ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବିଧାୟକ ରମେଶ ଜେନାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଦାୟିତ୍ୱ, ଶୁଭେଚ୍ଛା ଜଣାଇଲେ କଂଗ୍ରେସ ସମର୍ଥକ

Published By : Swapna Ray | May 18, 2025 2:53 PM

ଭୁବନେଶ୍ୱର, ୧୮।୫: ସାନ ଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଦାୟିତ୍ୱ । ଯାହା ପରେ କଂଗ୍ରେସ ସମର୍ଥକମାନଙ୍କ ଭିତରେ ଖୁସିର ଲହରୀ ଦେଖାଯାଇଛି I ଶ୍ରୀ ଜେନା ସଂଗଠନକୁ ସୁଦୃଢ଼ କରିବା ସହ ନୂତନ ଯୁବକମାନଙ୍କୁ ଦଳକୁ ଆଣି କଂଗ୍ରେସକୁ ଶକ୍ତିଶାଳୀ କରାଇବାରେ ସମର୍ଥ ହେବେ ବୋଲି ଆଶା କରାଯାଉଛି I ଜଣେ ଦକ୍ଷତା ଭିତ୍ତିକ ବ୍ୟକ୍ତିଙ୍କୁ ଉପସଭାପତି କରାଯାଇଥିବାରୁ ସୋରଡ଼ା ନିର୍ବାଚନ ମଣ୍ଡଳୀ ତରଫରୁ ବରିଷ୍ଠ ଯୁବ ନେତା ତଥା ବ୍ଲକ ସଭାପତି ହରିକୃଷ୍ଣ ରଥ ଶୁଭେଚ୍ଛା ଜଣାଇଛନ୍ତି I ଏଥିସହ ଆଗାମୀ ଦିନରେ ଶ୍ରୀ ଜେନାଙ୍କ ସହ ରହି ଦଳୀୟ କାର୍ଯ୍ୟକ୍ରମକୁ ଆଗକୁ ନେବା ସହ ସେବା କାର୍ଯ୍ୟ ଜାରି ରଖିବା, ସଙ୍ଘଠନକୁ ମଜବୁତ କରିବା ପାଇଁ ଅଗ୍ରସର ହେବାକୁ ମନ ବଳାଇଛନ୍ତି I ଏହା ସହ ରାଜ୍ୟ ସଭପତି ଭକ୍ତ ଚରଣ ଦାସଙ୍କୁ ଯୋଗ୍ୟ ଚୟନ ପାଇଁ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି I  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.