ଯୋଧପୁର,୧୧।୩: ରାଜସ୍ଥାନ ରାଜନୀତିର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଏବଂ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଜସୱନ୍ତ ସିଂହଙ୍କ ପରିବାରରେ ଝଡ। ବିଜେପିର ବରିଷ୍ଠ ନେତା ଜସୱନ୍ତ ସିଂହଙ୍କ ଘରେ ମା ଏବଂ ପୁଅଙ୍କ ମଧ୍ୟରେ ବିବାଦ ଲୋକଲୋଚନକୁ ଆସିଛି। ଜସୱନ୍ତ ସିଂହଙ୍କ ପତ୍ନୀ ଶୀତଲ କନୱର ଏବଂ ତାଙ୍କ ପୁଅ ତଥା ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂହଙ୍କ ମଧ୍ୟରେ ଦେଖାଦେଇଛି ବିବାଦ। ଶୀତଲ ତାଙ୍କ ପୁଅ ଉପରେ ଏତେ ଅସନ୍ତୁଷ୍ଟ ଯେ ପୁଅ ଏବଂ ତାଙ୍କ ବୋହୂଙ୍କୁ ପୈତୃକ ଘରେ ପ୍ରବେଶ କରିବାକୁ ଦେଉନାହାଁନ୍ତି।
ଜସୱନ୍ତ ସିଂହଙ୍କ ପୁଅ ମାନଭେନ୍ଦ୍ର ନିଜର ନବ ବିବାହିତ ପତ୍ନୀଙ୍କୁ ନେଇ ପୈତୃକ ଘରକୁ ଯାଇଥିଲେ। ସେତେବେଳେ ତାଙ୍କ ମା’ ଶୀତଲ କନୱର ପୁଅ-ବୋହୁଙ୍କୁ ଘରେ ପୁରାଇ ଦେଇନଥିଲେ। ସେ ଏତେ ଅସନ୍ତୁଷ୍ଟ ଥିଲେ ଯେ, କହିଥିଲେ ମୁଁ ବଞ୍ଚିଥିବା ଯାଏଁ ପୁଅ ଏବଂ ବୋହୁକୁ ଘର ଭିତରକୁ ପ୍ରବେଶ କରାଇ ଦେବେନି। ମାନବେନ୍ଦ୍ର ବାରମ୍ବାର ଅନୁରୋଧ ପରେ ବି ଶୀତଲ କନୱରଙ୍କ ମନ ତରଳି ନଥିଲା। ସେ ନିଜର ନିଷ୍ପତ୍ତି ଉପରେ କାଏମ ଥିଲେ।
ଉଲ୍ଲେଖନୀୟ ଯେ ୬୦ ବର୍ଷୀୟ ମାନଭେନ୍ଦ୍ର ସିଂହ ହେଉଛନ୍ତି ବୈଦେଶିକ ମନ୍ତ୍ରୀ ସ୍ବ ଜସୱନ୍ତ ସିଂହଙ୍କ ବଡ଼ ପୁଅ। ସେ ନିକଟରେ ଦ୍ୱିତୀୟ ବିବାହ କରିଛନ୍ତି। ଏହି ବୟସରେ ବିବାହ କରିଥିବାରୁ ପୁରା ପରିବାର ତାଙ୍କ ଉପରେ ଅସନ୍ତୁଷ୍ଟ । ତାଙ୍କ ଝିଅ ଏବଂ ପୁଅ ଖୁବ୍ ରାଗିକି କଥା ମଧ୍ୟ ହେଉ ନାହାଁନ୍ତି। ତାଙ୍କ ମାଆ ଶୀତଲ କୁନୱର ମଧ୍ୟ ପରିବାରକୁ ସମର୍ଥନ କରିଛନ୍ତି। ଅଭିଯୋଗ ହୋଇଛି ଯେ ମାନଭେନ୍ଦ୍ର ସିଂହ ଏକ ଭିନ୍ନ ଜାତିର ମହିଳାଙ୍କୁ ବିବାହ କରିଛନ୍ତି। ଶୀତଲ କନୱର ବିରୋଧ କରିଛନ୍ତି। ତାଙ୍କର କହିବା ଅନୁସାରେ, ମାନଭେନ୍ଦ୍ର ଏହି ବୟସରେ ନାତି-ନାତୁଣୀଙ୍କୁ କୋଳରେ ଖେଳାଇବା ବଦଳରେ ନିଜେ ବିବାହ କରିଛନ୍ତି। ଏହା ପୁରା ପରିବାର ପାଇଁ ଏହା ଅପମାନଜନକ କଥା। ତେବେ ପରିବାର ଲୋକେ ଏନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
मानवेन्द्र सिंह जसोल आज सुबह पुलिस लेकर जोधपुर के पावटा स्थित घर पहुंचे और परिवारजनों से अभद्रता की...
— Lokendra Singh Kilanaut (@the_kilanaut) March 10, 2026
अपनी मां और बेटे के साथ बातचीत आप खुद वीडियो से सुनें pic.twitter.com/kr8azFpvdg
ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ମାନଭେନ୍ଦ୍ର ତାଙ୍କ ଘରକୁ ଯିବାକୁ ଚେଷ୍ଟା କରୁଛନ୍ତି। ତେବେ ତାଙ୍କ ମା’ ଏହାକୁ ବିରୋଧ କରି ଘରେ ପୁରା ଦେବେନି ବୋଲି ସଫା ସଫା କହିଦେଇଛନ୍ତି। ଗଣମାଧ୍ୟମ ମାନଭେନ୍ଦର ସିଂହଙ୍କ ପକ୍ଷ ପାଇବାକୁ ଯଥାସମ୍ଭବ ଚେଷ୍ଟା କରିଛି, କିନ୍ତୁ ସେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ଘରର ମୁଖ୍ୟ ଗେଟ୍ ତାଙ୍କ ମାଆଙ୍କ ସହ ତାଙ୍କର କଥାବାର୍ତ୍ତାର ପ୍ରାୟ ଅଢ଼େଇ ମିନିଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ତାଙ୍କ ମାଆ ବାରମ୍ବାର କହୁଛନ୍ତି, ‘ବାହାର ହୁଅ, ବାହାରକୁ ଯାଅ...’। ପରିବାର ସୂତ୍ରରୁ ଜଣାପଡିଛି ଯେ ମାନଭେନ୍ଦ୍ର ସିଂହଙ୍କ ଭାଇ ମଧ୍ୟ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ବିରକ୍ତ ପ୍ରକାଶ କରିଛନ୍ତି। ସେ ମଧ୍ୟ ତାଙ୍କୁ ସମର୍ଥନ କରୁନାହାଁନ୍ତି।
କିଛି ମାସ ପୂର୍ବରୁ ମାନଭେନ୍ଦ୍ରଙ୍କ ପୁଅ ହମିର ସିଂହଙ୍କର ବିବାହ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ବିବାହରେ ଯୋଗ ଦେଇଥିଲେ। ହମିର ସିଂହଙ୍କ ବିବାହ ଭୋଜି ସମୟରେ ହିଁ ପାରିବାରିକ କଳହ ଆରମ୍ଭ ହୋଇଥିଲା। ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡ଼ାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ପରିବାର ସଦସ୍ୟ ଏନେଇ କୌଣସି ପ୍ରତିକ୍ରିୟା ସେତେବେଳେ ମଧ୍ୟ ଦେଇନଥିଲେ। କୁହାଯାଉଛି ଯେ ହମିର ସିଂହଙ୍କ ଭୋଜିରେ ତାଙ୍କ ବାପା ମାନଭେନ୍ଦ୍ର ସିଂହଙ୍କ ଦ୍ୱିତୀୟ ବିବାହକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ସେବେଠାରୁ ତାଙ୍କ ମା’ ଶୀତଲ କନୱର ରାଗିକି ଅଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, କେବେ ବି ମାନଭେନ୍ଦ୍ର ସିଂହ ଏବଂ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କୁ ଘରକୁ ଗ୍ରହଣ କରିବେନି କିମ୍ବା ଘରେ ପ୍ରବେଶ କରାଇବେ ନାହିଁ। ଉଲ୍ଲେଖନୀୟ ଯେ,ମାନଭେନ୍ଦ୍ର ସିଂହଙ୍କ ପ୍ରଥମ ପତ୍ନୀ ଚିତ୍ରାଙ୍କର ୨୦୨୪ ରେ ରାଜସ୍ଥାନର ଅଲଓ୍ବରରେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ପ୍ରଥମ ପତ୍ନୀଙ୍କ ମୃତ୍ୟୁର ୨ ବର୍ଷ ପରେ ପରେ ମାନଭେନ୍ଦ୍ର ନିକଟରେ ଦ୍ୱିତୀୟ ବିବାହ କରିଛନ୍ତି।