ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଫିଲ୍ମ ଚକ୍କରରେ ଫସିଗଲେ ମୋନାଲିସା! ମୁଭି ଅଫର୍‌ କରିଥିବା ନିର୍ଦ୍ଦେଶକଙ୍କ ନାଁରେ ଅଭିଯୋଗ ଆଣିଲେ ପ୍ରଡ୍ୟୁସର

Published By : Krishna Priya | February 18, 2025 9:40 AM

ନୂଆଦିଲ୍ଲୀ ୧୮/୦୨: ଭାଇରାଲ୍ ଗାର୍ଲ ମୋନାଲିସା ଆଜି କୌଣସି ଷ୍ଟାରଠାରୁ କମ୍ ନୁହଁନ୍ତି। ମୋନାଲିସାଙ୍କୁ ମହାକୁମ୍ଭରେ ମାଳ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ଏବଂ ଧୀରେ ଧୀରେ ତାଙ୍କ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ଆଖି ସମସ୍ତଙ୍କ ହୃଦୟ ଜିତିଥିଲା। ନିକଟରେ ଖବର ଆସିଥିଲା ଯେ ମୋନାଲିସାଙ୍କୁ ଏକ ଫିଲ୍ମ ଅଫର୍‌ ହୋଇଛି।

ରିପୋର୍ଟ ଅନୁଯାୟୀ, ମନୋଜ ମିଶ୍ରା ତାଙ୍କୁ ‘ଦ ଡାଏରୀ ଅଫ୍‌ ମଣିପୁର’ର ଅଫର କରିଥିଲେ। ଏହି ଖବର ବହୁ ଚର୍ଚ୍ଚାରେ ରହିଥିଲା। ଏହା ବ୍ୟତୀତ ମୋନାଲିସାଙ୍କ ଟ୍ରେନିଂ ଭିଡିଓ ଏବଂ ଇଭେଣ୍ଟରେ ଯୋଗଦେବା ଭିଡିଓ ମଧ୍ୟ ଖୁବ୍‌ ଆଲୋଚନା ହେଉଛି। ତେବେ ବର୍ତ୍ତମାନ ନିର୍ମାତା ଜିତେନ୍ଦ୍ର ନାରାୟଣ ସିଂହ ମନୋଜ ମିଶ୍ରାଙ୍କୁ ନେଇ ଅନେକ ଖୁଲାସା କରିଛନ୍ତି।

ଏକ ଘରୋଇ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ମନୋଜ ମିଶ୍ରାଙ୍କ ଉପରେ ମୋନାଲିସା ଏବଂ ତାଙ୍କ ପରିବାରର ଲାଭ ଉଠାଇଥିବା ଅଭିଯୋଗ କରିଛନ୍ତି ଜିତେନ୍ଦ୍ର । ଜିତେନ୍ଦ୍ର କହିଛନ୍ତି ଯେ ମନୋଜ ସହିତ କାମ କରିବାର ଅଭିଜ୍ଞତା ଖରାପ ଥିଲା। ଉଭୟ ତିନୋଟି ଫିଲ୍ମରେ ଏକାଠି କାମ କରିଛନ୍ତି।ଏପରିକି ଜିତେନ୍ଦ୍ର ମନୋଜଙ୍କୁ ଠକ ବୋଲି କହିଛନ୍ତି। 

ଜିତେନ୍ଦ୍ର ଆହୁରି କହିଛନ୍ତି, ମୋନାଲିସା ଏବଂ ତାଙ୍କ ପରିବାର ପାଇଁ ମୁଁ ଖରାପ ଅନୁଭବ କରୁଛି।  ସେମାନେ ବହୁତ ସରଳ ଲୋକ। କିନ୍ତୁ ମନୋଜ ମିଶ୍ରାଙ୍କ ପରି ଲୋକ ତାଙ୍କ ଘରେ ପହଞ୍ଚିଛନ୍ତି। କୌଣସି ବ୍ୟାକଗ୍ରାଉଣ୍ଡ୍‌ ଯାଞ୍ଚ ନକରି ସେମାନେ ନିଜ ଝିଅକୁ ତାଙ୍କୁ ଦେଇଥିଲେ। କୌଣସି ନିର୍ମାତା ମନୋଜ ମିଶ୍ରାଙ୍କ ଫିଲ୍ମକୁ ସମର୍ଥନ କରିବେ ନାହିଁ। ସେଥିପାଇଁ ତାଙ୍କ ପାଖରେ ଫିଲ୍ମ ନିର୍ମାଣ ପାଇଁ ଟଙ୍କା ନାହିଁ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.