ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାକୁମ୍ଭରେ ଜିଓର ୫ଜି ସ୍ପିଡ୍ ଏୟାରଟେଲ୍ ଅପେକ୍ଷା ଉନ୍ନତ ରହିଥିଲା: ଓକଲା ରିପୋର୍ଟ

Published By : Gurupada Nath | March 11, 2025 11:11 PM

ନୂଆଦିଲ୍ଲୀ, ୧୧/୫ : ଭାରତର ସର୍ବବୃହତ ଟେଲିକମ୍‌ ଅପରେଟର ରିଲାଏନ୍ସ ଜିଓର ୫ଜି ନେଟୱାର୍କ ମହାକୁମ୍ଭମେଳାରେ ଚମତ୍କାର ପ୍ରଦର୍ଶନ କରିଥିଲା । ଓକଲା ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମହାକୁମ୍ଭରେ ରିଲାଏନ୍ସ ଜିଓର ନେଟୱାର୍କ ସ୍ପିଡ୍‌ କେବଳ ଯେ ସବୁଠାରୁ ଦ୍ରୁତ ଥିଲା ତାହା ନୁହେଁ, ଏହା ୫ଜି ନେଟୱାର୍କ ଉପଲବ୍ଧତାରେ ପ୍ରତିଦ୍ୱନ୍ଦ୍ୱୀ ଭାରତୀ ଏୟାରଟେଲକୁ ମଧ୍ୟ ବହୁ ପଛରେ ପକାଇ ଦେଇଛି । ଓକଲା ତାର ରିପୋର୍ଟରେ ଉଲ୍ଲେଖ କରିଛି ଯେ ମହାକୁମ୍ଭରେ ୫ଜି ନେଟୱାର୍କର ଗତି ୪ଜି ତୁଳନାରେ ପ୍ରାୟ ୯ ଗୁଣ ଅଧିକ ଥିଲା । ସୂଚନାଯୋଗ୍ୟ ଯେ ପ୍ରୟାଗରାଜରେ ମହାକୁମ୍ଭମେଳା ଜାନୁୟାରୀ ଆରମ୍ଭରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

୫ଜି ନେଟୱାର୍କ କାର୍ଯ୍ୟଦକ୍ଷତାରେ ଜିଓ ହାରାହାରି ୨୦୧.୮୭ ଏମବିପିଏସ ଡାଉନଲୋଡ୍‌ ସ୍ପିଡ୍‌ ସହିତ ସବୁଠାରୁ ଆଗରେ ରହିଥିବା ବେଳେ ଏହା ପଛକୁ ଏୟାରଟେଲ ୧୬୫.୨୩ ଏମବିପିଏସ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା । ମହାକୁମ୍ଭ ସମୟରେ ରିଲାଏନ୍ସ ଜିଓର ୫ଜି ନେଟୱାର୍କର ହାରାହାରି ଡାଉନଲୋଡ୍‌ ସ୍ପିଡ୍‌ ଏୟାରଟେଲ ଅପେକ୍ଷା ପ୍ରାୟ ୩୬ ଏମବିପିଏସ ଅଧିକ ରହିଥିଲା । ଭାରତରେ କେବଳ ଜିଓ ଏବଂ ଏୟାରଟେଲ୍‌ ୫ଜି ସେବା ପ୍ରଦାନ କରନ୍ତି । ମହାକୁମ୍ଭ କ୍ଷେତ୍ରରେ ୫ଜି ନେଟୱାର୍କ ଉପଲବ୍ଧତା କ୍ଷେତ୍ରରେ ମଧ୍ୟ ଜିଓ ଆଗରେ ଥିଲା, ମେଳା ପରିସରରେ ଜିଓର ୫ଜି ନେଟୱାର୍କର ଉପଲବ୍ଧତା ୮୯.୯ଧ ଥିଲା ଯାହା ଏୟାରଟେଲର ୪୨.୪ଧ ଉପଲବ୍ଧତା ତୁଳନାରେ ଦୁଇଗୁଣରୁ ଅଧିକ ଥିଲା । ଏହାର ଅର୍ଥ ହେଉଛି ଜିଓ ୫ଜି ନେଟୱାର୍କ ଅଧିକ ସଂଖ୍ୟକ ଗ୍ରାହକଙ୍କ ପାଇଁ ଉପଲବ୍ଧ ଥିଲା, ଯାହା ଏହାର ବ୍ୟବହାରକାରୀଙ୍କୁ ଉତ୍ତମ କଭରେଜ୍‌ ଏବଂ ସଂଯୋଗ ପ୍ରଦାନ କରୁଥିଲା ।

ମହାକୁମ୍ଭ ସମୟରେ ପ୍ରବଳ ଭିଡ଼ ସତ୍ତେ୍ୱ, ୫ଜି ନେଟୱାର୍କ ୪ଜି ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲା । ରିପୋର୍ଟ ଅନୁଯାୟୀ ଜାନୁୟାରୀ ପ୍ରାରମ୍ଭରେ ହାରାହାରି ୫ଜି ଡାଉନଲୋଡ୍‌ ସ୍ପିଡ୍‌ ୨୫୯.୬୭ ଏମବିପିଏସ ରହିଥିଲା, ଯାହା ପ୍ରବଳ ଭିଡ଼ ରହିଥିବା ଜାନୁୟାରୀ ୨୬ ତାରିଖରେ ୧୫୧.୦୯ ଏମବିପିଏସକୁ ହ୍ରାସ ପାଇଥିଲା, କିନ୍ତୁ ମେଳା ଶେଷ ସୁଦ୍ଧା ଏହା ପୁଣି ୨୦୬.୮୨ ଏମବିପିଏସକୁ ବୃଦ୍ଧି ପାଇଥିଲା । ଅତ୍ୟଧିକ ଭିଡ଼ ସମୟରେ ମଧ୍ୟ ଇଣ୍ଟରନେଟ ବ୍ରାଉଜିଂ ଏବଂ ଭିଡିଓ ପ୍ଲେବ୍ୟାକ୍‌ରେ କୌଣସି ବିଶେଷ ବିଳମ୍ବ ରହିନଥିଲା ବୋଲି ଓକଲା ଏହାର ରିପୋର୍ଟରେ ପ୍ରକାଶ କରିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.