ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ମହେନ୍ଦ୍ରଗଡରେ କାଳବୈଶାଖୀ ତାଣ୍ଡବ : ଗଛ ପଡି ଜାତୀୟ ରାଜପଥ ଅବରୋଧ

Published By : Prameya | May 12, 2025 8:50 PM

ମୋହନା, ୧୨।୫(ଆପ୍ର) : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି କାଳବୈଶାଖୀ l କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ କେଉଁଠି ଘର ଚାଳ ଛପର ଉଡିଯାଇଛି l ମହେନ୍ଦ୍ରଗଡ଼ରେ ବିରାଟ ଗଛ ପଡି ଜାତୀୟ ରାଜପଥ ଅବରୋଧ ହେବା ସହ ୩ ଘଣ୍ଟା ଧରି ଯାତାୟତ ଠପ ହୋଇଯାଇଥିଲା l ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଗଛ କାଟି ରାସ୍ତା ସ୍ୱାଭାବିକ କରିଥିଲେ l 

ସୋମବାର ଅପରାହ୍ନ ପ୍ରାୟ ୩ ଟାରେ ଅଚାନକ ପାଗ ବଦଳିବା ସହ କାଳବୈଶାଖୀର ତାଣ୍ଡବ ଆରମ୍ଭ ହୋଇଥିଲା l ପ୍ରବଳ ବର୍ଷା ସହ ପବନ ଯୋଗୁଁ ମହେନ୍ଦ୍ରଗଡ଼ ତିବତୀୟ କଲୋନୀ ନିକଟରେ ଏକ ବିରାଟ ଗଛ ଉପୁଡି ରାସ୍ତା ଉପରେ ପଡିଯାଇଥିଲା l ଫଳରେ  ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହେବା ସହ  ମୋହନାରୁ ପାରଳାଖେମୁଣ୍ଡି ଯାତାୟତ ପ୍ରଭାବିତ ହୋଇଥିଲା l ଉଭୟ ପଟକୁ ଏକାଧିକ ଗାଡି ଅଟକି ରହିଥିଲା l  ରା. ଉଦୟଗିରି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୁ ଗଛକାଟି ସଫା କରିଥିଲେ l ୩ ଘଣ୍ଟା ପରେ ସଂଧ୍ୟା ୬ଟାରେ ଯାତାୟତ ସ୍ୱାଭାବିକ ହୋଇଥିଲା l ସେହିପରି ରାମଗିରି ଅଞ୍ଚଳରେ ବିଭିନ୍ନ ଗାଁରେ ଲୋକଙ୍କ ଘର ଚାଳ ଛପର ଉଡିଯାଇଥିଲା। ଛେଳିଗଡ଼, ମହେନ୍ଦ୍ରଗଡ଼, ଲବlରସିଂ ଓ ଚନ୍ଦ୍ରଗିରି ଅଞ୍ଚଳରେ ମଧ୍ୟ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ଚାଳ ଛପର ଉଡିଯାଇଛି l ଏଥିପାଇଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରlହ ବିଚ୍ଛିନ୍ନ ହୋଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.