧ୍ୟ ଜିଓ ରାଜ୍ୟରେ ନିଜର ଏକ ନମ୍ବର ସ୍ଥିତି ସୁଦୃଢ କରିଛି । ନଭେମ୍ବର ମାସରେ ୧୩୮୦୦ରୁ ଅଧିକ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଯୋଡିହେବା ସହିତ ରାଜ୍ୟରେ ମୋଟ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୩.୮୪ ଲକ୍ଷରେ ପହଞ୍ଚିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି  । ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସ ବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍‌ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍‌ ବ୍ରଡବ୍ୟାଣ୍ଡ ଏବଂ ବିଶ୍ୱସ୍ତରୀୟ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ର ଆନନ୍ଦ ନେଇପାରୁଛନ୍ତି ।

ଜିଓ ଏୟାରଫାଇବର ୮୦୦ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ରୁ ଅଧିକ ଓଟିଟି ଆପ୍‌, ସ୍ମାର୍ଟ ହୋମ୍‌ ସେବା ଏବଂ ହାଇ ସ୍ପିଡ୍‌ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି । ଲୋକପ୍ରିୟ ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି । କାରଣ ଏହା ବିଶେଷ କରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଶେଷ ମାଇଲ୍‌ ଅପ୍ଟିକାଲ୍‌-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁଁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି । 

ଜିଓ ଦୀର୍ଘ ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ରହି ଆସିଛି  । ଓଡିଶା ଟେଲିକମ କ୍ଷେତ୍ରରେ ୪୫ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ପ୍ରାୟ ୫୨ପ୍ରତିଶତ ରାଜସ୍ୱ ବଜାର ଅଂଶ ସହିତ ଏକ ନମ୍ବର ସ୍ଥାନରେ ରହିଥିବା ଜିଓର ରାଜ୍ୟରେ ସର୍ବ ବୃହତ ୪ଜି ଓ ୫ଜି ନେଟୱାର୍କ ରହିଛି ଏବଂ ଏହା ଦ୍ରୁତ ଗତିରେ ଅପହଞ୍ଚ ଅଞ୍ଚଳଗୁଡିକୁ ଡିଜିଟାଲ ସେବା ସହିତ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.