ପୁରୀ ୨୮/୦୫:  ବୁଧବାର ପୁରୀରେ ହୋଇଥିବା କାଳବୈଶାଖୀଜନିତ ବର୍ଷା ଓ ପବନ ଯୋଗୁ ଶ୍ରୀମନ୍ଦିର ନୀଳଚକ୍ରରେ ଅକ୍ଷୟ ଦଣ୍ଡ ଉପରେ ଲାଗିଥିବା ପତିତପାବନ ବାନା ଆଂଶିକ ଚିରି ଯାଇଥିବା ବେଳେ ମାନସିକ ବାନା ଛିନ୍ନଛତ୍ର ହୋଇ ଉଡ଼ି ଯାଇଥିଲା । ମାନସିକ ବାନା ମଧ୍ୟରୁ କିଛି ଅଁଳା ବେଢ଼ା ଉପରେ ଥିବା ବଜ୍ରପାତ ନିରୋଧୀ ଆଣ୍ଟିନାଗୁଡ଼ିକରେ ଲାଗିଥିବା ବେଳେ କିଛି ପବନରେ ଅଜ୍ଞାତ ସ୍ଥାନକୁ ଉଡ଼ି ଯାଇଥିଲା । ବର୍ଷାପବନ ପରେ ଏହା ଜଣାପଡ଼ିଥିଲା । ରାତିପ୍ରାୟ ସାଢ଼େ ୭ଟା ବେଳକୁ ପୁରୀରେ କାଳବୈଶାଖୀଜନିତ ବର୍ଷା, ପବନ ଚାହୁଁ ଚାହୁଁ ବଢ଼ିଥିଲା । ଅପରାହ୍ଣରୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ସନ୍ଧ୍ୟା ପରେ ଘନ ଘନ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା ।

 

ସେପଟେ ଜାର୍ ପବନ ଓ ବର୍ଷା ଯୋଗୁଁ ପୁରୀରେ ତାପମାତ୍ରା ପ୍ରାୟ ୨ ରୁ ୩ଡିଗ୍ରୀ ହ୍ରାସ ପାଇଛି । ତେବେ ରାତିର ତାପମାତ୍ରା ପ୍ରାୟ ୨୯ ରହିଥିଲେ ହେଁ ୩୬ ଡିଗ୍ରୀ ତାପମାତ୍ରାରେ ରହିବା ଭଳି ଅନୁଭବ ହୋଇଥିଲା ।

ଅଧିକ ପଢ଼ନ୍ତୁ :-  Weather Forecast: ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ, ୨୯ରୁ ଖସିବ ତାପମାତ୍ରା