ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ବର୍ଡର’ରେ ନିର୍ଦ୍ଦେଶକଙ୍କ ଗାଳି ଭୟରେ କାମ କରିବାକୁ ଚାହୁଁ ନଥିଲେ ସୁନୀଲ ସେଟ୍ଟୀ , ଅଭିନେତାଙ୍କ ଶାଶୂ ଏମିତି ସମ୍ଭାଳି ଥିଲେ କଥା

Published By : Prameya | May 18, 2025 10:59 PM

ମୁମ୍ୱାଇ : ସନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ବର୍ଡର’ରେ ସୁନୀଲ ଶେଟ୍ଟୀ ଅଭୁଲନୀୟ ଭୈରବ ସିଂହର ଚରିତ୍ର କରି ଥିଲେ। ଏହି ଫିଲ୍ମ ତାଙ୍କର ଚରିତ୍ରର ଦେଶଭକ୍ତି ଓ ଧରତି ମେରୀ ମାଁ ଭଳି ଡାୟଲଗ୍‌ ପ୍ରସିଦ୍ଧ ହୋଇ ଥିଲା। କିନ୍ତୁ ଆପଣ କଣ ଜାଣନ୍ତି ଯେ, ସୁନୀଲ ଶେଟ୍ଟି ପ୍ରଥମେ ଫିଲ୍ମ ବର୍ଡରକୁ କରିବାକୁ ଚାହିଁ ନଥିଲେ। ତାଙ୍କୁ ଫିଲ୍ମର ଡାଇରେକ୍ଟର ଜେପି ଦତ୍ତାଙ୍କ ରାଗ ବିଷୟରେ ଜଣା ନଥିଲା। ଏହାପରେ ସେ ଫିଲ୍ମର ପାର୍ଟ ହେବାକୁ ଚାହୁଁ ନଥିଲେ। କିନ୍ତୁ କିଛି ଏମିତି ହୋଇଛି ଯେ ସୁନୀଲ ଏହି ଫିଲ୍ମର ସଦସ୍ୟ ବି ହେଲେ ଏବଂ ସେ ସୁନ୍ଦର ଭୂମିକାରେ ମଧ୍ୟ ନଜର ଆସିଲେ।

ରେଡିଓ ନଶା  ସହ କଥାବାର୍ତ୍ତାରେ ସୁନୀଲ ଶେଟ୍ଟୀ କହିଛନ୍ତି , ମୁଁ ଶୁଣି ଥିଲି ଯେ, ଜେପି ଦତ୍ତା ଖୁବ୍‌ କଡ଼ା ଟାସ୍କ ମାଷ୍ଟର ଏବଂ ରାଗରେ ଗାଳି ଦେବାକୁ ବି ପଛାନ୍ତି ନାହିଁ। ମୋର ବି ସ୍ୱଭାବ ସମାନ ଥିଲା। ମୋର ବି ଫ୍ୟୁଜ୍‌ ଛୋଟ ଥିଲା। ଯେବେ ଜେପି ଜୀ ମୋତେ ଭେଟିବାକୁ ଆସିଲେ, ମୁଁ କହିଲି ଯେ,ମୁଁ ଭାବି କହିବି। ପରେ ମୁଁ ନିଜର ସେକ୍ରେଟାରୀଙ୍କୁ ସଫା ସଫା କହି ଦେଇ ଥିଲି ,ମୁଁ  ଏହି ଫିଲ୍ମ କରି ପାରିବି ନାହିଁ। ଯଦି ସେ ଗାଳି ଦେବେ ମୁଁ ହାତ ଉଠାଇ ଦେବି। 

ସୁନୀଲ ଶେଟ୍ଟୀ ଆହୁରି କହିଛନ୍ତି ,ଜେପି ଜୀ ହାର ମାନି ନଥିଲେ। ସେ ପ୍ରଡ୍ୟୁସର ଭାରତ ଶାହଙ୍କ ମାଧ୍ୟମରେ ମୋ ଶାଶୂମାଆଙ୍କ ପାଖରେ କଥା ପକାଇଲେ। ସେ ମୋତେ ଡାକିଲେ, ବସାଇ ବୁଝାଇଲେ ଏବଂ ଶେଷରେ ମୋତେ ମନାଇଲେ। ମୁଁ ତାଙ୍କୁ ସଫା କହିଥିଲି ଯେ, ଯଦି ସୁଟିଂ ସେଟ୍‌ରେ କିଛି ସେମିତି ଭୁଲ କାର୍ଯ୍ୟ ହୁଏ ତ ମୁଁ ସୁଟିଂ ଅଧାରୁ ଛାଡ଼ି ଦେବି। ଏହା ହିଁ ସର୍ତ୍ତ ଥିଲା। ସୁନୀଲ କହିଲେ, ପ୍ରଥମ ଦିନରୁ ଜେପି ଓ ମୁଁ ଏମିତି ମିଶି ଗଲୁ ଯେ, ଏମିତି ନିଆଁ ଓ ପଙ୍ଖା। ଯାହା ଭୟ ଥିଲା , ତାହା କୁଆଡ଼େ ଚାଲି ଗଲା। ଆମର ଟ୍ୟୁନିଂ ଖୁବ୍‌ ସୁନ୍ଦର ହୋଇଗଲା। ସବୁଠୁ ବଡ଼ କଥା ଯେବେ ମୋର କ୍ୟାରିୟରର ଖରାପ ସମୟ ଆସି ଥିଲା , ସେତେବେଳେ ମଧ୍ୟ ଜେପି ଜୀ ବିନା କୌଣସି ସଙ୍କୋଚରେ ମୋତେ କାମ ଦେଇ ଥିଲେ।

କହି ରଖୁଛୁ କି , ୧୯୯୭ରେ ରିଲିଜ ହୋଇଥିଲା ଫିଲ୍ମ ‘ବର୍ଡର’ , ଯାହା ଭାରତ-ପାକିସ୍ତାନ ମଧ୍ୟରେ ୧୯୭୧ର ୱାର ଉପରେ ଆଧାରିତ ଥିଲା। ଏହି ଫିଲ୍ମ ବ୍ଲକବଷ୍ଟର ସାବ୍ୟସ୍ତ ହେଲା। ଫିଲ୍ମରେ ସନି ଦେଓଲ , ଜ୍ୟାକି ଶ୍ରଫ୍‌ , ଅକ୍ଷୟ ଖାନ୍ନା ଓ ତବୁଙ୍କ ଭଳି ଷ୍ଟାର ସାମିଲ ଥିଲେ। ଆଜି ବି ଦେଶଭକ୍ତି ଫିଲ୍ମର ତାଲିକାରେ ବର୍ଡର ଟପ୍‌ରେ ରହିଛି। ଏବେ ସେ ସନି ଦେଓଲ , ବରୁଣ ଧୱନଙ୍କ ସହ ବର୍ଡର-୨ରେ କାମ କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.