ଭୁବନେଶ୍ବର, ୧୯/୦୬: ଭାରତୀୟ ଟେଲିକମ୍ ନିୟାମକ ବା ‘ଟ୍ରାଇ’ ଦ୍ବାରା ୨୦୨୫ ଏପ୍ରିଲ୍ ମାସର ସଦ୍ୟତମ ସ୍ବାଧୀନ ଡ୍ରାଇଭ୍ ପରୀକ୍ଷଣ ଫଳାଫଳ ପ୍ରକାଶ ପାଇଛି । ଏଥିରେ ରିଲାଏନ୍ସ ଜିଓ କଟକ ସହରରେ ବେଶ ଉତ୍କୃଷ୍ଟ ନେଟ୍ଓ୍ବର୍କ ଭାବେ ସେବା ପ୍ରଦର୍ଶନ କରିଛି ।
କଟକ ସହରରେ ଡାଟା ସେବା ପାଇଁ କରାଯାଇଥିବା ପରୀକ୍ଷଣରେ, ଜିଓ ଏହାର ନେଟ୍ୱର୍କର ପ୍ରାଧାନ୍ୟ ପ୍ରମାଣିତ କରି ସର୍ବାଧିକ ୨୩୩.୪୬ mbps ହାରାହାରି ଡାଉନ୍ଲୋଡ୍ ସ୍ପିଡ୍ ହାସଲ କରିବା ସହିତ ୨୪.୦୪ mbpsର ଦୃଢ଼ ଅପଲୋଡ୍ ସ୍ପିଡ୍ ପ୍ରଦର୍ଶନ କରିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ଜିଓର ହାରାହାରି ଡାଉନଲୋଡ୍ ସ୍ପିଡ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟେଲିକମ୍ କମ୍ପାନୀ ତୁଳନାରେ ପ୍ରାୟ ଦୁଇଗୁଣ ଅଧିକ ରହିଥିଲା । ବ୍ୟସ୍ତବହୁଳ ହଟସ୍ପଟ୍ଗୁଡ଼ିକରେ ମଧ୍ୟ ଜିଓର ୫ଜି ଡାଉନଲୋଡ୍ ସ୍ପିଡ୍ ୧୦୨.୦୯mbps ରହିଥିଲା, ଯାହା ଷ୍ଟ୍ରିମିଂ, ଭିଡିଓ କନ୍ଫରେନ୍ସିଂ ଏବଂ ରିଅଲ୍-ଟାଇମ୍ ଆପ୍ଲିକେସନ୍ ପାଇଁ ନିରବଛିନ୍ନ ଯୋଗାଯୋଗ ସଂଯୋଗ ସୁନିଶ୍ଚିତ କରିଥିଲା ।
କଟକରେ ଜିଓର ଅଗ୍ରଣୀ ପ୍ରଦର୍ଶନ ଏହାର ବ୍ୟାପକ ଜାତୀୟ ପ୍ରଦର୍ଶନକୁ ପ୍ରତିଫଳିତ କରିଛି । ଭାରତର ସାତଟି ପ୍ରମୁଖ ସହର ଏବଂ ଜାତୀୟ ରାଜପଥ କରିଡରରେ ଏପ୍ରିଲ ୨୦୨୫ରେ ହୋଇଥିବା ପରୀକ୍ଷଣର ଟ୍ରାଇର ରିପୋର୍ଟରେ, ସାତଟି କ୍ଷେତ୍ର ମଧ୍ୟରୁ ପାଞ୍ଚଟିରେ ଜିଓ ଶୀର୍ଷ ମାନ୍ୟତା ପ୍ରାପ୍ତ ଅପରେଟର ଭାବେ ଉଭା ହୋଇଛି। ଏହା ପରୀକ୍ଷଣ କରାଯାଇଥିବା ସମସ୍ତ ସ୍ଥାନରେ କଲ୍ ସେଟ୍-ଅପ୍ ସଫଳତା ହାର (ସିଏସଏସଆର), କଲ୍ ସେଟ୍-ଅପ୍ ସମୟ, ମ୍ୟୁଟ୍ କଲ୍ ରେଟ୍ ଏବଂ ଡାଉନଲୋଡ୍ ସ୍ପିଡ୍ ଭଳି ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡରେ ଶୀର୍ଷ ପ୍ରଦର୍ଶନ କରିଥିଲା।
ସୂଚନା ମୁତାବକ, ଜିଓ ରାଜ୍ୟରେ ଏହାର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ସହିତ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ନେଟ୍ଓ୍ବର୍କ ଭାବେ ପ୍ରାୟ ୪୬ ପ୍ରତିଶତ ମୋବାଇଲ୍ ଉପଭୋକ୍ତା ବଜାର ଅଂଶ ଏବଂ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଉପଭୋକ୍ତା ବଜାର ଅଂଶ ହାସଲ କରିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ସବସ୍କ୍ରାଇବର ତଥ୍ୟ ଅନୁଯାୟୀ, ରାଜ୍ୟରେ ଏପ୍ରିଲ୍ ମାସ ଶେଷ ସୁଦ୍ଧା ଜିଓ ନେଟୱାର୍କରେ ୧.୬୧ କୋଟିରୁ ଅଧିକ ମୋବାଇଲ୍ ଉପଭୋକ୍ତା, ୩ ଲକ୍ଷରୁ ଅଧିକ ଜିଓଫାଇବର ଉପଭୋକ୍ତା ଏବଂ ୧.୬୭ ଲକ୍ଷରୁ ଅଧିକ ଜିଓ ଏୟାର ଫାଇବର ଉପଭୋକ୍ତା ରହିଥିବା ବେଳେ ଏହା ସମସ୍ତ ତିନୋଟି କ୍ଷେତ୍ରରେ ସର୍ବାଗ୍ରେ ରହିଛି ।