ପ୍ରମୂଖ ଖବର
  • କନ୍ଧମାଳ : ପୁଅର ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲା ବାପା
  • ||
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ଜ୍ୟୋତି ମଲହୋତ୍ରାଙ୍କ ଗୁଇନ୍ଦାଗିରି ମାମଲା; କ’ଣ ରହିଛି ପାକିସ୍ତାନୀ ସଂଯୋଗ ଓ ଦାନିଶଙ୍କ ଭୂମିକା

Published By : Bijay Swain | May 19, 2025 7:22 PM

ନୂଆଦିଲ୍ଲୀ: ହରିୟାଣାର ହିସାର ନିବାସୀ ତଥା ଜଣାଶୁଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କ ସହ ପଞ୍ଜାବ ଓ ହରିୟାଣାରୁ ୫ ଜଣଙ୍କୁ ଏହି ଗୁପ୍ତଚର ନେଟୱାର୍କ ସହ ଜଡିତ ଥିବା ଅଭିଯୋଗରେ ହେପାଜତକୁ ନିଆ ଯାଇଛି। ଏହି ମାମଲାର କେନ୍ଦ୍ରବିନ୍ଦୁରେ ରହିଛନ୍ତି ପାକିସ୍ତାନ ହାଇ କମିଶନର କର୍ମଚାରୀ ଏହସାନ-ଉର-ରହିମ ଓରଫ ଦାନିଶ। ତେବେ ଭାରତ ସରକାର ତାଙ୍କୁ ଗତ ମଇ ୧୩ ତାରିଖରେ ‘ପର୍ସୋନା ନନ ଗ୍ରାଟା’ ଘୋଷଣା କରି ଦେଶରୁ ବହିଷ୍କାର କରିଛନ୍ତି।

ଜ୍ୟୋତି, ଯିଏ ‘ଜ୍ୟୋତି ରାଣୀ’ ନାମରେ ମଧ୍ୟ ବେଶ ଜଣାଶୁଣା, ନିଜ ଯୁଟ୍ୟୁବ ଚ୍ୟାନେଲ ‘Travel with JO’ ମାଧ୍ୟମରେ ଭାରତରେ ପ୍ରସିଦ୍ଧି ଅପେଜନ କରିଛନ୍ତି। ଯେଉଁଠାରେ ତାଙ୍କର ୩.୭୭ ଲକ୍ଷ ସବସ୍କ୍ରାଇବର ମଧ୍ୟ ରହିଛନ୍ତି। ଅନ୍ୟପଟେ ତାଙ୍କ ଇନସ୍ଟାଗ୍ରାମରେ ୧.୩୧ ଲକ୍ଷ ଫଲୋଅର୍ସ ରହିଛନ୍ତି। ସେ ପାକିସ୍ତାନ ସମେତ ବିଭିନ୍ନ ଦେଶର ଭ୍ରମଣ କରିବା ସହ ସାମାଜିକ ଗଣମାଧ୍ୟମ ଗୁଡକରେ ଭିଡିଓ ସେୟାର କରନ୍ତି।

୨୦୨୩ ମସିହାରେ ଜ୍ୟୋତି ପାକିସ୍ତାନ ଭିସା ପାଇଁ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇ କମିଶନରେ ଦାନିଶଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ଏହା ପରେ ସେ ଆଉ ଦୁଇଥର ପାକିସ୍ତାନ ଗସ୍ତ କରିଥିଲେ। ପୁଲିସ ଅନୁଯାୟୀ, ଦାନିଶ ଜ୍ୟୋତିଙ୍କୁ ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ଶାକିର ଓ ରାଣା ଶାହବାଜଙ୍କ ସହ ଯୋଡିଥିଲେ। ଜ୍ୟୋତି ହ୍ୱାଟସଆପ, ଟେଲିଗ୍ରାମ ଓ ସ୍ନାପଚାଟ ଜରିଆରେ ସମ୍ବେଦନଶୀଳ ସୂଚନା ପଠାଉଥିଲେ। ସେ ଶାହବାଜଙ୍କ ନମ୍ବରକୁ ‘ଜାଟ ରନଧାୱା’ ନାମରେ ସେଭ କରିଥିଲେ। ଅଭିଯୋଗ ଅନୁଯାୟୀ, ସେ ଭାରତୀୟ ସ୍ମାରକ ଓ ଅନ୍ୟ ସୂଚନା ପାକିସ୍ତାନୀ ଅଧିକାରୀଙ୍କୁ ଦେଉଥିଲେ ଏବଂ ପାକିସ୍ତାନର ସକାରାତ୍ମକ ଛବି ନେଇ ନିଜ ୟୁଟ୍ୟୁବରେ ପ୍ରଚାର କରୁଥିଲେ। ସେ ଜଣେ ପାକିସ୍ତାନୀ ଅଧିକାରୀ ସହ ରୋମାଣ୍ଟିକ ସମ୍ପର୍କରେ ଥିବା ଓ ବାଲିରେ ତାଙ୍କ ସହ ଭେଟିଥିବାର ଅଭିଯୋଗ ମଧ୍ୟ ରହିଛି।

ଭାରତରେ ପୋଷ୍ଟିଂ ସମୟରେ, ହାଇ କମିଶନରେ ଦାନିଶଙ୍କ ଭୂମିକା ଭାରତୀୟ ନାଗରିକଙ୍କୁ ଗୁପ୍ତଚର ପାଇଁ ନିଯୁକ୍ତି ଦେବା ପାଇଁ କୂଟନୈତିକ ସୁରକ୍ଷା ଯୋଗାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଜ୍ୟୋତି ମାଲହୋତ୍ରା ଏବଂ ପଞ୍ଜାବ ଏବଂ ହରିୟାଣାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଅର୍ଥ ପ୍ରଦାନ ଓ ଗୁଇନ୍ଦାଗିରି ବଢାଇବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ଦାନିଶ ସମ୍ବେଦନଶୀଳ ସୂଚନା କିମ୍ବା ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ବିଷୟରେ ସୂଚନା ପ୍ରାପ୍ତ କରିବ ନିମନ୍ତେ ଭାରତୀୟ ନାଗରିକମାନଙ୍କୁ ଚିହ୍ନଟ ଏବଂ ରାଜି କରାଉଥିଲେ। ଏହାସହ ISI ଏଜେଣ୍ଟମାନଙ୍କ ସହିତ ସୂଚନା ଏବଂ ପରିଚୟ ଦିଆଯାଇଥିବା ବ୍ୟକ୍ତିମାନଙ୍କୁ ଭିସା ପ୍ରଦାନ ଏବଂ ସେମାନଙ୍କ ପାକସ୍ତାନ ଯାତ୍ରା ଯୋଜନାକୁ ସଂଗଠିତ କରିବା ଦାନିଶଙ୍କ ମୁଖ୍ୟ ଲକ୍ଷ୍ୟ ରହିଥିଲା।

ଭାରତୀୟ ଅଧିକାରୀମାନଙ୍କୁ ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ଏଜେନ୍ସି ଗୁଡିକ ଆକ୍ସନ ମୋଡକୁ ଆସିଯାଇଥିଲେ। ତେବେ ଜେନେଭା ଚୁକ୍ତି ଅନୁଯାୟୀ ଅନ୍ୟଦେଶର କୂଟନୈତକ ଅଧିକାରୀଙ୍କୁ ଗିରଫ କରିବାର ଅଧିକାର ନଥିବାରୁ ବାଧ୍ୟ ହୋଇ ଭାରତ ସରକାର ଦାନିଶଙ୍କ ବିରୁଦ୍ଧରେ ମଇ ୧୩ ତାରିଖରେ ‘ପର୍ସୋନା ନନ ଗ୍ରାଟା’ ଘୋଷଣା କରି ଦେଶରୁ ବହିଷ୍କାର କରିଥିଲେ। ତେବେ ତାଙ୍କ ସହ ଜଡିତ ଅନେକ ଭାରତୀୟ ନାଗରିକଙ୍କୁ ଗିରଫ କରିବା ପାଇଁ ଭାରତ ସରକାର ଯୋଜନା ଆରମ୍ଭ କରିଥିଲେ। ଯେଉଁମାନଙ୍କ ମଧ୍ୟରୁ କେବଳ ପଞ୍ଜାବ ଓ ହରିୟାନାରୁ ୬ ଜଣ ରହିଥିବା ଜଣାପଡିଛି। 

ଜ୍ୟୋତିଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୫୨ ଓ ଅଫିସିଆଲ ସିକ୍ରେଟ ଆକ୍ଟ, ୧୯୨୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ତାଙ୍କୁ ୫ ଦିନିଆ ପୁଲିସ ରିମାଣ୍ଡରେ ରଖାଯାଇ ତାଙ୍କ ଆର୍ଥିକ କାରବାର ଓ ଇଲେକ୍ଟ୍ରୋନିକ ଉପକରଣ ତଦନ୍ତ ଚାଲିଛି।

ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜ୍ୟୋତିଙ୍କୁ ‘ଦେଶଦ୍ରୋହୀ’ କହି କଠୋର ଶାସ୍ତି ଦାବି କରାଯାଉଛି। ତାଙ୍କ ପିତା ହରିସ ମଲହୋତ୍ରା ନିଜ ଝିଅଙ୍କୁ ନିର୍ଦ୍ଦୋଷ କହିବା ସହ ସେ ଅନୁମତି ସହ ପାକିସ୍ତାନ ଗସ୍ତ କରିଥିଲେ ବୋଲି କହିଛନ୍ତି। ତେବେ ଜ୍ୟୋତିଙ୍କ ସହ ଅନ୍ୟ କେହି ଇନଫ୍ଲୁଏନ୍ସର ଜଡିତ ଥିଲେ କି ନାହିଁ ପୁଲିସ ତାହାର ଅନୁସନ୍ଧାନ କରୁଛି। ହିସାର ଏସପି ଶଶାଙ୍କ କୁମାର କହିଛନ୍ତି, “ଶତ୍ରୁ ଦେଶ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ଦେଶ ବିରୋଧରେ ବ୍ୟବହାର କରୁଛି। ଯାହା ଆମ ପାଇଁ ଏକ ନୂଆ ଚ୍ୟଲେଞ୍ଜ ସଷ୍ଟି କରିଛି। ଆଗକୁ ଏହା ଉପରେ କଡା ନଜର ରଖିବାକୁ ପଡିବ।”

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.