ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

IPL 2025: ଆଇପିଏଲ୍‌ ମଝିରୁ କାହିଁକି ଗୁଜରାଟ କ୍ୟାମ୍ପ ଛାଡ଼ିଲେ କାଗିସୋ ରାବାଡା ?

Published By : Tapas Panda | April 3, 2025 8:53 PM

Image Courtesy: navbharattimes

ମୁମ୍ବାଇ: ବୁଧବାର ଆରସିବିକୁ ହରାଇ ଆଇପିଏଲ୍‌ ୨୦୨୫ରେ ଦ୍ବିତୀୟ ବିଜୟ ହାସଲ କରିଥିଲା ଗୁଜରାଟ ଟାଇଟନ୍ସ। ଦଳ ପଏଣ୍ଟ ଟେବୁଲ୍‌ର ଶୀର୍ଷକୁ ଉଠିବାକୁ ଚେଷ୍ଟା କରୁଥିବା ବେଳେ ବଡ଼ ଝଟକା ଲାଗିଛି । ମିଳିଥିବା ସୂଚନା ଅନୁସାରେ, ଦଳର ତାରକା ବୋଲର କାଗିସୋ ରାବାଡା ନିଜ ଘରକୁ ଫେରି ଯାଇଛନ୍ତି । ସେ କାହିଁକି ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି ସେନେଇ ସୂଚନା ମିଳିନଥିବା ବେଳେ ଦଳ ପାଇଁ ଏହା ବହୁତ ବଡ଼ କ୍ଷତି ହେବ ।  

ଗୁଜୁରାଟ ଟାଇଟନ୍ସ ପକ୍ଷରୁ କୁହାଯାଇଛି ଯେ, ଦଳର ଦ୍ରୁତ ବୋଲର କାଗିସୋ ରାବାଡା କିଛି ବ୍ୟକ୍ତିଗତ କାମ ଯୋଗୁଁ ହଠାତ୍ ଦକ୍ଷିଣ ଆଫ୍ରିକା ଫେରି ଯାଉଛନ୍ତି। ହେଲେ ରାବାଡା କେବେ ଫେରିବେ ସେନେଇ ସୂଚନା ଦେଇନାହିଁ ଦଳ । ରାବାଡା ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ପାଇଁ ଦୁଇଟି ମ୍ୟାଚ୍ ଖେଳିଛନ୍ତି । ଦୁଇଟି ମ୍ୟାଚରେ ସେ କେବଳ ଦୁଇଟି ୱିକେଟ୍ ନେଇଛନ୍ତି। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସେ ୪୧ ରନ ଦେଇ ଗୋଟିଏ ୱିକେଟ୍ ନେଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ ୪୨ ରନ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

ବୁଧବାର ଗୁଜରାଟ ଟାଇଟନ୍ସ, ଆରସିବି ବିପକ୍ଷରେ ମ୍ୟାଚ୍‌ ଖେଳିଥିଲା । ଏହି ମ୍ୟାଚ୍‌ରେ କାଗିସୋ ରାବାଡା ଖେଳି ନଥିଲେ । ତାଙ୍କ ସ୍ଥାନରେ ଅରଶଦ ଖାନଙ୍କୁ ସୁଯୋଗ ମିଳିଥିଲା। ଗୁଜରାଟ ଟାଇଟନ୍ସ ଏହି ମ୍ୟାଚ୍‌ରେ ଚମତ୍କାର ବିଜୟ ହାସଲ କରିଥିଲା । ଏବେ ଦଳକୁ ଚିନ୍ତା କରିବାକୁ ପଡିବ ଯେ, ପରବର୍ତ୍ତୀ ମ୍ୟାଚ୍‌ରେ କେଉଁ ଚାରି ଜଣ ବିଦେଶୀ ଖେଳାଳିଙ୍କୁ ଖେଳାଇବ। ଦଳ ପାଖରେ ବହୁତ ବିକଳ୍ପ ଅଛି। ନିଜର ଚମତ୍କାର ଫିଲ୍ଡିଂ ଏବଂ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ସାରା ବିଶ୍ବରେ ପ୍ରସିଦ୍ଧି ଅର୍ଜନ କରିଥିବା ଗ୍ଲେନ୍ ଫିଲିପ୍ସଙ୍କୁ ସୁଯୋଗ ମିଳିନାହିଁ। ହୁଏତ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍ ଖେଳିବାର ସୁଯୋଗ ମିଳିପାରେ।

ଗେରାଲ୍ଡ କୋଏତଜୀ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ଦଳ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ଖେଳିଛି ଏବଂ ଦୁଇଟିରେ ବିଜୟୀ ହୋଇଛି। ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ଅଛି। ଗୁଜରାଟ ଟାଇଟନ୍ସ ଦଳ ପରବର୍ତ୍ତୀ ମ୍ୟାଚ୍ ଏପ୍ରିଲ ୬ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ । ସେପଟେ ଯଦି କାଗିସୋ ରାବାଡା ସମ୍ପୂର୍ଣ୍ଣ ସିଜିନ୍ ଖେଳିବେ ନାହିଁ, ତେବେ ଦଳକୁ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳିଙ୍କ ନାମ ଘୋଷଣା କରିବାକୁ ପଡିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.