ପ୍ରମୂଖ ଖବର
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ

Published By : Harapriya Sethi | December 14, 2024 1:27 PM

ବୌଦ୍ଧ,୧୪/୧୨: କଲରାପତରିଆ ବାଘ ଚମଡା ଜବତ କଲା ଏସ୍‌ଟିଏଫ୍‌ । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ମନମୁଣ୍ଡା ଥାନା ଅନ୍ତର୍ଗତ ପରିବନ୍ଧ ଗ୍ରାମର ନାରାୟଣ ମାଝୀ ବୋଲି ଜଣା ପଡ଼ିଛି । ବୌଦ୍ଧ ଜିଲ୍ଲାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଜଣେ ବ୍ୟକ୍ତିଙ୍କ ନିକଟରେ ବାଘ ଚମଡ଼ା ଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଏସ୍‌ଟିଏଫ୍‌ । ଖବର ପାଇ ଏସ୍‌ଟିଏଫ୍‌ ଟିମ୍‌ ମନମୁଣ୍ଡା-ଶଗଡା ରାସ୍ତାର ମେହେରୁନି ବ୍ରିଜ ନିକଟରେ ଚଢାଉ କରିଥିଲା । ଏହି ଚଢାଉରେ ନାରାୟଣ ମାଝୀ ନାମକ ବ୍ୟକ୍ତିଙ୍କ ନିକଟକୁ ଏକ କଲରାପତରିଆ ବାଘ ଚମଡା ଜବତ କରାଯାଇଛି । ଏହା ସହ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ନାରାୟଣ ମାଝୀ ଜଣେ ଶିକାରୀ ନା ବେପାରୀ ସେ ନେଇ ତଦନ୍ତ କରୁଛି ଏସ୍‌ଟିଏଫ୍‌ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.