ନୂଆଦିଲ୍ଲୀ,୩।୧୨: ସଂସଦକୁ କୁକୁର ନେଇ ଆସିଥିବା ଯୋଗୁଁ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ଖୁବ୍ ବିବାଦରେ ଅଛନ୍ତି। ତାଙ୍କ ବିରୋଧରେ କଂଗ୍ରେସ ବିଶେଷାଧିକାର ହନନ ପ୍ରସ୍ତାବ ଆଣିଥିବାର ଚର୍ଚ୍ଚା ହେଉଛି। ଏନେଇ କଂଗ୍ରେସ ସାଂସଦ ରେଣୁକାଙ୍କୁ ଯେତେବେଳେ ପଚରା ଯାଇଥିଲା ସେ ‘ଭୋ... ଭୋ’ କରି ଏହାର ଜବାବ୍ ଦେଇଥିଲେ। ସେ କହିଛନ୍ତି, ଯଦି ପ୍ରସ୍ତାବ ଅଣାଯାଏ, ତେବେ ସେ ତା’ର କଡା ଜବାବ୍ ଦେବେ।’ ବିଜେପି ଅଭିଯୋଗ କରିଥିଲା ସଂସଦକୁ କୁକୁର ଆଣି ରେଣୁକା ଚୌଧୁରୀ ଗଣତନ୍ତ୍ରର ମନ୍ଦିରକୁ ଅପମାନ କରିଛନ୍ତି।

ମଙ୍ଗଳବାର ସାମ୍ବାଦିକମାନେ ଯେତେବେଳେ କଂଗ୍ରେସ ସାଂସଦଙ୍କୁ ପ୍ରଶ୍ନ ପଚାରିଥିଲେ ସେ ‘ଭୋ ଭୋ.. ଆଉ କ’ଣ କହିବି’ ? ତା ପରେ କହିଥିଳେ ଯେତେବେଳେ ଏହି ପ୍ରସ୍ତାବ ଅଣାଯିବ ସେତେବେଳେ କଡା ଜବାବ୍ ଦେବି। ଯଦି ସେମାନେ ବିଶୋଷାଧିକାର ଉଲଂଘନ ପ୍ରସ୍ତାବ ମୋ ବିରୋଧରେ ଆଣିବାକୁ ଚାହାଁନ୍ତି, ତେବେ ଆଣିବାକୁ ଦିଆଯାଉ। ମୋତେ କିଛି ଫରକ ପଡେନି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ସଂସଦକୁ ଶଗଡ ଗାଡି ନେଇକି ଆସିଥିଲେ। ହିନ୍ଦୁ ଧର୍ମରେ କୁକୁରର ମହତ୍ବ ରହିଛି। ଏଭଳି କୌଣସି ନିୟମ ନାହିଁ, ଯାହାକୁ ମୁଁ ଉଲଂଘନ କରିଛି। ମୋତେ ଏଥିରେ କିଛି ଫରକ ପଡେନି।

ସୋମବାର ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ରେଣୁକା କୁକୁର ନେଇ ସଂସଦକୁ ଆସିଥିଲେ। ସାମ୍ବାଦିକମାନେ ତାଙ୍କୁ ଯେତେବେଳେ ପଚାରିଥିଲେ, କୁକୁର କାମୁଡୁଛି କି ନାହିଁ ? ଏହାର ଉତ୍ତରରେ ସେ କହିଥିଲେ ସଂସଦ ଭିତରେ ବସିଥିବା ଓ ସରକାର ଚଳାଉଥିବା ଲୋକ ହିଁ କାମୁଡନ୍ତି। ଏହାପରେ କହିଥିଲେ ସେ ରାସ୍ତାକଡର ବୁଳା କୁକୁରଙ୍କୁ ପଶୁ ଚିକିତ୍ସକଙ୍କ ପାଖକୁ ନେଇ ଯାଉଛନ୍ତି। ମଙ୍ଗଳବାର ବିଜେପି ସାଂସଦ ସମ୍ବିତ ପାତ୍ର ଅଭିଯୋଗ କରିଥିଲେ,କଂଗ୍ରେସ ନେତା ନା କେବଳ ସଂସଦର ମର୍ଯ୍ୟାଦା ଓ ଗାରିମାକୁ ପ୍ରଭାବିତ କରିଛନ୍ତି, ବଂର ସେଠାରେ କାମ କରୁଥିବା ସବୁ ସାଂସଦ, ସୁରକ୍ଷାକର୍ମୀ, ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କର ମଧ୍ୟ ଅପମାନ କରୁଛନ୍ତି।