ନୂଆଦିଲ୍ଲୀ,୪।୧: ଛତିଶଗଡର ବିଜାପୁର ଜିଲ୍ଲାର ସାମ୍ବାଦିକ ମୁକେଶ ଚନ୍ଦ୍ରଶେଖର ହତ୍ୟା ମାମଲାରେ ବଡ଼ ଖୁଲାସା। ମୁକେଶ ଚନ୍ଦ୍ରକାରଙ୍କ ଦାଦା ପୁଅ ଭାଇ ହିଁ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ହତ୍ୟା ମାମଲାରେ ପୋଲିସ ତିନି ଜଣଙ୍କୁ କଷ୍ଟଡିରେ ନେଇଛି। ଏମାନଙ୍କ ଭିତରୁ ଜଣଙ୍କର ପରିଚୟ ରିତେଶ ଚନ୍ଦ୍ରକାର ବୋଲି ଜଣାପଡିଛି। ବିଜାପୁର ସହରରେ ଏକ ସ୍ଥାନୀୟ ଠିକାଦାର ପରିସରରେ ତିଆରି ହୋଇଥିବା ସେଫ୍ଟିକ୍ ଟ୍ୟାଙ୍କ ଶୁକ୍ରବାର ୩୩ ବର୍ଷୀୟ ମୁକେଶ ଚନ୍ଦ୍ରକାରଙ୍କ ମୃତଦେହ ଜବତ କରାଯାଇଛି। ମୁକେଶ ୧ ଜାନୁଆରୀ ରାତିରୁ ନିଖୋଜ ଥିଲେ। ଜିଲ୍ଲା ସାମ୍ବାଦିକଙ୍କୁ ହତ୍ୟା ବିରୋଧରେ ଶନିବାର ବିଜାପୁରରେ ଦିନକ ପାଇଁ ବନ୍ଦ ଘୋଷଣା କରାଯାଇଛି।
ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ହତ୍ୟା ମାମଲାରେ ତିନି ଜଣଙ୍କୁ କଷ୍ଟଡିରେ ନିଆ ଯାଇଛି। ଏହା ସହ ତାଙ୍କୁ ପଚରା ଉଚରା କରାଯାଉଛି। ଏହା ଭିତରେ ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଯେଉଁ ତିନି ଲୋକଙ୍କୁ କଷ୍ଟଡିରେ ନିଆଯାଇଛି ତାଙ୍କ ଭିତରେ ଜଣେ ମୁକେଶ ଚନ୍ଦ୍ରାକରଙ୍କ ସମ୍ପର୍କୀୟ ଭାଇ। ରିପୋର୍ଟ ଅନସାରେ, ମୁକେଶ ନିକଟରେ ବସ୍ତର ଅଞ୍ଚଳରେ ଗଙ୍ଗାଲୁରରୁ ହିରୋଲି ପର୍ଯ୍ୟନ୍ତ ୧୨୦ କୋଟି ଟଙ୍କାର ସଡକ ନିର୍ମାଣ ପ୍ରକଳ୍ପରେ ଦୁର୍ନୀତିର ଖୁଲାସା କରିଥିଲେ। ଏହି ପ୍ରୋଜେକ୍ଟର ପ୍ରାରମ୍ଭିକ ଟେଣ୍ଡର ୫୦ କୋଟି ଟଙ୍କା ଥିଲା। କିନ୍ତୁ କାମ ପରିସରରେ କୌଣସି ପରିବର୍ତ୍ତନ କରାନଯାଇ ଏହାକୁ ବଢାଯାଇ ୧୨୦ କୋଟି କରି ଦିଆଯାଇଥିଲା। କନଟ୍ରାକ୍ଟର ସୁରେଶ ଚନ୍ଦ୍ରାକର ଏହି ପ୍ରୋଜେକ୍ଟକୁ ହାଣ୍ଡେଲ କରୁଥିଲେ। ମୁକେଶ ଚନ୍ଦ୍ରକାର ଏହି ମାମଲାର ଖୁଲାସା କରିଥିଲେ। ତେଣୁ କଣ୍ଟ୍ରାକ୍ଟର ଚିନ୍ତାରେ ପଡିଯାଇଥିଲେ, କାରଣ ରାଜ୍ୟ ସରକାର ଏହି ମାମଲାର ତଦନ୍ତ ଆରମ୍ଭ କରିବାର ଥିଲେ।

ରିପୋର୍ଟ ଅନୁସାରେ, ଏ ସବୁ ଭିତରେ ରିତେଶ ଚନ୍ଦ୍ରକାର ସୁରେଶ ଓ ମୁକେଶଙ୍କ ଭିତରେ ୧ ଜାନୁଆରୀ ରାତିରେ ମିଟି କରାଇଥିଲା। ରିତେଶ ଚନ୍ଦ୍ରକାର ହେଉଛନ୍ତି ସୁରେଶ ଚନ୍ଦ୍ରକାରଙ୍କ ଭାଇ। ଏହି ମିଟିଂ ପରେ ମୁକେଶ ଚନ୍ଦ୍ରକାର ନିଖୋଜ ଥିବା କୁହାଯାଇଥିଲା। ତାଙ୍କ ଫୋନ୍ ମଧ୍ୟ ଅଫ ଥିଲା। ଦୁଇ ଦିନ ପରେ ତାଙ୍କ ଶବ ସୁରେଶ ଚନ୍ଦ୍ରକାରଙ୍କ ପ୍ରପଟିରେ ତିଆରି ଏକ ସେଫ୍ଟିକ ଟାଙ୍କି ଭିତରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଏହି ସ୍ଥାନରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ପୋଲିସର କହିବା ଅନୁସାରେ, ମୁକେଶ ଓ ରିତେଶଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ଦୁହେଁ ପ୍ରତି ଦିନ ସେହି ସ୍ଥାନରେ ଭେଟୁଥିଲେ, ଯେଉଁଠି ମୁକେଶଙ୍କ ଶବ ମିଳିଛି। ମୁକେଶ ଏନ୍ଡିଟିଭି ସହ ବହୁ ସମାଚାର ଚ୍ୟାନେଲ ପାଇଁ ଫ୍ରିଲାନ୍ସ ଜର୍ଣ୍ଣାଲିଷ୍ଟ ଭାବରେ କାମ କରୁଥିଲେ।ଏହା ସହ ସେ ଏକ ୟୁଟ୍ୟୁବ୍ ଚ୍ୟାନେଲ ’ବସ୍ତର ଜଙ୍କସନ୍’ ମଧ୍ୟ ଚଳାଉଥିଲେ। ଯେଉଁଥିରେ ୧.୫୯ ଲକ୍ଷ ସବସ୍କ୍ରାଇବର ଥିଲେ।