ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଜୁଏଲଙ୍କ ନିଖୋଜ ଖବର ଗୁଜବ : ଷ୍ଟେସନରୁ ବିସ୍କୁଟ କିଣିବା ବେଳେ ଟ୍ରେନ ଛାଡ଼ିଦେଲା, ପଛ ଟ୍ରେନରେ ଆସି କାର୍ଯ୍ୟକ୍ରମରେ ଯୋଗଦେଲେ

Published By : Rasmita Pradhan | May 7, 2025 10:53 AM

ନୂଆଦିଲ୍ଲୀ, ୦୭/୦୫ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଗୁଜବର ଶିକାର ହୋଇଛନ୍ତି । ମେ ୩ ତାରିଖ ଅପରାହ୍ଣରେ ଜୁଏଲ ଏକ ସରାକରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗୋଣ୍ଡୱାନା ଟ୍ରେନ୍‌ରେ ମଧ୍ୟପ୍ରଦେଶର ଜବଲପୁର ଯାଇଥିଲେ । ପାଖାପାଖି ଦାମୋହ ଷ୍ଟେସନ୍‌ଠାରେ ସେ ଅନୁଭବ କଲେ ଯେ ତାଙ୍କର ରକ୍ତ ଶର୍କରା କମିଯାଇଛି । ସେତେବେଳକୁ ପାଖାପାଖି ରାତି ୪ଟା (ମେ ୪ ବଡ଼ିଭୋର) । ତାଙ୍କ ସହ ତାଙ୍କ ବ୍ୟକ୍ତିଗତ ସହାୟକ ଓ ଅନ୍ୟ ଷ୍ଟାଫ୍‌ ମଧ୍ୟ ଥିଲେ । ସେମାନେ ଶୋଇଥିବାରୁ ଜୁଏଲ ସେମାନଙ୍କ ନିଦ୍ରା ଭଙ୍ଗ କରିବାକୁ ଉଚିତ୍‌ ମନେକଲେ ନାହିଁ। ଦାମୋହ ଷ୍ଟେସନଠାରେ ଟ୍ରେନ୍‌ ପହଞ୍ଚିବା ମାତ୍ରେ ସେ ପ୍ଳାଟଫର୍ମକୁ ଓହ୍ଲାଇ ନିକଟବର୍ତ୍ତୀ ଏକ ଷ୍ଟଲ୍‌କୁ ବିସ୍କୁଟ କିଣିବା ପାଇଁ ଯାଇଥିଲେ । ସେ ସବୁବେଳେ ତାଙ୍କ ନିକଟରେ କିଛି ମିଠାଖାଦ୍ୟ ରଖନ୍ତି। କିନ୍ତୁ ସେଦିନ ନଥିଲା। ବିସ୍କୁଟ କିଣି ସେ ଟ୍ରେନ୍‌ରେ ଚଢିବାକୁ ଯିବାବେଳେ ଟ୍ରେନ୍‌ ଛାଡିବାକୁ ଆରମ୍ଭ କରିଥିଲା। ଜୁଏଲ ଟ୍ରେନରେ ଚଢିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଠିକ୍‌ ଭାବରେ ଟ୍ରେନ୍‌ରେ ଚଢି ନପାରିବାରୁ ପଡିଯାଇଥିଲେ। ତାଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ସେ ବିସ୍କୁଟ କିଣିବାକୁ ଯିବାବେଳେ ମୋବାଇଲ ପାଖରେ ରଖି ନଥିଲେ। ଟ୍ରେନ୍‌ ଚାଲିଯିବାର କିଛି ସମୟ ପରେ ସେ ଅନ୍ୟ ଏକ ଟ୍ରେନ୍‌ (ସମ୍ପର୍କ କ୍ରାନ୍ତି) ଯୋଗେ ଆସିଥିଲେ । 

ଇତିମଧ୍ୟରେ ଜୁଏଲଙ୍କ ଷ୍ଟାଫ୍‌ ତାଙ୍କୁ ଟ୍ରେନରେ ନପାଇ ପୁଲିସରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ ଦ୍ୱାରା ଖୋଜାଖୋଜି ଆରମ୍ଭ ହୋଇଥିଲା। ଶେଷରେ ପୁଲିସ ତାଙ୍କୁ ସିହୋରା ରୋଡ ରେଳ ଷ୍ଟେସନ୍‌ଠାରେ ସକାଳୁ ଦେଖିବାକୁ ପାଇଥିଲେ। ଏହି ଘଟଣା ପରେ ଜୁଏଲ ଜବଲପୁର ଯାଇ ତାଙ୍କ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ ମଧ୍ୟପ୍ରଦେଶର କେତେକ ସ୍ଥାନୀୟ ହିନ୍ଦୀ ଖବରକାଗଜରେ ଏବଂ ପରେ ସୋସିଆଲ ମିଡିଆରେ ଖବର ପ୍ରଚାରିତ ହୋଇଥିଲା ଯେ, କେନ୍ଦ୍ରମନ୍ତ୍ରୀ କିଛି ସମୟ ପାଇଁ ନିଖୋଜ ହୋଇଯାଇଥିଲେ । ଫଳରେ ଏହା କିଛି ସମୟ ଧରି ପୁଲିସ ପାଇଁ ଚିନ୍ତାର ବିଷୟ ହୋଇଥିଲା । ବାସ୍ତବରେ ଏହି ଖବର ସତ୍ୟ ନଥିଲା । ଜୁଏଲଙ୍କ ନିକଟତମ ସୂତ୍ରରୁ କୁହାଯାଇଛି, ସମ୍ପୃକ୍ତ ଗଣମାଧ୍ୟମ ଏଭଳି ଖବର ପ୍ରକାଶ ପୂର୍ବରୁ ତାଙ୍କ କାର୍ଯ୍ୟାଳୟ କିମ୍ବା ତାଙ୍କ ସହ ଯୋଗାଯୋଗ କରି ବାସ୍ତବତା ଜାଣିବା ଦରକାର ଥିଲା । କିନ୍ତୁ ତାହା ନକରି ଏଭଳି ଏକ ଚାଞ୍ଚଲ୍ୟକର ଖବର ପ୍ରକାଶ କରିବା ଆଦୌ ଠିକ୍‌ ହୋଇନି ।

ଏହି ଖବରଟିକୁ ପଢନ୍ତୁ-Operation Sindoor: ସେନାର ସାହସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, କହିଲେ 'ଭାରତ ଏବେ ପ୍ରତିରକ୍ଷା କରୁନି ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି'

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.