ହରଭଙ୍ଗା୧୦/୧୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ଓ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟଙ୍କ ଉପସ୍ଥିତିରେ ଯୁଗ୍ନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ସମୁଦାୟ ୭୨ଟି ଅଭିଯୋଗ ପଞ୍ଜିକୃତ ହୋଇଛି । ସେଥି ମଧ୍ୟରୁ ୩ ଗୋଟି ସାମୁହିକ ଅଭିଯୋଗ ହୋଇଥିବା ବେଳେ ୬୯ଟି ଅଭିଯୋଗ ବ୍ୟକ୍ତିଗତ ହୋଇଥିଲା। ସେଥି ମଧ୍ୟରୁ ୩୪ ଟି ଅଭିଯୋଗର ତତ୍କାଳୀନ ସମାଧାନ କରାଯାଇଥିଲା । ୬ ଜଣଙ୍କୁ ରେଡ କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗେଇ ଦିଆଯାଇଥିଲା। ହରଭଙ୍ଗା ବିଡ଼ିଓ ବିଜୟ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ସମସ୍ତ ବ୍ଲକ ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ସାମିଲ ହୋଇଥିଲେ ।