ପ୍ରମୂଖ ଖବର
  • ଭୁବନେଶ୍ବରରେ ଖୋଲିବ ଏନଆଇଏ ଶାଖା
  • ||
  • କଟକ : କାଠଯୋଡିରେ ବୁଡି ଜଣେ ମୃତ, ଜଣେ ନିଖୋଜ
  • ||
  • ବେଲପାହାଡରେ ରାସନ କାର୍ଡ ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
  • ||
  • ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ତାଳଦଣ୍ଡା କେନାଲର ଉଭୟପଟ ରାସ୍ତାରୁ ଉଚ୍ଛେଦ ଅଭିଯାନ ଆରମ୍ଭ
  • ||
  • ସିମୁଳିଆରେ ଚୋରଙ୍କ ଆତଙ୍କରାଜ, ଘର ଗ୍ରିଲ କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ
  • ||
  • CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ
  • ||
  • IPL 2025: ଆଜି କିଙ୍ଗ୍‌ସ- ରୟାଲ୍ସ ମଧ୍ୟ ଟକ୍କର, ଫୋକସ୍‌ରେ ଯୁବ ଓପନରଙ୍କ ବିଧ୍ୱଂସୀ ବ୍ୟାଟିଂ
  • ||
  • ରାଇରଙ୍ଗପୁର : ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହଡ଼କୁ ପିଟିଲା ଯାତ୍ରୀବାହୀ ବସ , ୩ ଗୁରୁତର, ୭ ଆହତ
  • ||
  • ରାଜଗାଙ୍ଗପୁର ରେଳ ଷ୍ଟେସନରେ ଅଘଟଣ, ଟ୍ରେନ୍ ଧକ୍କାରେ ବୃଦ୍ଧ ମୃତ
  • ||
  • ରାଉରକେଲା: ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ
  • ||
  • ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ମିସୌରୀ ଓ କେଣ୍ଟକି ଅଧିକ ପ୍ରଭାବିତ, ୨୭ ମୃତ, ୧୨ରୁ ଅଧିକ ଆହତ
  • ||
  • ସରିବ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଅବଧି, ଡିଜିଏମ୍‌ଓ ସ୍ତରରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ
  • ||
  • କେନ୍ଦୁଝର : ସାଙ୍ଗକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ସାଙ୍ଗ ମୃତ
  • ||
  • ଭଦ୍ରକ : ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସମ୍ପର୍କୀୟଙ୍କୁ ମିଳିଲା ଆର୍ଥିକ ସହାୟତା ସହ ଚାକିରି
  • ||
  • ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ||

ମା’ କମଳା ଦେବୀ ଠାକୁରାଣୀ ଯାତ୍ରା ଆରମ୍ଭ...

Published By : Prameya | May 18, 2025 10:09 PM

ରାୟଗଡ଼(ଗଜପତି) ୧୮/୦୫: ରାୟଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା କମଳା ଦେବୀ ଠାକୁରାଣୀଙ୍କ ଯାତ୍ରା ରବିବାର ଠାରୁ ଆରମ୍ଭ ହୋଇଛି I ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାୟଗଡ଼ ସହରI ରାୟଗଡ଼ ଗ୍ରାମର ମଝି ସାହି ପକ୍ଷରୁ ଉକ୍ତ ଯାତ୍ରା ଆୟାଜିତ ହେଉଅଛି l ସାତ ବର୍ଷର ବ୍ୟାବଧାନ ପରେ ମା ସାତ ଦିନ ପାଇଁ ବାପ ଘରକୁ ଆସି ଏଠାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଏ ସମୟରେ ମାଙ୍କୁ ସମସ୍ତ ରୀତିନୀତି ଏବଂ ପରମ୍ପରା ଅନୁଯାଇ ପୂଜାର୍ଚନା କରାଯିବ I ଶାଶୁ ଘରୁ ମା ସାଆନ୍ତାଣୀ ବିରାଟ ପଟୁଆରରେ ବାପଘରକୁ ଆସିଛନ୍ତି l ଝିଅକୁ ଡାକିବା ପାଇଁ ବାପ ଘରୁ ଯେଉଁଭଳି ପଟୁଆର ଯାଇଥାଏ ଠାକୁରାଣୀଙ୍କୁ ଡାକିବା ପାଇଁ ମଧ୍ଯ ଦେଖିବାକୁ ମିଳିଥିଲା ସେହିଭଳି ଏକ ପରିବେଶ । ବାଜା, ବାଜଣା ସହ ମହୁରୀ ଶବ୍ଦରେ କମ୍ପି ଉଠିଥିଲା ଗାଁ ଦାଣ୍ଡ।   ଯାତ୍ରାର ରୀତି ଅନୁସାରେ ଦେବଚନ୍ଦ୍ର ବେହେରାଙ୍କ ହାଣ୍ଡି ଶାଳରୁ ପାଟ ହାଣ୍ଡି ମନ୍ଦିରକୁ ଅଣାଯାଇଥିଲା l ଏହାପରେ ପିଣ୍ଟୁ ପାଇକଙ୍କ ଘରୁ ମାଁଙ୍କ ପୂଜାର୍ଚ୍ଚନା କରାଯିବା ପରେ ମାଁ କୀଳାମୁଣ୍ଡାଙ୍କୁ ସ୍ଥାୟୀ ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା l 

ଯାତ୍ରା ପାଇଁ ମାଁ ଙ୍କ ମୁଣ୍ଡରୁ ଫୁଲ ଖସି ଚାଙ୍ଗୁଡିରେ ପଡ଼ିବା ବିଧି ରହିଥିବାରୁ ଅନେକ ସମୟ ଯାଏଁ ଶ୍ରଦ୍ଧାଳୁ ମାନେ ଏହାକୁ ଅପେକ୍ଷା କରି ରହିଥିଲେ l ଆଜ୍ଞା ମାଳ ପାଇବା ପରେ ଏକ ବିରାଟ ପଟୁଆରରେ ମାଁଙ୍କୁ ଅଣାଯାଇ ଅସ୍ଥାୟୀ ପୀଠରେ ପୂଜା କରାଯାଏ l ଏହା ସହିତ ଲିହୁରୁଣୀ ଠାକୁରାଣୀ ମାଁଙ୍କୁ ଅଣାଯାଇଥାଏ l ଏ ସମୟରେ ଗାଁର ପ୍ରତ୍ୟକ ମହିଳା ଗାଁ ଦାଣ୍ଡରେ ମାଁ ଙ୍କୁ ବନ୍ଦାପନା କରି ସ୍ଵାଗତ କରିଥିଲେ l ଏହାପରେ ସନ୍ଧ୍ୟାରେ ନିଜ ବାପ ଘରେ ପହଞ୍ଚିଥିଲେ l ସେଠାରେ ଭୋଗ ଲାଗି ହେବାପରେ ଘଟ ପରିକ୍ରମା କରାଯାଇଥିଲା I ମାଆଙ୍କ ଆଗମନରେ ଭକ୍ତଙ୍କ ମନରେ ରହିଥିଲା ଉତ୍ସାହ। ରାତି ତମାମ ମାଁ ଙ୍କ ଘଟ ବିଶୋୟୀ ସାହି, ଓଡିଆ ସାହି, ଗୌଡ଼ ସାହି, ବଢ଼େଇ ସାହି, ହେଣ୍ଡିଆ ସାହି, ଆଦର୍ଶ ନଗର ଓ କୁମ୍ଭାର ସାହି ଆଦି ପରିକ୍ରମା କରିଥିଲେ l ମଧ୍ୟରାତ୍ରରେ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଅସ୍ଥାୟୀ ପୀଠକୁ ମାଙ୍କୁ ଅଣାଯାଇଥିଲା l ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବାକୁ ଗାଁ ର ସମସ୍ତେ ସହଯୋଗ କରୁଥିବା ଯାତ୍ରା ପରିଚାଳନା କମିଟି ପକ୍ଷରୁ ଜଣାପଡିଛି l ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସଦସ୍ୟ ଏବଂ ଯୁବଗୋଷ୍ଠୀ ସହଯୋଗ କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.