ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଜିଓ ବିଶ୍ୱର ଏକ ନମ୍ବର ଏଫଡବ୍ଲୁଏ ସେବା ପ୍ରଦାନକାରୀ

Published By : Bijay Swain | July 21, 2025 10:11 PM

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଜିଓ ଏଫଡବ୍ଲୁଏ ବା ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ ସେବା କ୍ଷେତ୍ରରେ ବିଶ୍ୱର ଏକ ନମ୍ବର କମ୍ପାନୀ ହୋଇଛି। ୭୪ ଲକ୍ଷରୁ ଅଧିକ ଗ୍ରାହକ ଜିଓର ଏଫଡବ୍ଲୁଏ ସେବା ସହିତ ଯୋଡି ହୋଇଛନ୍ତି, ଯାହା ବିଶ୍ୱରେ ସର୍ବାଧିକ। ରିଲାଏନ୍ସ ଜିଓ ଏବେ ଆମେରିକାର ଟି-ମୋବାଇଲ କମ୍ପାନୀକୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛି। ରିଲାଏନ୍ସ ଜିଓ ଏଫଡବ୍ଲୁଏ ଅର୍ଥାତ୍ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ ଅଧୀନରେ ଜିଓଏୟାରଫାଇବର ସେବା ପ୍ରଦାନ କରୁଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କମ୍ପାନୀର ତ୍ରୈମାସିକ ଫଳାଫଳ ଘୋଷଣା ଅବସରରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜିଓଏୟାରଫାଇବର ସହିତ ଜିଓଫାଇବର ମଧ୍ୟ ବେଶ ଭଲ ପ୍ରଦର୍ଶନ କରୁଛି। ଜିଓ ଦୁଇ କୋଟିରୁ ଅଧିକ ଘର ଓ ପରିସରକୁ ହାଇସ୍ପିଡ଼ ହୋମ ବ୍ରଡ଼ବ୍ୟାଣ୍ଡ ସଂଯୋଗ କରିଛି।

କମ୍ପାନୀ ୫ଜି କ୍ଷେତ୍ରରେ ମଧ୍ୟ ବେଶ ଦ୍ରୁତ ଗତିରେ ଗ୍ରାହକ ଯୋଡିଛି। ୨୧ କୋଟି ୩୦ ଲକ୍ଷରୁ ଅଧିକ ଗ୍ରାହକ ଜିଓ ଟ୍ରୁ ୫ଜି ନେଟୱାର୍କ ସହିତ ସଂଯୁକ୍ତ ହୋଇଛନ୍ତି। ଆର୍ଥିକ ପ୍ରଦର୍ଶନରେ ମଧ୍ୟ କମ୍ପାନୀ ଅନେକ ରେକର୍ଡ ସ୍ଥାପନ କରିଛି। ଜିଓର ଆରପୁ ବା ଗ୍ରାହକ ପିଛା ମାସିକ ହାରାହାରି ରାଜସ୍ୱ ୨୦୮.୭ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ, କମ୍ପାନୀର ତ୍ରୈମାସିକ ନେଟ୍ ଲାଭ ଗତ ବର୍ଷ ତୁଳନାରେ ୨୪.୮ ପ୍ରତିଶତ ବୃଦ୍ଧି ପାଇ ୭,୧୧୦ କୋଟି ଟଙ୍କାରେ ପହଞ୍ଚିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀର ଆର୍ଥିକ ଫଳାଫଳ ନେଇ ଖୁସି ବ୍ୟକ୍ତ କରି କହିଛନ୍ତି ଯେ "ଆମର ଡିଜିଟାଲ୍ ସେବା ବ୍ୟବସାୟ ନିରନ୍ତର ଦୃଢ଼ ଆର୍ଥିକ ଏବଂ ପରିଚାଳନାଗତ ପ୍ରଦର୍ଶନ ସହିତ ଏହାର ବଜାର ସ୍ଥିତିକୁ ଆହୁରି ମଜବୁତ କରିଛି। ମୋବାଇଲ ସେବା, ବ୍ରଡବ୍ୟାଣ୍ଡ, ଏଣ୍ଟରପ୍ରାଇଜ୍ ସଂଯୋଗ, କ୍ଲାଉଡ୍ ଏବଂ ସ୍ମାର୍ଟ ହୋମ୍ସରେ ଜିଓର ବିବିଧ ସେବା ଏହାକୁ ଏକ ବିଶ୍ୱସ୍ତ ଭାରତୀୟ ପ୍ରଯୁକ୍ତିବିଦ୍ୟା ଗ୍ରାହକ ଅଂଶୀଦାର ଭାବରେ ସ୍ଥାପିତ କରିଛି।"

ତ୍ରୈମାସିକ ଫଳାଫଳରେ, କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ଯେ ୩୦ ଜୁନ୍, ୨୦୨୫ ସୁଦ୍ଧା, ମୋଟ ୪୯ କୋଟି ୮୧ ଲକ୍ଷରୁ ଅଧିକ ଗ୍ରାହକ ଜିଓ ନେଟୱାର୍କ ସହିତ ସଂଯୁକ୍ତ ହୋଇଛନ୍ତି। ଏହି ତ୍ରୈମାସିକରେ, କମ୍ପାନୀ ନେଟ୍ ଆଧାରରେ ୯୯ ଲକ୍ଷ ନୂତନ ଗ୍ରାହକ ଯୋଡିଛି। ଜିଓ ଗ୍ରାହକମାନେ ପୁଣି ଥରେ ଏହି ତ୍ରୈମାସିକରେ ବ୍ୟାପକ ଡାଟା ବ୍ୟବହାର କରିଛନ୍ତି, ଯାହା ଟେଲିକମ କ୍ଷେତ୍ରରେ ସର୍ବାଧିକ ରହିଛି। ପ୍ରତି ଗ୍ରାହକ ପିଛା ମାସିକ ଡାଟା ବ୍ୟବହାର ୩୭ ଜିବି ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଜିଓର ମୋଟ ଡାଟା ଟ୍ରାଫିକ୍ ମଧ୍ୟ ୨୪ ପ୍ରତିଶତ ଅଭିବୃଦ୍ଧି ସହିତ ୫୪.୭ ବିଲିୟନ ଜିବିରେ ପହଞ୍ଚିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.