ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜମି ପଞ୍ଜୀକରଣ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣା: ଖଣ୍ଡଗିରି ସବ୍‌-ରେଜିଷ୍ଟ୍ରାର କନିଷ୍ଠ କିରାଣୀ ଗିରଫ

Published By : Prameya | December 10, 2024 11:42 AM

ଭୁବନେଶ୍ୱର,୧୦/୧୨: ସବ୍‌-ପ୍ଲଟ୍‌ ପଞ୍ଜୀକରଣ କରାଇଦେବା ପାଇଁ କନିଷ୍ଠ କିରାଣୀ ୨୦ ହଜାର  ଟଙ୍କା ଲାଞ୍ଚ ନେବା ଘଟଣା। ଖଣ୍ଡଗିରି ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ଦେବଯାନୀ କରଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆଜି ଦେବଯାନୀ କରଙ୍କୁ କୋର୍ଟଚାଲାଣ କରାଯିବ ବୋଲି  ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି । 

ସୂଚନା ମୁତାବକ, ବିଡିଏର ଛାଟ ଯୋଗୁଁ  ଦୀର୍ଘ ମାସ ଧରି ସବ୍‌-ରେଜିଷ୍ଟ୍ରାର ଅଫିସ୍‌ରେ  ସବ୍‌ପ୍ଲଟ୍‌ ପଞ୍ଜିକରଣ ହୋଇପାରୁନି । କିନ୍ତୁ  ବିଭିନ୍ନ ସବ୍‌ ରେଜିଷ୍ଟ୍ରାର ଅଫିସ୍‌ର କିଛି ଅସାଧୁ  ଅଧିକାରୀ ଲୁଚାଛପାରେ ସବ୍‌-ପ୍ଲଟ୍‌ ପଞ୍ଜିକରଣ  କରୁଛନ୍ତି । କିଛିଦିନ ତଳେ ଜଣେ ବ୍ୟକ୍ତି ପଞ୍ଜିକରଣ ପାଇଁ ଖଣ୍ଡଗିରି ସବ୍‌ ରେଜିଷ୍ଟ୍ରାର  ଅଫିସକୁ ଯାଇଥିଲେ । ଦେବଯାନୀ ତାଙ୍କୁ ଏନେଇ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।  ଆବେଦନକାରୀ ଏ ସଂପର୍କରେ ଭିଜିଲାନ୍ସକୁ  ଜଣାଇଥିଲେ । ସୋମବାର ଦିନ ଦେବଯାନୀ ଅଫିସ୍‌ରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଧରିଥିଲେ । ତା’ପରେ ତାଙ୍କ ଭୁବନେଶ୍ୱରସ୍ଥିତ  ବାସଭବନ, ପୁରୁଣା ବିଏମ୍‌ସି ଅଫିସରେ ଥିବା  ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ  ଚଢ଼ଉ କରାଯାଇଥିଲା । ତାଙ୍କ ଅଫିସର କ୍ୟାସ ଡ୍ର’ରୁ  ନଗଦ ୧୫ ଲକ୍ଷ ୮ ହଜାର ଟଙ୍କା ମିଳିଥିଲା। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.