ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ଏକକାଳୀନ ୮ଟି ସ୍ଥାନରେ ଚଢାଉ

Published By : Harapriya Sethi | June 30, 2025 9:57 AM

ଭୁବନେଶ୍ୱର, ୩୦/୦୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ । ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ଙ୍କ ଘରେ ଚଢାଉ କରୁଛି ଦର୍ନୀତି ନିବାରଣ ଟିମ୍ । ମୋଟ୍ ୮ଟି ସ୍ଥାନରେ ଚଢାଉ କରାଯାଉଛି । ଏଥିରେ ୧୦ଜଣ ଡିଏସପି, ୮ ଜଣ ଇନ୍‌ସପେକ୍ଟର, ୧୦ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ସାମିଲ ହୋଇଛନ୍ତି । ସ୍ୱତନ୍ତ୍ର ବିଚାରପତି ସର୍ଚ୍ଚ ୱାରେଣ୍ଟ ଜାରି କରିବା ପରେ ଏହି ଚଢାଉ କରାଯାଉଛି । ଦୟାନିଧି ବାଗ୍‌ ରାୟଗଡ଼ା ଜଳଛାୟା ବିଭାଗର ପୂର୍ବତନ PD ଥିଲେ । 

ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ଙ୍କ ମୋଟ ୮ଟି ସ୍ଥାନରେ ରେଡ୍‌ ଚାଲିଛି । କଲାହାଣ୍ଡି ଜିଲ୍ଲା କୁପା ଗାଁ ସ୍ଥିତ ଘର, କାଳାହାଣ୍ଡି ଜିଲ୍ଲା ବିକ୍ରମଗୁଡ଼ା ସ୍ଥିତ ଶ୍ୱଶୁର ଘର, ଭୁବନେଶ୍ୱର ଗୋଠପାଟଣା ସ୍ଥିତ ମହାନଦୀ ଆପାର୍ଟମେଣ୍ଟର ଏକ ପ୍ଲାଟ୍‌, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଏଲଆଇଜି ଘର, ଭୁବନେଶ୍ୱର ସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗର ଅଫିସ୍ ଚାମ୍ୱର, ନବରଙ୍ଗପୁର ଟାଉନ ସ୍ଥିତ ଏକ ନିର୍ମାଣାଧିନ ଘର, ନବରଙ୍ଗପୁରରେ ତାଙ୍କ ପତ୍ନୀଙ୍କ ନାମରେ ଥିବା ୨ଟି ଘରେ ଏକକାଳୀନ ରେଡ୍‌ କରୁଛି ଭିଜିଲାମନ୍ସ ଟିମ୍‌ ।    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.