ବୌଦ୍ଧ,୧୪/୧୨: କଲରାପତରିଆ ବାଘ ଚମଡା ଜବତ କଲା ଏସ୍‌ଟିଏଫ୍‌ । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ମନମୁଣ୍ଡା ଥାନା ଅନ୍ତର୍ଗତ ପରିବନ୍ଧ ଗ୍ରାମର ନାରାୟଣ ମାଝୀ ବୋଲି ଜଣା ପଡ଼ିଛି । ବୌଦ୍ଧ ଜିଲ୍ଲାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଜଣେ ବ୍ୟକ୍ତିଙ୍କ ନିକଟରେ ବାଘ ଚମଡ଼ା ଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଏସ୍‌ଟିଏଫ୍‌ । ଖବର ପାଇ ଏସ୍‌ଟିଏଫ୍‌ ଟିମ୍‌ ମନମୁଣ୍ଡା-ଶଗଡା ରାସ୍ତାର ମେହେରୁନି ବ୍ରିଜ ନିକଟରେ ଚଢାଉ କରିଥିଲା । ଏହି ଚଢାଉରେ ନାରାୟଣ ମାଝୀ ନାମକ ବ୍ୟକ୍ତିଙ୍କ ନିକଟକୁ ଏକ କଲରାପତରିଆ ବାଘ ଚମଡା ଜବତ କରାଯାଇଛି । ଏହା ସହ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ନାରାୟଣ ମାଝୀ ଜଣେ ଶିକାରୀ ନା ବେପାରୀ ସେ ନେଇ ତଦନ୍ତ କରୁଛି ଏସ୍‌ଟିଏଫ୍‌ ।