ପ୍ରମୂଖ ଖବର
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ

Published By : Prameya | March 28, 2025 10:40 AM

ନୂଆଦିଲ୍ଲୀ, ୨୮/୦୭: ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଘରୁ  ପୋଡ଼ା ଟଙ୍କା ବଣ୍ଡଲ ମିଳିବା ମାମଲାରେ ୮ ଜଣ ପୁଲିସ ଅଧିକାରୀଙ୍କ ମୋବାଇଲ ଫୋନ୍‌  ଜବତ କରାଯାଇଛି । ଦିଲ୍ଲୀ ପୁଲିସ ହିଁ ଏହାକୁ  ଜବତ କରିଛି । ଏହି ୮ ଜଣ ଅଧିକାରୀ  ହେଲେ ତୋଗଲକ ରୋଡ୍‌ ଥାନାର ଏସ୍‌ଏଚ୍‌ଓ  ଉମେଶ ମଲିକ, ତଦନ୍ତକାରୀ ଅଧିକାରୀ, ମୁଖ୍ୟ  କନେଷ୍ଟବଳ ରୂପ ଚାନ୍ଦ, ସବ୍‌-ଇନ୍ସପେକ୍ଟର ରଜନୀଶ, ପାଟ୍ରୋଲିଂ ପାଇଁ ଘଟଣାସ୍ଥଳରେ  ମୋଟରସାଇକେଲରେ ପହଞ୍ଚିଥିବା ଦୁଇଜଣ  ଏବଂ ଅନ୍ୟ ତିନିଜଣ ପିସିଆର ଅଧିକାରୀ । 

ମୋବାଇଲ ଫୋନ୍‌କୁ ଜବତ ପରେ  ସେଗୁଡ଼ିକୁ ଫୋରେନସିକ୍‌ ଯାଞ୍ଚ ଲାଗି  ପଠାଯାଇଛି । ଏହାଦ୍ୱାରା ଜଣାପଡ଼ିବ ଯେ  ଅଗ୍ନିକାଣ୍ଡ ବେଳେ ଘଟଣାସ୍ଥଳରେ ପହଞ୍ଚିଥିବା  ଏହି ଅଧିକାରୀଙ୍କ ଦ୍ୱାରା ଘଟଣାର କୌଣସି  ଭିଡିଓ ରେକର୍ଡ ହୋଇଥିଲା କି ନାହିଁ କିମ୍ବା  ଉକ୍ତ ଭିଡିଓଗୁଡ଼ିକୁ ହେରଫେର କରାଯାଇଛି  କି ନାହିଁ । ଦିଲ୍ଲୀ ପୁଲିସ ଏହି ୮ ଅଧିକାରୀଙ୍କ  ବୟାନ ବି ରେକର୍ଡ କରିଛି । 

ଡିସିପି (ନୂଆଦିଲ୍ଲୀ) ଦେବେଶ ମହଲାଙ୍କ  ନେତୃତ୍ୱାଧୀନ ଟିମ୍‌ ବୁଧବାର ବିଚାରପତି  ଯଶବନ୍ତ ବର୍ମାଙ୍କ ୩୦ ରୋଗଲକ ରୋଡ୍‌ସ୍ଥିତ ବାସଭବନରେ ଅପରାହ୍ନ ୧ଟା ୫୦ରେ ପହଞ୍ଚି  ତାଙ୍କ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କୁ  ପଚରାଉଚରା କରିଥିଲା । ଟିମ୍‌ରେ ଏସିପି  ଓ ଅନ୍ୟ ଅଧିକାରୀଙ୍କ ସମେତ ୬ ଜଣ ଥିଲେ ।  ଦୁଇଘଣ୍ଟା ପରେ ସେମାନେ ବାହାରିଥିଲେ । 

ଅନ୍ୟପକ୍ଷରେ ଜଷ୍ଟିସ ବର୍ମାଙ୍କୁ  ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବାର  ନିଷ୍ପତ୍ତିକୁ ପୁନର୍ବିଚାର କରାଯାଇପାରେ । ଏହି ପରିପ୍ରେକ୍ଷୀରେ ୬ଟି ହାଇକୋର୍ଟ ବାର୍‌  ଆସୋସିଏସନର ପଦାଧିକାରୀ ଗୁରୁବାର  ଦିଲ୍ଲୀରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି  (ସିଜେଆଇ) ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ସାକ୍ଷାତ  କରି ବଦଳି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି  କରିଛନ୍ତି । ତାଙ୍କ ବଦଳି ରୋକିବାକୁ ସେମାନେ  ଚାହୁଁଛନ୍ତି । ଆହ୍ଲାବାଦ ହାଇକୋର୍ଟ ବାର୍‌  ଆସୋସିଏସନ ଅଧ୍ୟକ୍ଷ ଅନିଲ ତିୱାରୀ କହିଛନ୍ତି,  ସିଜେଆଇ ଜଷ୍ଟିସ ଖାନ୍ନାଙ୍କୁ ଆମେ ଭେଟି ନିଜ  ଦାବି ରଖିଛୁ । ସିଜେଆଇ ଜଷ୍ଟିସ ବର୍ମାଙ୍କ ବଦଳି  ନେଇ କଲେଜିୟମ ସୁପାରିସକୁ ପ୍ରତ୍ୟାହାର  ଲାଗି ଆମ ଦାବି ଉପରେ ବିଚାର କରିବେ । 

ଏହି ପରିପ୍ରେକ୍ଷୀରେ ୬ ଜଣ ପଦାଧିକାରୀ  ସିଜେଆଇ ଓ କଲେଜିୟମକୁ ସ୍ମାରକପତ୍ର  ପ୍ରଦାନ କରିଛନ୍ତି । ଏଥିରେ କୁହାଯାଇଛି ଯେ  ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ରିପୋର୍ଟ  ମୁତାବକ, ମାର୍ଚ୍ଚ ୧୪ରେ ଜଷ୍ଟିସ ବର୍ମାଙ୍କ ଘରେ  ନିଆଁ ଲାଗିଥିଲା । ଏହାର ଦିନକ ପରେ ତାଙ୍କ ଘରୁ  ସାମଗ୍ରୀଗୁଡ଼ିକୁ ହଟାଇ ଦିଆଯାଇଥିଲା । ଏଭଳି  ମାମଲାରେ ଅନ୍ୟ ଲୋକଙ୍କ ସମ୍ପୃକ୍ତି ରହିବା  ଏବଂ ଏଫ୍‌ଆଇଆର୍‌ ଦାୟର ନ ହେବା ଦ୍ୱାରା  ତଦନ୍ତ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ ।  ସିଜେଆଇ ଆହ୍ଲାବାଦ, ଗୁଜରାଟ, କେରଳ,  ଜବଲପୁର, କର୍ଣ୍ଣାଟକ ଓ ଲକ୍ଷେ୍ନø ହାଇକୋର୍ଟ  ବାର୍‌ ଆସୋସିଏସନ ପ୍ରତିନିଧିଙ୍କୁ ଅପରାହ୍ନରେ  ଭେଟିଥିଲେ । ଏହାପରେ କଲେଜିୟମର ସଦସ୍ୟ  ଯଥା ଜଷ୍ଟିସ ବି ଆର ଗଭାଇ, ଜଷ୍ଟିସ ସୂର୍ଯ୍ୟ  କାନ୍ତ, ଜଷ୍ଟିସ ଅଭୟ ଏସ୍‌ ଓକା ଏବଂ ଜଷ୍ଟିସ  ବିକ୍ରମ ନାଥଙ୍କୁ ସାକ୍ଷାତ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.