ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଭଞ୍ଜନଗରରେ ଜିଲ୍ଲା ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି

Published By : Harapriya Sethi | May 19, 2025 2:35 PM

ଭଞ୍ଜନଗର,୧୯/୦୫: ଲୋକଙ୍କ ନିକଟରେ ସରକାରୀ ଯୋଜନା ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଭଞ୍ଜନଗର ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଏସପି ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ପ୍ରମୁଖ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସୋମବାର ମୋଟ୍ ୧୮୨ଟି ଅଭିଯୋଗ ଶୁଣାଣି ପାଇଁ ଲିଷ୍ଟ୍ ହୋଇଥିଲା । ଜିଲ୍ଲପାଳ ଦିବ୍ୟଜ୍ୟୋତି  ପରିଡା ଏସବୁ ଅଭିଯୋଗର ଶୁଣାଣି କରି ତୁରନ୍ତ ୮ଟି ମାମଲାର ଫଇସଲା କରିଥିଲେ। ସେହିପରି ଅନ୍ୟ ସମସ୍ତ ଅଭିଯୋଗର ଶୁଣାଣି କରି ୭ଦିନ ମଧ୍ୟରେ ଲୋକଙ୍କୁ ନ୍ୟାୟ ଦେବାକୁ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ଜଣେ ମଧୁମେହ ଓ ପକ୍ଷାଘାତ ରୋଗୀଙ୍କୁ ରେଡକ୍ରସ ପାଣ୍ଠିରୁ ତୁରନ୍ତ ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ। 

ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ଅଧିକାଂଶ ଭତ୍ତା, ଆବାସ ଯୋଜନାରେ ଘର, ଜମି ପଟ୍ଟା ପ୍ରଦାନ ଓ ରାସନ କାର୍ଡ ପାଇଁ ଆବେଦନ କରିଥିବା ଜଣାପଡିଛି । ଅଭିଯୋଗ ଶୁଣାଣି ଶେଷରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ପରିଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳାଭାବ ସମସ୍ୟା ଦୂର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି କହିଛନ୍ତି। ଏଥିପାଇଁ ଜିଲ୍ଲାରେ ୨ ହଜାରରୁ ଉର୍ଦ୍ଧ୍ୱ ନଳକୂପ ଖୋଳାଯାଇଛି । ଅତି ଜରୁରୀ ସ୍ଥାନକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ବର୍ଷାର ପରିମାଣ କମ୍ ରହୁଥିବା କାରଣରୁ ଭୂତଳ ଜଳସ୍ତର ମଧ୍ୟ ଦୃତ ଗତିରେ ଖସୁଛି । ତେବେ ଚଳିତ ବର୍ଷ ଭଲ ବର୍ଷା ହେବା ଆକଳନ କରାଯାଇଛି । ଯଦି ଭଲ ବର୍ଷା ହୁଏ ତେବେ ଜିଲ୍ଲାରୁ ଜଳ ସମସ୍ୟା ଦୂର ହେବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଥିଲେ । 

ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଜନ ଅଭିଯୋଗ ଶୁଣାଣିରେ ସହାୟତା ଯୋଗାଇ ଦେଇଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ କାର୍ଯ୍ୟକ୍ରମ ସଞ୍ଚାଳନରେ ସହଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.