ପାଟଣା, ୬।୫: କଙ୍କାଳ କାନ୍ଧେଇବାରୁ ସମାଜରୁ ବାସନ୍ଦ ଦଣ୍ଡ ମିଳିଥିଲା । ବୁଧବାର ଶୁଦ୍ଧି ହୋଇ ପବିତ୍ର ହେଲେ ଜିତୁ ମୁଣ୍ଡା । ବିଧି ଅନୁଯାୟୀ ଜିତୁ ମୁଣ୍ଡା ହଳଦୀ ଭାତ, ତେଲ ଦେଇ ସାସାନ୍ଦ୍ରରେ କାଲାରା, ବାପା ଓ ମାଆଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି। ଭଉଣୀଙ୍କୁ ହାତ ଯୋଡି ଭୁଲ୍ ମାଗିଛନ୍ତି। ଆଜି  ଜିତୁଙ୍କ ଭଉଣୀ କାଲାରା ମୁଣ୍ଡାଙ୍କ ଦୁଲସୁନୁମ୍ ଅର୍ଥାତ୍ ଦଶାହରେ ଏହି ସବୁ ବିଧି ଶେଷ ହୋଇଛି।

ଆଜି ସମାଧି ପାଖରେ ଠିଆ ହୋଇ ବଡ଼ ଭଉଣୀଙ୍କୁ ମନେ ପକାଇ କାନ୍ଦି ପକାଇଥିଲେ ଜିତୁ। ଭାବ ବିହ୍ୱଳ ହୋଇ ଯାଇଥିଲେ । ଲକ୍ଷ ଲକ୍ଷ ଟଙ୍କା କଣ ହେବ ବରଂ ଭଉଣୀ ବଞ୍ଚିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ଜିତୁ। ଭଉଣୀର ସ୍ନେହ କୁ ମନେ ପକାଉଛନ୍ତି।

ପ୍ରକାଶ ଥାଉକି,ଜିତୁ ମୁଣ୍ଡା ଗାଁ ପାଖ ବ୍ୟାଙ୍କକୁ ନିଜ ଭଉଣୀର ଟଙ୍କା ଆଣିବାକୁ ଯାଇଥିଲେ । କିନ୍ତୁ ସେଠାରେ ବ୍ୟାଙ୍କ କର୍ମଚାରୀ ଭଉଣୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ବିନା କୌଣସି ଟଙ୍କା ଦିଆଯିବ ନାହିଁ ବୋଲି କହିଥିଲେ । ଏହାପରେ ଜିତୁ ମୁଣ୍ଡା ଗାଁ ମଶାଣିରୁ ଭଉଣୀରମୃତଦେହଖୋଳିଥିଲେ । ଦୀର୍ଘ ୪ କିମିକଙ୍କାଳ ଧରିଚାଲିବା ପରେ ବ୍ୟାଙ୍କଆଗରେ କଙ୍କାଳ ରଖି ଟଙ୍କା ପାଇଁ ବସିଥିଲେ। ଯାହାରାଜ୍ୟରେଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ଆରଡିସିଙ୍କୁ ଦାୟିତ୍ୱ ଦେଇଥିଲେ ।ଏଥିସହ ଜିତୁଙ୍କୁ ବ୍ୟାଙ୍କରୁ ଟଙ୍କା ମିଳିବା ସହ ସରକାରୀ ସହାୟତା ମିଳିଥିଲା।