କର୍ଲାମୁଣ୍ଡା:୨୫/୮ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ.ରାମପୁର ବ୍ଲକର ମସ୍କାଦାଣ୍ଡି ସୀମାରେ ଥିବା ଶାନ୍ତି ବନଠାରେ ତୈଳିକ ହଳଦିଆ ବୈଶ୍ୟ ସାହୁ ସମାଜର କଳାହାଣ୍ଡି ଜିଲ୍ଲା କମିଟି ଗଠିତ ହୋଇଛି।ଏଠାରେ ଜିଲ୍ଲା ସଭାପତି ଭାବେ ନୀଳମଣି ସାହୁ, ସାଧାରଣ ସମ୍ପାଦକ ଭାବେ ନବୀନ କିଶୋର ସାହୁ ନିର୍ଦ୍ୱଦ୍ଦ୍ବରେ ନିର୍ଵାଚିତ ହୋଇଛନ୍ତି।
ଏହା ବ୍ୟତୀତ ସମାଜର ଡାଙ୍ଗ ବଂଶରୁ ଲଷ୍ମୀ ପ୍ରସାଦ ସାହୁ, ଚନ୍ଦା ବଂଶରୁ ହିରାମଣି ସାହୁ, ଶାବଳ ବଂଶ ରୁ ରଜାପତି ସାହୁ, ମୁହୁନି ବଂଶରୁ ବୁଧିରାମ ସାହୁ, ଡୁଙ୍ଗୁରୀ ବଂଶରୁ ମୁରଲୀଧର ସାହୁ, ପଗାର ବଂଶରୁ ଜଗଦୀଶ ସାହୁ, ଷଣା ବଂଶରୁ ମୁରଲୀଧର ସାହୁ, ବେରାଜଲ ବଂଶରୁ ସୁବଲୟା ସାହୁ, ମକଟା ବଂଶରୁ କ୍ଷମା ନିଧି ସାହୁ,କପାଟ ବଂଶରୁ ଯୋଗୀନ୍ଦ୍ର ସାହୁ, ବକ ଶାବଳ ବଂଶରୁ ଗୁଣ ନିଧି ସାହୁ ଜିଲ୍ଲା କମିଟିକୁ ପ୍ରତିନିଧି ଭାବେ ଚୟନ ହୋଇଥିଲେ। ମହିଳା ପ୍ରତିନିଧି ଭାବେ ମାହେନ୍ଦ୍ରୀ ସାହୁ,ଜାହ୍ନବୀ ସାହୁ ଚୟନ ହୋଇଥିବା ଜିଲ୍ଲା ସମ୍ପାଦକ ନବୀନ କିଶୋର ସାହୁ ସୂଚନା ଦେଇଛନ୍ତି। ନିର୍ବାଚନକୁ ଆଇନଜୀବୀ ହେମନ୍ତ ସାହୁ ଓ ଉଦ୍ଧବ ସାହୁ ପରିଚାଳନା କରିଥିଲେ। ଏଥିରେ ନର୍ଲା,ମ. ରାମପୁର, କେସିଙ୍ଗା, କର୍ଲାମୁଣ୍ଡା ବ୍ଲକ ରୁ ଶତାଧିକ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ।