ନୂଆଦିଲ୍ଲୀ,୧୯/୧୨:ଭକ୍ତଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଆରମ୍ଭ ହେବ କୈଳାସ-ମାନସରୋବର ଯାତ୍ରା । ଭାରତ-ଚୀନ ବୁଝାମଣା ପରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି କୈଳାସ-ମାନସରୋବର ଯାତ୍ରା । ତେବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ ଗସ୍ତରେ ଥିବାବେଳେ ସେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି । ଆଉ ଏହି ସମୟରେ ବିନା ବାଧାରେ କୈଳାସ ମାନସରୋବର ଯାତ୍ରା ପାଇଁ ଚୁକ୍ତି ହୋଇଛି। 

ତେବେ କିଛି ବର୍ଷ ଧରି କୈଳାସ ମାନସରୋବର ଯାତ୍ରା ବନ୍ଦ ଥିବା ବେଳେ ସେବେଠାରୁ ଏହି ଯାତ୍ରାରୁ ବଞ୍ଚିତ ଥିଲେ ଭକ୍ତ । ହେଲେ ବର୍ତ୍ତମାନ ଡୋଭାଲ ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ଆଲୋଚନା ପରେ ପୁଣି ଥରେ ପବିତ୍ର ଯାତ୍ରାର ମାର୍ଗ ଖୋଲିବା ନେଇ ସୂଚନା ମିଳିଛି। ପ୍ରକାଶ ଥାଉକି,  କୈଳାସ ମାନସରୋବର ତିବ୍ଦତରେ ଅବସ୍ଥିତ । ଚୀନ ଏବେ ତିବ୍ଦତକୁ ଅଧିକାର କରିଥିବାରୁ କୈଳାସ ଓ ମାନସରୋବର ମଧ୍ୟ ଚୀନ ଅଧିନରେ ଆସୁଛି । ଗତ ପାଞ୍ଚ ବର୍ଷ ହେବ ଏହି ଯାତ୍ରା ବନ୍ଦ ରହିଥିଲା । ଯାହା ଏବେ ପୁଣି ଥରେ ଆରମ୍ଭ କରିବାକୁ ରାଜି ହୋଇଛି।